Spread the love

କଟକ 31/3. (ଆପ୍ର ) କଟକରେ ପୁଣି ଏକ ହସ୍ପିଟାଲ ଜାଲିଆତି କରି ଟଙ୍କା ଉଠେଇ ଥିବା ଭଳି ସାଙ୍ଘାତିକ ତଥ୍ୟ ହସ୍ତଗତ ହେଇଛି. ଏକ ଚିକିତ୍ସା ଅବହେଳା ର ଅଭିଯୋଗ ପାଇ ମଧୁପାଟଣା ଥାନା ଅଧିକାରୀ ଅନୁସନ୍ଧାନ କରିବାକୁ ଯାଇ ଯାହା ଦେଖିଲେ ବଡ଼ ଚକିତ ହେଲେ.ରୋଗୀଟିକୁ ଗୋଟିଏ ହସ୍ପିଟାଲ ରେ ଚିକିତ୍ସା କରେଇ ଆଉ ଗୋଟିଏ ରେକର୍ଡଭୁକ୍ତ ହସ୍ପିଟାଲ ରେ ଖାଲି କାଗଜ କଲମରେ ସମ୍ପୂଣ (ବି ଏସ କେ ୟାଇ) ଅର୍ଥ ହଡପ କରିଛନ୍ତି. ଘଟଣା ଟି ଏହା ଯେ ଖୋର୍ଦ୍ଧା ଜିଲ୍ଲାର ବଡ଼ଗଡ଼ ଗାଁ ର ପ୍ରସନ୍ନ ପାତ୍ର ଙ୍କ ପତ୍ନୀ କୁନି ପାତ୍ର ଙ୍କ ଦେହ ଖରାପ ହେବାରୁ ସେ ତାଙ୍କୁ କଟଜ ଗୋଶାଳା ଅଂଚଳ ର ଯେ ଏମ କେୟାର ହସ୍ପିଟାଲ ରେ ଆଡ଼ମିସନ କରିଥିଲେ ଓ଼ ସେଠାରେ ତାଙ୍କର ମୁର୍ତ୍ତୁ ଘଟିଥିଲା. ତାପରେ ପ୍ରସନ୍ନ ଚିକିତ୍ସା ଅବହେଳା ଜାଣିପାରି ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ..ଅଭିଯୋଗ ର ଅନୁସନ୍ଧାନ ରୁ ଅନିଲ ମିଶ୍ର ADCP ଯାହା ଜାଣିଲେ ଥରେ ଆଡ଼ମିସନ ହେଇ ଡିସଚାର୍ଜ ହେବାପରେ ପୁଣି କୁନିସାହୁ ଙ୍କ ଦେହ ଖରାପ ହେବାରୁ ଯେ ଏମ କେୟାର ର ଡାକ୍ତର ଚିନ୍ମୟ ସାହୁ ଙ୍କ ପରାମର୍ଶ ରେ ପୁଣି ଆଡ଼ମିସନ ହେଇଥିଲେ ସେ ହସ୍ପିଟାଲ ରେ ବିଜୁ ସ୍ଵାସ୍ତ୍ୟ କାର୍ଡ ର ଅନୁମତି ନଥିଲା ବେଳେ କେହି ଡାକ୍ତର ଦେଖି ନଥିଲେ . ସେଠାରେ ତାଙ୍କର ମୁର୍ତ୍ତୁ ଘଟିଥିଲା.କିନ୍ତୁ ପାଗ ରେ ଥିବା ଶୋଭା ନର୍ସିଙ୍ଗ ହୋମ ରେ କୁନି ସାହୁ ଙ୍କ ଅପରେସନ କରାଯାଇଥିବା ଦର୍ଶାଯାଇ ବିଜୁ କାର୍ଡ ଟିକୁ ଖାତାରେ ଚଢେଇ ଡାକ୍ତର ଅମୀୟ କୁମାର ପାଲ ଅପରେସନ କରିଥିବା ରେକର୍ଡ ରେ ଦର୍ଶାଗଲା.ଏ ଘଟଣା ରେ ଅଶୋକ ପତି ଓ଼ ଶାନ୍ତନୁ ପତି ଙ୍କୁ ଗିରଫ କରାଯାଇଛି.ଏହିପରି ବହୁତ ଆଗରୁ ଗୋଶାଳା ହସ୍ପିଟାଲ ରେ ଆଡ଼ମିସନ ଆଉ ଶୋଭା ନର୍ସିଙ୍ଗ ହୋମ ରେ ବିଜୁ କାର୍ଡ ର ବ୍ୟବହାର କରି ଅର୍ଥ ହଡପ ନଜର କୁ ଆସିଥିବା ବେଳେ ହସ୍ପିଟାଲ ଦ୍ୱୟ ର ରେକଡ଼ ଖାତା ଖାତିଆନ କୁ ଦଖଲ କୁ ଆଣି ଅସୁସନ୍ଧାନ ଜାରି ରହିଛି……..

Related Post

Leave a Reply

Your email address will not be published. Required fields are marked *

You Missed