Spread the love

ପୋଲିସ ବିଭାଗ ଟି ସୁରକ୍ଷା ରେ କୋଉ ଯୁଗରୁ ଅଛି ଦ୍ୱାପର ଠୁ ନେଇ କଳିଯୁଗରେ ମଧ୍ୟ ଦେଖିବାକୁ ମିଳେ, ସେତେବେଳେ ଯୋଉ ପଦ୍ଧତି ଚାଲୁଥିଲା ଆଜିବି ସେମିତି ରହିଛି,, ରାଜା ଯିଏ ରୁହନ୍ତୁ ସେମାନଙ୍କର କିଛି ଫରକ ପଡ଼େନି ପ୍ରଜା ଙ୍କ ସୁରକ୍ଷାରେ ଦିନ ରାତି ଲାଗିଥାନ୍ତି,, କିଏ କଣ ଆଲୋଚନା ସମାଲୋଚନା କଲେ ବିଭାଗ ର କିଛି ଫରକ ପଡ଼େନି,, ସେମିତି ଆଜିର କାହାଣୀ କିପରି ଓଡିଶା ପୋଲିସ (ଭୁବନେଶ୍ୱର ଡିଭିଜନ)ଏକ ସୁଚିନ୍ତିତ ଯୋଜନାରେ ଏକ ସମ୍ରାନ୍ତ ଅପରାଧୀ ପରିବାର କୁ ଜେଲରେ ପୁରେଇଲେ,, ଅପରାଧୀ ମିଳୁନି ବୋଲି ସୂଚନା ଦେଇ ଜାଣିଶୁଣି ମଡ଼ର କେଶ ର ଫାଇଲ ଟା ବନ୍ଦ ହେଲାବୋଲି କହି ଗୁପ୍ତ ଭାବେ ଯାନ୍ତ୍ରିକ ଟେକନୋଲୋଜି କୁ ବ୍ୟବହାର କାରି ଅପରାଧୀ ପାଖରେ ପଂହଁଚିଲେ, ହୁଏତ ଏହା ଭାରତବର୍ଷ ରେ ପ୍ରଥମ କେଶ ହେଇଥାଇପାରେ, ଆଶ୍ଚର୍ଯ୍ୟ ବି ଲାଗେ,,, ଘଟଣା ଟି 2008 ମସିହାରେ ଘଟିଥିଲା ଭୁବନେଶ୍ୱର ର ମଞ୍ଚେଶ୍ୱର ଥାନା ଅଞ୍ଚଳରେ,, ଜଣେ ଥିଲେ ବିଜୟ କୁମାର ଦାସ ତାଙ୍କର ଦୁଇଟି ITI କଲେଜ ଥିଲା ଏଇ ଭୁବନେଶ୍ୱର ରେ, ଭଲ ସଫଳ ବ୍ୟବସାଇ ସହରରେ ଭଲ ନାଁ ବି ଅଛି, ତାଙ୍କ ପୁଅ (ପ୍ରିତମ) 19 ବର୍ଷ ଇଞ୍ଜିନିଅର ଭାବେ ପ୍ରଥମ ବର୍ଷ ଶିକ୍ଷା ନେଉଥାଏ,, ଆଉ ଜଣେ ରାମ ଚନ୍ଦ୍ର ତ୍ରିପାଠୀ ସେ ବି ଭୁବନେଶ୍ୱର ର,, ତାଙ୍କ ଝିଅ (ସରିତା) ବୟସ 23,, ବାପା ରାମଚନ୍ଦ୍ର ଚାହିଁଲେ କିପରି ବିଜୟ ଙ୍କ ପୁଅ ସାଙ୍ଗରେ ତାଙ୍କ ଝୀଅ କୁ ବାହା ଦେବେ,, ବାପ ମା ବସି ଚିନ୍ତା କଲେ ଝିଅକୁ ଆମଠୁ ବଡ଼ ଜଣେ ଲୋକର ପୁଅ ସାଙ୍ଗରେ ବାହା କରେଇଦେବେ,,ଝୀଅ କୁ ବୁଝେଇଲେ ପ୍ଲାନ କର ବିଜୟ ଙ୍କ ପୁଅ ପ୍ରିତମ କୁ ନିଜ ନିୟଂତ୍ରଣ ରେ ରଖ,, ସରିତା ବି ରେଡି ହେଇଗଲାଣି, ଧୀରେ ଧୀରେ ପ୍ରିତମ ର ନିକଟତର ହେଲା, ପ୍ରିତମ ବି ପ୍ରେମ କରିବା ଆରମ୍ଭ କଲା,, ଏପଟେ ରାମଚନ୍ଦ୍ର ତ୍ରିପାଠୀ ବି ଆରମ୍ବ କଲେ ଯୋଜନା ପ୍ରମାଣ ରଖିବେ ଝୀଅ ସହିତ ପୁଅ ର ଫୋଟୋ ସବୁ ରଖିଲେ ଜଣକୁ ଅର୍ଥ ଦେଇ ମୋବାଇଲ ରେ ଭିଡ଼ିଓ ସୁଟିଙ୍ଗ କରେଇଲେ, କିଛି ଦିନ ପରେ ସିଧା ବିଜୟ ଦାସ ଙ୍କ ଘରକୁ ଗଲେ ଅତିଥି ହେଇ କହିବେ ତାଙ୍କ ପୁଅ ସାଙ୍ଗରେ ସରିତା ର ସମ୍ପର୍କ ଅଛି ତେଣୁ ବାହା ଘର ଟା କରିଦେବା,, ବିଜୟ ଦାସ ଏସବୁ ଶୁଣି ମୁଣ୍ଡ ଖରାପ, ଆଶ୍ଚର୍ଯ୍ୟ କଥା ମୁଁ କିଛି ଜାଣିନି, ପରେ ନିଜେ ଘଟଣା ଟିକୁ ସମ୍ପୂର୍ଣ ସତ୍ୟ ଜାଣିବାକୁ ଚାହିଁଲେ,ପୁଅ ପ୍ରିତମ କୁ ତାଗିଦ କଲେ,, ପୁଅ ବି ପ୍ରେମ ପାଗେଳା ହେଇଚି,, ବାପା କଥା ବୁଝିପାରୁନି, ଧୀରେ ଧୀରେ କିଛି ବୁଝିଲା, ଏପଟେ ରାମଚନ୍ଦ୍ର ପୁଅ କୁ ସାଙ୍ଗ ଦ୍ୱାରା ମଦ ପେଇବା ଆରମ୍ଭ କଲେ କେମିତି ବାପା ଉପରେ ଜିଦ କରିବ,, କିନ୍ତୁ ଫଳ ହେଲା ଓଲଟା, ପୁଅ ପ୍ରିତମ ଦିନେ ରାତିରେ ବାପା ମା ଙ୍କୁ ନୀଶାରେ କାନ୍ଦିକି କହିଲା ମୁଁ ଫସି ଯାଇଛି,, ବାପା ସାନ୍ତ୍ୱନା ଦେଇ କହିଲେ ଦେଖିବା ବ୍ୟସ୍ତ ହୁଅନା,, ଏହିପରି ନାଟକ ଚାଲିଲା ବିଜୟ ବାବୁ ଙ୍କ ସହିତ ରାମଚନ୍ଦ୍ର ବାବୁଙ୍କର, ପ୍ରଥମେ ବିଜୟ ବାବୁ ରାଜି ହେଇଥିଲେ, ଦିନେ କିନ୍ତୁ ମନା କଲେ,, କହିଲେ ବର୍ତମାନ ବୟସ କମ ଅଛି ଆଉ କିଛି ଦିନ ଯାଉ ବାହାଘର କରିଦେବା,, କିନ୍ତୁ ରାମଚନ୍ଦ୍ର ଅରାଜି,, ଶୀଘ୍ର ବାହାଘର ଟା କେମିତି ହେବ,, ଦିନେ ସ୍ୱାମୀ ସ୍ତ୍ରୀ ଦୁହେଁ ଗଲେ ବିଜୟ ଙ୍କ ଘରକୁ ସମ୍ପର୍କ ତ ରଖିବାକୁ ପଡିବ,, ମିଛି ମିଛିକା ସମ୍ପର୍କ ରଖିଲେ ଓ ଜାଣିପାରିଲେ ବିଜୟ ତାଙ୍କ ପୁଅ କୁ ବାହା ଦେବନି ସରିତା ସହିତ,, ଷଡଯନ୍ତ୍ର ରଚନା କଲେ ମୁଳୁ ମାରିଲେ ଜୀବ ସରି,,, ଜଣେ ଅପରାଧୀ କୁ ପାଞ୍ଚ ଲକ୍ଷ୍ୟ ଟଙ୍କା ଦେଇ ପ୍ରିତମ କୁ ମାରିବାକୁ କହିଲେ,, ଦିନେ ପ୍ରିତମ ର ଘରକୁ ଫେରିବା ଡେରି ହେବାରୁ ରାତି ଦଶଟା ରେ ମଞ୍ଚେଶ୍ୱର ଥାନା ରେ ଲେଖିକି ଦେଲେ,, ଏପଟେ ରାମଚନ୍ଦ୍ର ବି ଦୁଖୀ ଭାବି ଜ୍ୱାଇଁ କୁଆଡେ ଗଲେ,, ଏହିପରି ତିନି ଦିନ ଗଲା ଜଣେ ଲୋକ ବାରଙ୍ଗ ଅଞ୍ଚଳର ଫୋନ କରି ଥାନା କୁ ଜଣେଇଲା କି ଏକ ପିଲା ର ଡେଡବଡି ମିଳିଛି ଅଧା ମାଟିରେ ପୋତା ହେଇଛି, ପୋଲିସ ବି ଗଲେ, ଜଣା ପଡିଲା ପ୍ରିତମ ର,, ସମସ୍ତେ ଦୁଖୀ ବିଜୟ ଙ୍କ ପରିବାର ସହିତ ରାମଚନ୍ଦ୍ର ଙ୍କ ପରିବାର ଆହୁରି ଦୁଖୀ,, ଚାରିମାସ ହେଇଗଲାଣି ଅପରାଧୀ ମିଳୁନି,, କିଏ ମାରିଛି, ଏପଟେ ଭୁବନେଶ୍ୱର ପୋଲିସ କମିଶନରେଟ ବି ଅପରାଧୀ ଧରିବାରେ ନିରାଶ,,, ପୋଲିସ କମିଶନର ଏକ ସୁଚିନ୍ତିତ ଯୋଜନା କଲେ ବୈଠକ ହେଲା କହିବାକୁ ପଡିବ ଅପରାଧୀ ମିଳୁନି ତେଣୁ କେଶ ବନ୍ଦ କରିବା ଦରକାର,, କିନ୍ତୁ ଫୁଲ ଦମ ରେ ଲାଗିବାକୁ ପଡିବ ଅନ୍ଧାରରେ ତୀର ମାରିଲେ ଯଦି କିଏ ପଡ଼ିଯିବ,,ଯୋଜନା ସଫଳ ହେଲା ପୋଲିସ ସୂଚନା ଦେବାର ମାସେ ପରେ ପ୍ରିତମ ର ସାଙ୍ଗ ପାଖକୁ କିଏ ଜଣେ ଫୋନ କଲା କହିଲା ଖୋଲିକି ସବୁ ଘଟଣା,,ଭାବିଥିଲା କେଶ ତ ବନ୍ଦ ହେଲାଣି ଆଉ ଚିନ୍ତା କଣ,,,କିନ୍ତୁ ଏପଟେ ତୁରନ୍ତ ପୋଲିସ ରାଡାର ର ମୋବାଇଲ ସର୍ଭିଲାନ୍ସ ସୂଚନା ଦେଇଦେଲା,, ପୋଲିସ ସେ ପିଲାକୁ ଉଠେଇ ପଚାରିବା ଆରମ୍ଭ କଲେ, ସତ ବାହାରିଲା ପୁଣି ପୋଲିସ ରାମଚନ୍ଦ୍ର କୁ ଉଠେଇ ଆଣି ପଚାରିବାରୁ ସେ ବି ସତ ମାନିଲେ,,, ପୁରା ଅପରାଧୀ ଆଠ ଜଣ ଥିଲେ, ସମସ୍ତେ ଧରାପଡ଼ିଲେ,, ତେଣୁ ପୋଲିସ ର ଅନ୍ଧାରରେ ମାରିଥିବା ତୀର ଠିକ ନିଶାନ ଧରିଥିଲା 24,ଏପ୍ରିଲ 2008 ଦିନ ପର୍ଦାଫାଶ ହେଇଥିଲା,

Leave a Reply

Your email address will not be published. Required fields are marked *