କଟକ. (ବିଶେଷ ସମ୍ବାଦଦାତା) କଟକ ବାଦାମବାଡ଼ି ଠାରେ ଥିବା ପୁରୁଣା ବସ ଷ୍ଟାଣ୍ଡ ରେ ବିଭିନ୍ନ ସମସ୍ୟା ଓ ଅସୁବିଧା ହେତୁ ସରକାର ଏକ ସୋତନ୍ତ୍ର ଅତ୍ୟାଧୁନିକ ବସ ଟରମିନାଲ ର ଯୋଜନା କରି ସ୍ଥାନୀୟ ଖାନନଗର ଠାରେ ପ୍ରତିଷ୍ଠା କଲେ. କାମ ଟି ଯେତେ ଜଲଦି ସରିବ ମୁଖ୍ୟମନ୍ତ୍ରୀ ଙ୍କ ସୋତନ୍ତ୍ର ସଚିବ ତାହାର ଦାଇତ୍ୱ ନେଲେ ସେଥିପାଇଁ ସଚିବ ମହୋଦୟ ବାରମ୍ବାର ଆସି କାମ ର ତଦାରଖ କଲେ ଯେହେତୁ ହଜାର ବର୍ଷ ର ସହର କଟକ କୁ ବିଶ୍ୱ ସ୍ତରୀୟ କରାଇବାପାଇଁ ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ଏକ ଅଭିନଵ ପ୍ରୟାସ କୁ ଦେଖି କଟକ ସହର ର ବୁଦ୍ଧିଜୀବୀ ଙ୍କ ମହଲରେ ପ୍ରଶଂସିତ ହେଉଥିବାବେଳେ.. ସେଠାରେ ଦୋକାନ ଘରଗୁଡିକୁ ଲଟେରୀ ମାଧ୍ୟମରେ ଦୋକାନୀ ମାନଙ୍କୁ ଦେବା ପାଇଁ ନିଷ୍ପତି ନିଆଗଲା.. ବହୁତ ବ୍ୟକ୍ତି ମଧ୍ୟ୍ୟ ନେବାପାଇଁ ଦରଖାସ୍ତ କଲେ.. ଏହା ଭିତରେ ଏକ ଅଜବ ଘଟଣା ଦେଖିବାକୁ ମିଳୁଛି ଓ ଶୁଣିବାକୁ ମିଳୁଛି. ଗୁପ୍ତ ଭାବେ ମୋଟା ଟଙ୍କା ଦେଲେ କୁଆଡେ ଦୋକାନ ଘରମିଳିବ ବୋଲି ଫୁସୁରଫାଶୁର ଶୁଣାଯାଉଥିବାବେଳେ ଗତକାଲି କଲେଜ ଛକ ଠାରେ ଜଣେ ଯୁବକ କୁ କିଛି ଲୋକ ଗୋଡ଼ଉଥିବାବେଳେ ଦେଖି ଚୋର ଭାବି ସାଧାରଣ ଲୋକ ବି ଗୋଡେଇ ମାଡିବସିଲେ. ଘଟଣା ଟି କଣ ଜାଣିବାକୁ ସମସ୍ତେ ଚାହିଁବାରୁ ଯୁବକ ଟିକୁ ଭିଡି ଭିଡି ମାଲଗୋଦାମ ଥାନାକୁ ଆଣିଲେ ଯାହା ଜଣା ପଡିଲା ନେତାଜୀ ବସ ଟରମିନାଲ ରେ ଦୋକାନ ଘର ଦେବାକୁ କହି କୋଡିଏ ଜଣଙ୍କଠୁ ନେଇଛି କୋଡିଏ ଲକ୍ଷ୍ୟ. ଶେଷକୁ ଥାନାରେ ଯୁବକ ଟି କାନମୁଣ୍ଡା ଆଉଁସି ଅଣ୍ଡରଟେକ ଲେଖା ଦେଲେ ଯାହା କହିଥିଲା ମିଛ ଓ ସମ୍ପୂର୍ଣ ଟଙ୍କା ଫେରେଇବ. ଯାହା ଶୁଣିବାକୁ ମିଳୁଛି ଏକ ପୁରୁଣା ଜାଲିଆ ଗ୍ରୁପ ପୁଣି ସକ୍ରିୟ ହେଲାଣି. ଦୋକାନ ଘର ନେବାକୁ ଥିବା ଆଶାୟୀ ମାନେ ସେଥିପାଇଁ ଟିକେ ସଜାଗ ରୁହନ୍ତୁ. ମୁଖ୍ୟମନ୍ତ୍ରୀ ଙ୍କ ସ୍ଵଚ୍ଚ ଶାସନ ରେ ଯେତେବେଳେ ବଡ଼ ବଡ଼ ସରକାରୀ ଅଫିସର ଖ୍ୟାତନାମା ମାଫିଆ ନେତା ମାନେ ବର୍ତମାନ ଜେଲରେ ତେଣୁ ସାଧାରଣ ଜନତା ମାନେ ଏ ଜାଲିଆ ମାନଙ୍କ ଠୁ ଦୂରରେ ରୁହନ୍ତୁ…….
