ପୁଣି ଆଉ ଏକ ବଡ଼ ଠକେଇ ରେ ପଡିଲେଣି ସହସହ ଲୋକ, ଶେଷରେ EOW ଦ୍ୱାରସ୍ତ ହେବାକୁ ପଡିଲା ପ୍ଲଟ ନ 576/3398 ନୀଳକଣ୍ଠ ନଗର ନୂଆପାଲି ଭୁବନେଶ୍ୱର ରେ ଆରମ୍ଭ ହେଇଥିଲା ଆଦିତ୍ୟ ବିର୍ଲା ନାଁ ରେ ଅର୍ଥ ଲେନଦେନ କମ୍ପାନୀ,, ଅଫିସ ବି ଏମିତି ଯିଏ ଦେଖିବ ଭାବିବ ଆଖିର ପଲକ ପଡ଼ିବନି,, ଅତ୍ୟାଧୁନିକ ଚେୟାର ଟେବୁଲ ସମ୍ପୂର୍ଣ ଶୀତତାପ ନିୟନ୍ତ୍ରିତ ଅଗଣିତ କୋଠରୀ, କର୍ମଚାରୀ ମାନେ ବି ଉଚ୍ଚଶିକ୍ଷିତ,,,ପ୍ରଥମେ ଆରମ୍ଭ କରିଥିଲେ ସୁଶାନ୍ତ ନାଗ ବୋଲି ଜଣେ ବ୍ୟକ୍ତି, ଵିଜ୍ଞାପନ ଦେଇ ନିମନ୍ତ୍ରଣ ଆରମ୍ଭ କଲେ,, କମ୍ପାନୀ ର ନିୟମ ଥିଲା ଏକ ଲକ୍ଷ୍ୟ ଦେଲେ ମାସକୁ ସୁଧ ଆଠ ରୁ ଦଶ ପରସେଣ୍ଟ, କାରବାର ଚାଲିଲା, ସ୍କିମରେ ନିବେଶ କରିବା ଲୋକଙ୍କ ଗହଳି ଲାଗିଲା,, କିଏ ପାଞ୍ଚ ଦଶ କୋଡିଏ ତିରିଶ ଲକ୍ଷ୍ୟ ପର୍ଯ୍ୟନ୍ତ ନିବେଶ କଲେ,, ଚାରିମାସ ପୁରା ସୁଧ ମିଳିଲା,, କାଲିଠାରୁ ଦେଖା ନାହିଁ କମ୍ପାନୀ ମାଲିକର,,, ଯେହେତୁ ତିନିମାସ ହେବ ସୁଧ ମିଳିନାହିଁ ତେଣୁ ନିବେଶ କରିଥିବା ଗ୍ରାହକ ଙ୍କ ଭିଡ଼ ବର୍ତମାନ ସେଇ ଅଫିସରେ,, ଯାହା ଖବର ଅଛି ସମାଜ ର ସବୁ ବର୍ଗର ଧନୀ ମାନେ ସେଇଯୋଜନା ରେ ସାମିଲ ହେଇଥିଲେ,, ଘଟଣା ଟି ଭୁବନେଶ୍ୱର କାହିଁକି ପୁରା ଭାରତ ବର୍ଷ ରେ ଚହଳ ସୃଷ୍ଟି କରିବା ଆରମ୍ବ କଲାଣି,, ପାଖା ପାଖି 400 କୋଟି ଟଙ୍କା ନେଇଛି କମ୍ପାନୀ,,,