Spread the love

ଘଟଣା ଟି ଘଟିଛି ଦିଲ୍ଲୀ ଠୁ ଦୁଇସହ କିଲୋମିଟର ରାମପୁର ଉତ୍ତରପ୍ରଦେଶ ରେ.. ବହୁତଦିନରୁ ରାମପୁରୀ ଛୁରୀ ବିଷୟରେ ସାରା ଭାରତବର୍ଷ ରେ ପ୍ରବାଦ ଅଛି. ସେଇ ରାମପୁର ସହରରେ ଏକଦା 1774ମସିହାରେ ମୋଗଲ ଶାସନରେ ଜଣେ ପ୍ରସିଦ୍ଧ ନବାବ ଫାୟାଜ ଖାନ ଥିଲେ ବିରାଟ କୋଠି ନାଁ “ଖାସ ବାଗ ” ସେଥିରେ ଖାସ କୋଡିଏ ଟି କୋଠରୀ ଥିଲା ବିଶେଶ୍ୱତ୍ୱ.. ଆହୁରି ତିରିଶି ଟି କୋଠରୀ ଉର୍ନ୍ନତ ମାନର ତିଆରି କରି ଶାସନ ଚଳାଉଥିଲେ. ଯାହା କୁହାଯାଏ ନବାବ ଶାହବ ହିନ୍ଦୁ ମାନଙ୍କୁ ଉଚିତ ନ୍ୟାୟ ଦେବାରେ ପ୍ରସିଦ୍ଧ ଥିଲେ ଲୋକଙ୍କୁ ବହୁତ ସୁବିଧାରେ ରଖୁଥିଲେ.. ତାଙ୍କର ମୁର୍ତ୍ତୁ ପରେ ଆହୁରି ତାଙ୍କର ଦାୟାଦ ମାନେ ଆସି ବି ଶାସନ କଲେ ଯେତେବେଳେ ବ୍ରିଟିଶ ଶାସନ ଚାଲିଲା ରାମପୁର ସାଧାରଣ ଲୋକଙ୍କୁ ନ୍ୟାୟ ପାଇଁ ନବାବଙ୍କ ଉତ୍ତରାଧିକାରୀ ମାନେ ହିନ୍ଦୁ ମାନଙ୍କୁ ଯୋଡି ସେଇ ପରି ବ୍ରିଟିଶ ସାଙ୍ଗରେ ଯୁଦ୍ଧ୍ୟ କଲେ..1930 ମସିହାରେ ଖାସ ବାଗ କୋଠି ଭିତରେ ଦୁଇ ଟି କୋଠରୀ ଭିତରେ ତିନୋଟି ପିତଳ ସିନ୍ଦୁକ ଭର୍ତ୍ତି କରି ସୁନା ର ଅଳଙ୍କାର ମାନ ରଖି ଦୁଇ ଟି ଦ୍ୱାର କୁ ମଜଭୁତ ତାଲା ମାରି କଡା ସୁରକ୍ଷା ରେ ରଖିଲେ ଯାହାର ଚାବି ଏକ ଅଜବ ପଦ୍ଧତିରେ ତିଆରି କଲେ ଯାହା ନବାବ ପରିବାର ର ଆଠ ଟି ମୁରବି ମାନେ ଚାହିଁଲେ ଖୋଲିବ. ସିନ୍ଦୁକ ର ଲମ୍ବା ପାଞ୍ଚ ଫୁଟ ଚଉଡା ଚାରିଫୁଟ. ଅଜସ୍ର ଧନ.1974 ରେ ସମ୍ପତି ଭାଗ ବାଣ୍ଟିବାକୁ କୋର୍ଟ ରେ କେସ କଲେ ନବାବ ପରିବାର ମଧ୍ୟରେ ବିବାଦୀୟ ହେଲା 1980 ରେ କୋର୍ଟ ଅର୍ଡର ଦେଲେ ଯାହା ଅଛି ବାଣ୍ଟି ନିଅନ୍ତୁ. ଯେତେବେଳେ ସିନ୍ଦୁକ କୋଠରୀ ଖୋଲା ହେଲା ଦେଖିବା ବେଳକୁ କିଛି ନାହିଁ ନେଲା କିଏ କୋଠରୀ ପଚାଶ ବର୍ଷ ହେବ ବନ୍ଦ ଅଛି. କେସ ଥାନା ରୁ CBI କୁ ଗଲା ତଦନ୍ତ ଅଧିକାରୀ ମାନେ ଆସି ଆଉ ଗୋଟିଏ ଗୁପ୍ତ ସିନ୍ଦୁକ କୋଠରୀ ଖାଲିଲେ ଦେଖିଲେ ସେ ସିନ୍ଧୁକ ବି ଖାଲି ତାଲା ସେମିତି ଲାଗିଛି ଛାତ ଉପରେ ଗୋଟିଏ ଆଙ୍ଗୁଠି ର କଣା ହେଇ ଏକ ଲୁହା ର ସରୁଆ ରସି ଦିହାତ ତଳକୁ ଓହଳା ହେଇଛି. ବଡ଼ ଆଶ୍ଚର୍ଯ୍ୟ ଲାଗିଲା.. ଆଜି ପର୍ଯ୍ୟନ୍ତ ଜଣା ପଡୁନି କିଏ ନେଲା ଚାଳିଶ ବର୍ଷ ହେବ ଗୁଜବ ଉଠିଛି ତନ୍ତ୍ର ବିଦ୍ୟା ରେ କେବଳ ସମ୍ଭବ.. ଆଜି ବି ରାମପୁର ରେ ହିନ୍ଦୁ ମୁସଲିମ ମାନେ ମିଶିକି ଅଛନ୍ତି ରାମପୁର ରେ 42%ହିନ୍ଦୁ 58%ମୁସଲିମ ଥିଲେବି ଶୁଣାଯାଏ ସେଠିକା ମୁସଲିମ ପ୍ରଭୁ ରାମଚନ୍ଦ୍ର ଓ ହନୁମାନ ଙ୍କୁ ମାନନ୍ତି. ଦୁଇଟି ସିନ୍ଦୁକ ରେ 30 କୁଇଂଟାଲ ସୁନା ଥିଲା ବୋଲି 1930ମସିହାରେ ନବାବ ପରିବାର ରେ ଲିଖିତ ଅଛି.ଆଜିବି ସି ବି ଆଇ ଅଧିକାରୀ ମାନେ ବୁଝିପାରୁନାହାନ୍ତି..

Leave a Reply

Your email address will not be published. Required fields are marked *