Spread the love

ଭଗବାନ କୁହନ୍ତି ଯିଏ ଯେପରି ମୋ ପାଖରେ ନିଜକୁ ସମର୍ପଣ କରେ ମୁଁ ତାକୁ ସେହିପରି ଭାବରେ କୃପା ପ୍ରଦାନ କରେ, ତେଣୁ ଭକ୍ତର ଦୃଷ୍ଟିରେ ଭଗବାନ କେତେବେଳେ କାହାକୁ କୋଉ ରୂପରେ କଣ ଦିଅନ୍ତି ତାହା କେବଳ ସେ ଜାଣିଥାଏ, ଆମେ ଏଠାରେ ମଣିଷ ବିଷୟରେ ଏକ ଉପାଖ୍ୟାନ ପ୍ରକାଶ କରୁଛୁ, ରହସ୍ୟମୟ ପ୍ରଭୁ କିପରି ଜଣେ ଦିନ ମଜୁରିଆ କୁ ଅଗଣିତ ଧନଶାଳୀ ବ୍ୟକ୍ତିତ୍ୱ ମାନଙ୍କ ପାଖରେ ଜ୍ଞାନ ର ଆଧାର ଦେଇ ଦେଖେଇଲେ ଦୁନିଆ ସ୍ତବ୍ଧ ହେଇଗଲା,, ଆଜିର କାହାଣୀ ଟି ତାହାରି ଉପରେ,ଗୋଟିଏ ଝଟକା ରେ ପୁରସ୍କାର ପାଇଥିବା ମଣିଷଟିର ନାଁ ଦେଇହେଉନି କାରଣ ତାହା ଦୁନିଆ କୁ ସୁରକ୍ଷା ଦୃଷ୍ଟିରୁ ଗୁପ୍ତ ରଖାଯାଇଛି,, ଘଟଣା ଟି ଘଟିଥିଲା ସୁଦୂର ଇଂଲଣ୍ଡ ରେ 1734 ମସିହାରେ,,ସମ୍ପୂର୍ଣ ବିଷୟଟି ଭଗବାନ ସୃଷ୍ଟି କରି ମଣିଷ ମାନଂକୁ ଅଜ୍ଞାନ କରେଇଥିବା (ସୁନା, GOLD ) ଟି ଉପରେ ସେତେବେଳେ ବ୍ୟାଙ୍କ ଗୁଡିକ କେବଳ ଇଉରୋପ ଦେଶରେ ପ୍ରଥମେ ଆରମ୍ଭ ହେଇଥିବାର ନଜର ଅଛି,, ଇଂଲଣ୍ଡ ର ବଡ଼ (ବ୍ୟାଙ୍କ ବ୍ୟାଙ୍କ ଅଫ ଇଂଲଣ୍ଡ,) ପ୍ରଥମେ ଏକ ଭଡା ଘରେ ଚାଲୁଥିଲା ବ୍ୟାଙ୍କ,, ଧୀରେ ଧୀରେ ରାଜା ଚାହିଁଲେ ନିଜେ ତିଆରି କରିବେ ବ୍ୟାଙ୍କର ନିଜସ୍ୱ ବିଲଡିଂ, ତିଆରିବି ହେଲା, ଇଂଲଣ୍ଡ ର ଏକ ଉର୍ନ୍ନତ ସହର (ଥ୍ରେଟ ନିଡେଲ ଷ୍ଟ୍ରିଟ) ରେ, କଡାକଡି ନିୟମ ହେଲା ବ୍ୟାଙ୍କ ର ବିଲଡିଂ କୁ ଏମିତିକା କରାଯିବ ଯେ ଯେମିତି ଚୋର ଡକାୟତ ଚିନ୍ତା କରିବେନି ଲୁଟ କରିବାକୁ, ବିଲଡିଂ ତିଆରି ହେଇଗଲା, ବ୍ୟାଙ୍କ ଚାଲିଲା, କିନ୍ତୁ ବ୍ୟାଙ୍କ ର ଷ୍ଟ୍ରଙ୍ଗ ରୁମ ଥିଲା ନିଆରା ଯୋଉଠି ଥିଲା ଆଠଟି ବଡ଼ ବଡ଼ ସିନ୍ଦୁକ ପରି ଲକର,, ଯାହାର ଉଚ୍ଚତା ଥିଲା ପାଞ୍ଚ ଫୁଟ ଓ ଚଉଡା ଏଗାର ଫୁଟ, ଓ ଚାବି 32 ଟି,, ଚାବି ଗୁଡିକର ଲମ୍ବା ଏକ ଫୁଟ,, ମଜଭୁତ ଚାବି,, ସେଠାରେ ରଖାଗଲା ଦେଶର ସୁନା ଗୁଡିକ,, ଯାହା କୁହାଯାଏ ସେତେବେଳେ ଇଂଲଣ୍ଡ ର ସେଇ ବ୍ୟାଙ୍କ ରେ ଥିଲା 4956 ଟନ ସୁନା,, ବ୍ୟାଙ୍କ ଚାଲିଲା ଠିକ ତାର ଏକ ବର୍ଷ ପରେ ବ୍ୟାଙ୍କର ଅଧିକାରୀ ଙ୍କ ପାଖକୁ ଏକ ଚିଠି ଆସିଲା, ଲେଖାଥିଲା ଆପଣଙ୍କ ବ୍ୟାଙ୍କ ର ସୁରକ୍ଷା ଅଧିକାରୀ କଣ କରୁଛନ୍ତି ମୁଁ ବ୍ୟାଙ୍କ ଭିତରେ ଯାଇ ବୁଲି ଆସିସାରିଛି, ପ୍ରଥମେ ଏହାକୁ ଏକ ମଜାକ ଭାବି ଚୁପ ରହିଥିଲେ ଅଧିକାରୀ, ପୁଣି ଏକ ମାସ ପରେ ଆସିଲା ଆଉ ଏକ ଚିଠି,, ଲେଖାଥିଲା ପୁରା ଲକର ଗୁଡିକର ରଙ୍ଗ ସାଇଜ ଓ ତାଲା ଚାବି ସହିତ ସମ୍ପୂର୍ଣ ଭିତରର ନକ୍ସା,, ଏହାକୁ ପଢି ସମସ୍ତ ଅଧିକାରୀ ଆଶ୍ଚର୍ଯ୍ୟ ହେଲେ, ଏହା କିପରି ସମ୍ଭବ ଯାହା ଲେଖିଛି ପୁରା ଠିକ, ସନ୍ଦେହ ହେଲା ବ୍ୟାଙ୍କ ଷ୍ଟାଫ ଓ ସୁରକ୍ଷା କର୍ମଚାରୀ ମାନଙ୍କ ଉପରେ ନିଶ୍ଚିତ କିଏ ଏପରି ମଜାକ କରୁଛି,,, ସେତେବେଳେ ବର୍ତମାନ ର ଟେକନୋଲୋଜି ନଥିଲା,,ଜାଣିବେ କେମିତି,, ପୁଣି ଆଉ ଏକ ଚିଠିରେ ଜଣେଇଲା ପୁରା ଦିନ ସମୟ କୋଉଦିନ ସେ ଆସି ହାଜର ହେବ ସେଇ ସୁନା ଭର୍ତି ବାକ୍ସ ଗୁଡିକ ପାଖରେ,, ଓ ଆପଣ ମାନେ ସେଦିନ ଉପସ୍ଥିତ ରହିବାକୁ ନିବେଦନ,,, ବଡ଼ ତାଯୁବ ହେଲେ ସମସ୍ତେ,,, ସେ ଦିନ ଆସିଲା ବ୍ୟାଙ୍କ ସେଦିନ ଛୁଟି ଥିଲା ସମସ୍ତେ ଉପସ୍ଥିତ ଲକର ରୁମ ରେ, ଚିଠିରେ ଲେଖାଥିବା ଉପଯୁକ୍ତ ସମୟ ଆସିଲା ସମସ୍ତେ ନିରବ, ହଟାତ ଘର ର ଏକ ପାର୍ଶ୍ଵରେ କିଛି ଆବାଜ ହେଲା,, ସମସ୍ତେ ଦୌଡିଲେ ବିରାଟ ରୁମ,, ଆବାଜ କୋଉଠୁ ଆସିଥିଲା ନିରବ ରହିଲେ ସମସ୍ତେ, ନଜର ଆବାଜ ଆସୁ,, ପୁଣି ଆବାଜ ଆସିଲା ଯୋଉଠୁ ପୁଣି ଦୌଡିଲେ ସେଇ ଜାଗାକୁ ଦେଖିଲାବେଳକୁ ଏକ 40 ବର୍ଷ ର ଲୋକ କୋଟ ପିନ୍ଧି ଛିଡା ହେଇଛି,,, ଆରେ ଇଏ କିଏ କେମିତି ଆସିଲା,,, ସମସ୍ତେ ହତବାକ!! ଲୋକଟିକୁ ସୁରକ୍ଷା ଅଧିକାରୀ ମାନେ ମାଡ଼ିବସିଲେ,, ସେ କହିଲେ ମୁଁ ଚୋର ନୁହେଁ ମୁଁ ଜଣେ ପାଣି ପାଇପ ମିସ୍ତ୍ରୀ ଏଇ ଏରିଆରେ ଦଶ ବର୍ଷ ହେବ କାମ କରୁଛି ମୋତେ ବହୁତ ଲୋକ ଜାଣିଛନ୍ତି, ମୁଁ ଏଇ ବିଲଡିଂ ର ପଡୋଶୀ ଘରେ କାମ କରୁଥିଲି ଏକ ମାଟି ଖୋଳି ଏକ କୂଅ ନିର୍ମାଣ ଥିଲା ଯୋଜନା, ସେତିକି ବେଳେ ମୁଁ ଦେଖିଥିଲି ଏକ ପୁରୁଣା ସୁଡ଼ଙ୍ଗ ଭଳି ଏକ ବଡ଼ ଗାତ ରହିଛି, ତେଣୁ କୂଅ ଖୋଳା କାମ ବନ୍ଦ ହେଇଥିଲା,, କିନ୍ତୁ ମୁଁ ସେ ସୁଡ଼ଙ୍ଗ ଭିତରେ ଯିବା ରାସ୍ତା ଦେଖିଥିଲି,,ଯେହେତୁ ୟେ ବିଲଡିଂ ରୁ ସେ ବିଲଡିଂ ମାତ୍ର ଶହେ ଫୁଟ ର ବ୍ୟବଧାନ ଓ ଏକା ଏକା ମୁଁ ଆସି ବ୍ୟାଙ୍କ ବିଲଡିଂ ରେ ପଂହଁଚି ଏକ ଜାଗାରେ ଦେଖିଲି ଖାଲି ସିମେଣ୍ଟ ବେସରହିଛି ଯେତେବେଳେ ମୁଁ ତାକୁ ଖୋଳିଲି ଏଇ ଗୋଟିଏ ବଡ଼ ସିନ୍ଦୁକ ଲକର ତଳେ ପଂହଁଚିଲି, ଯେହେତୁ ସିନ୍ଦୁକ ଏକ ଫୁଟ ଉପରେ ଫାଙ୍କା ଥିଲା ଆରାମ ରେ ଆସି ବୁଲି ଦେଖିଥିଲି ଓ ଆଶ୍ଚର୍ଯ୍ୟ ହେଲି ଏତେବଡ଼ ବ୍ୟାଙ୍କ ତିଆରି ହେଲା କିନ୍ତୁ କେହି ଜାଣିନାହାନ୍ତି ୟେ ବିଲଡିଂ ତଳେ ରାଜ ରାଜୁଡା ଅମଳର ସୁଡଙ୍ଗ ଅଛି,,, ତେଣୁ ମୁଁ ଆପଣଙ୍କ ପାଖକୁ ଚିଠି ଦେଲି ସମସ୍ତ ବିଷୟ ଗୁପ୍ତ ରେ ଜଣେଇବି, କିନ୍ତୁ ଆପଣ ମୋ କଥାକୁ ଵଶ୍ୱାସ କଲେନି, ଆପଣଙ୍କ ଅଧିକାରୀ ମାନଂକୁ ଧରି ଆସିଲେ,, ତାଙ୍କ କଥା ଶୁଣି ପୁରା ସୁଡ଼ଙ୍ଗ ର ନଜର ସମସ୍ତେ ଦେଖିଲେ ଓସୁଡ଼ଙ୍ଗ ଭିତରେ ଯାଇ କିଛି ସୁରକ୍ଷା ଅଧିକାରୀ ବୁଲି ଆସିଲେ,, ଲୋକଟି ନିଶ୍ଚିତ ସଚୋଟ ନଚେତ ଜଣେଇଥାନ୍ତା କାହିଁକି,, ଲୋକଟିକୁ ନିଆଗଲା ସତନ୍ତ୍ର ଏକ କୋଠାକୁ, ସେଇଠି ତାର ପରିଚୟ ଘର ଦ୍ୱାର ଆଉ ତା ପରିବାର ରେ କିଏ କିଏ ଅଛନ୍ତି,,, ସାତଦିନ ଅତିଥି ସତ୍କାର କରି ପୁରସ୍କାର ସ୍ୱରୂପ 1734 ମସିହାରେ ଦେଇଥିଲେ 20 ଲକ୍ଷ୍ୟ ଟଙ୍କା ଓ ଏକ ଗୁପ୍ତ ସରକାରୀ ଚାକିରୀ,,ସେ ନିଜେ କହିଥିଲେ ମୋ ବ୍ୟତୀତ ଯୋଉମାନେ ଜାଣିଲେ ଯେମିତି ସୁଡ଼ଙ୍ଗ ବିଷୟ ଗୁପ୍ତ ରଖାଯାଏ,, ସେଇଆ ହେଲା,, ସୁରକ୍ଷା ଦୃଷ୍ଟିରୁ ତାଙ୍କ ନାଁ ଗୁପ୍ତ ରଖାଯାଇଥିଲା, ୟେ ସମସ୍ତ ବ୍ୟାଙ୍କ ଅଫ ଇଂଲଣ୍ଡ ର ୱେବ ସାଇଟ ରେ ଉପଲବ୍ଧ ଅଛି,,,, ଦିନେ ଏମିତିକା ସତ୍ୟ ଘଟଣା ଘଟିଥିଲା ଇଂଲଣ୍ଡ ଇତିହାସରେ,,,,ଦୁନିଆ ଇତିହାସ କୁ ଯଦି ଯିବା, ଭାରତରେ ସୁନା ବ୍ୟବହାର କରୁଥିବା ଲୋକ ପୃଥିବୀରେ ଏକ ନମ୍ୱର,, ଓ ସାରା ଦୁନିଆଁର ସୁନା ଯେତିକି ଅଛି ଭାରତରେ ସେତିକି କିମ୍ବା ତା ଠାରୁ ଅଧିକା ଅଛି,

Related Post

Leave a Reply

Your email address will not be published. Required fields are marked *

You Missed