Spread the love

ଦେଶ ସ୍ୱାଧୀନ ହେଲାଣି 75 ବର୍ଷ ହେବ ଆଜିବି ଭାରତବର୍ଷ ରେ ଚୋର ଡକାୟତ, ଦାଦାଗିରି, ସରକାରୀ ରାଜସ୍ୟ ଲୁଟ, ବ୍ୟାଙ୍କ ଠକେଇ, ଜମି ଜାଲିଆତି, ଚିଟଫଣ୍ଡ,ସରକାରୀ ଜମି ହଡପ,ନକ୍ସଲ, ମାଓବାଦୀ, ସନ୍ତ୍ରାସବାଦୀ, ସାଙ୍ଘାତିକ ଘରୋଇ କଳି, ହତ୍ୟା, ଭଳି ସଂଗୀନ ଅଭିଯୋଗ ମାଳ ମାଳ, ହୁଏତ ପୃଥିବୀରେ ଆମ ଦେଶ କେତେ ନମ୍ବର ରେ ଆସିବ କେହି କହିପାରିବେନି, ଅପରାଧ ଓ ଅପରାଧୀ କୁ ନିୟନ୍ତ୍ରଣ କରିବାକୁ ପୋଲିସ ବିଭାଗ ତିଆରି ହେଇଛି ତିନିଶହ ବର୍ଷ ତଳୁ, ଏହା ପ୍ରଥମେ ବ୍ରିଟିଶ ମାନେ ଆରମ୍ଭ କରିଥିଲେ, ଇତିହାସ କୁହେ ଦେଶ ସ୍ୱାଧୀନ ପୂର୍ବରୁ ପୋଲିସ ଅପରାଧୀ ଦମନ ସଠିକ ଭାବେ କରୁଥିଲେ, ସେଥିପାଇଁ ଅନେକ ଜେଲ ବି ତିଆରି ହେଇଥିଲା, ଦଣ୍ଡ ବି ସେମିତି ମିଳୁଥିଲା,, କିନ୍ତୁ ସ୍ୱାଧୀନତା ପରର ଦୂର୍ଷ୍ୟ କିଛି ଅଲଗା ହେଲା ପରି ମନେହୁଏ, ଅପରାଧୀ ଅପରାଧ କରେ ଓ ତୁରନ୍ତ ବେଲ ବି ମିଳିଯାଏ, ସେ ପୁଣି ସେଇ ପେଶାକୁ ଆପଣାଇ ସମାଜ ରେ ଏକ ପତିଆରା ସୃଷ୍ଟି କରେ,, ସେଥିପାଇଁ ପୋଲିସ କରିବତ କଣ କରିବ,, ସହଜେ ଦିନ ରାତି ଅନିଦ୍ରା ରହି ଅପରାଧୀ ଦମନ କରୁଥାଏ,, କିନ୍ତୁ ଆଜିର କାହାଣୀ ସେଇ ପୋଲିସ ବିଭାଗ ଉପରେ, କିପରି ପାଞ୍ଚ ଜଣ ପୋଲିସ ସତମାସ ଏକ ଘଟଣା ଉପରେ ତଦନ୍ତ କରି କରି ବିଫଳ ହେଇ ସସ୍ପେଣ୍ଡ ହୁଅନ୍ତି, ଓ SP ଙ୍କ ନିର୍ଦେଶ ରେ ନିଜେ ପାଞ୍ଚ ଜଣ ପୋଲିସ ଲାଗି ଯାଆନ୍ତି ଅପରାଧୀକୁ ଧରିବାକୁ, ଶେଷରେ ସଫଳ ହୁଅନ୍ତି, ଘଟଣା ଟି ଘଟିଥିଲା 2008 ମସିହାରେ ମଧ୍ୟପ୍ରଦେଶ ର ବାଲାଘାଟ ଏରିଆରେ,, ସେଇ ବର୍ଷ ନୂଆ ସରକାର ହେଇଥାଏ, ସହଜେ ନକ୍ସଲ ଏରିଆ, SP (ହରିନାରାୟଣ) ବାଲାଘାଟ ଏରିଆରେ ସମସ୍ତ ଥାନାକୁ ସଜାଗ ରଖିଥାନ୍ତି,, ଗୋଟିଏ ଦିନ ମନ୍ତ୍ରୀ ଆସିବେ ବାଲାଘାଟ ଏରିଆକୁ ପୋଲିସ ସୁରକ୍ଷା କଡାକଡି,, ସେଦିନ ଶନିବାର ହେଇଥାଏ, ପାଞ୍ଚ ଜଣ ସଶସ୍ତ୍ର ପୋଲିସ ଙ୍କୁ ସରକାରୀ ଟ୍ରେଜେରି ଦାଇତ୍ୱ ଦିଆଯାଇଥାଏ, ଦୁଇ ଜଣ AK47 ବନ୍ଧୁକ ଧାରୀ ଓ ତିନିଜଣ ନିଘରାନି ରେ,, ସୋମବାର ହେଲେ ବ୍ୟାଙ୍କ ଖୋଲା ଯିବ ଟଙ୍କା ଟ୍ରେଜେରି ରୁ ନେଇ ବ୍ୟାଙ୍କରେ ରଖାଯିବ,, ଦିନ ଚାରିଟା ଜନ ଗହଳି ଏରିଆ, ପୋଲିସ ବାବୁ ମାନେ ଏପଟ ସେପଟ ହେଇ ଗୋଟିଏ ଜାଗାରେ ଟ୍ରେଜେରି ଅଫିସରେ ବସିଥାନ୍ତି, ଜଣେ ଯୁବକ ଆସିଲେ ହସି ହସି ଅଫିସ ଭିତରକୁ ଏକ ମିଠା ପ୍ୟାକେଟ ଧରି,, ଯେମିତି ତାଙ୍କୁ ସମସ୍ତେ ଚିହିଁଛନ୍ତି,, କହିଲେ ତାଙ୍କର କୋର୍ଟ ରେ କେଶ ଥିଲା ଓ ଡିଗ୍ରୀ ହେଇଗଲା ସେ ମିଠା ବାଣ୍ଟୁଛନ୍ତି ତାଙ୍କ ଘର ଟ୍ରେଜେରି ପଛପଟେ,, ପୋଲିସ ବାବୁ ଚାରିଜଣ ଫୁଲ ମିଠା ଖୁସିରେ ଖାଇଲେ ଜଣେ ପୋଲିସ ଅଳ୍ପ ଖାଇଲେ କାରଣ ତାଙ୍କର ଡାଏବେଟିସ ଅଛି,,, ଯୁବକ ମିଠା ଦେଇ କୁଆଡେ ଗଲେ,,, ଠିକ ତାର ଏକ ଘଣ୍ଟା ପରେ ଚାରିଜଣ ପୋଲିସ ଚଟାଣରେ ଶୋଇଛନ୍ତି ଓ ଜଣେ ହାଲକା ନିଦ ରେ ଢ଼ୋଳାଉଛନ୍ତି,, ଯେହେତୁ ରାତି ହେଲାଣି ଅଫିସ ବନ୍ଦ, ଜଣେ ଅଫିସ ପିଅନ ଆସିଲେ, ୟେ ପରିସ୍ଥିତି ଦେଖି ତୁରନ୍ତ ପାଟି କରି ଲୋକଙ୍କୁ ଜଣେଇଲେ,, ଲୋକଙ୍କ ଭିଡ଼ ସହିତ SP ନିଜେ ଆସିଲେ, ଘଟଣା କଣ,, ଚାରିଜଣକୁ ମେଡିକାଲ ନିଆଗଲା,ଜଣେ ଅଳ୍ପ ଠିକ ଥିଲେ,, ସମସ୍ତ କଥା SP ଙ୍କୁ କହିଲେ,,, ଟ୍ରେଜେରି ଭିତରେ ବିଶେଷ ଟଙ୍କା ନଥିଲା ଏକ ବଡ଼ କାଠ ବାକ୍ସ ଭିତରେ ଏକ ବ୍ୟାଗରେ ସାତ ଲକ୍ଷ୍ୟ ଟଙ୍କା ଥିଲା,, ତାକୁ କିଏ ନେଇଯାଇଛି,,, ପ୍ରଥମେ ତଦନ୍ତ ରେ ଜଣା ପଡିଲା ୟେ କାମ କୋଉ ନକ୍ସଲ ମାନଙ୍କର ନୁହଁ, କାରଣ ବନ୍ଧୁକ ସବୁ ସେମିତି ଅଛି, ଯିଏ ମିଠା ଦେଇଥିଲା ସେଇ କରିଛି,,, ଠିକ ତାର ଏକ ଘଣ୍ଟା ପରେ ଜଣେ ଲୋକ ଆସିଲା ବାଲାଘାଟ

ଥାନାକୁ ଏକ ଚୋରି କେଶ ଅଭିଯୋଗ କରିବାକୁ, ସେ ଏକ ହୋଟେଲ ରେ ରହୁଥିଲେ ଏକ ଯୁବକ ରହୁଥିଲା ପାଖ ରୁମରେ, ସେଇ ନେଇପଳେଇଲା ତାଙ୍କ ବ୍ୟାଗ ଓ ଜିନିଷ ପତ୍ର,, ଏକା ବେଳେକେ ଦୁଇଟି କେଶ ମାତ୍ର ଦୁଇ ତିନିଘଣ୍ଟା ବ୍ୟବଧାନରେ,, ନିଶ୍ଚିତ ସେଇ ଚୋର ଦୁଇଟି କାଣ୍ଡ କରିଛି,, ଚାଲିଲା ଚଢ଼ାଉ, ବସଷ୍ଟାଣ୍ଡ, ମାର୍କେଟ,, ବ୍ୟାଗ ଚୋରି ହେଲା ଵାଲା କହିଲା ତାଙ୍କ ବ୍ୟାଗରେ ଏକ ମୋବାଇଲ ଥିଲା,, ତୁରନ୍ତ ମୋବାଇଲ ନମ୍ବର କୁ ଯାଞ୍ଚ କରି ସିଗନାଲ ଦେଖା ଆରମ୍ଭ ହେଲା,, ପୋଲିସ ଦେଖିଲେ, ମୋବାଇଲ ଟାୱାର ସିଗନାଲ ଦେଖାଉଚି ଯାଉଛି କ୍ଷିପ୍ତ ଗତିରେ ଗୋଟିଏ ପରେ ଗୋଟିଏ ଜାଗା,, ଵାଲା ଘାଟ ରୁ ଆଉ ଗୋଟିଏ ଷ୍ଟେସନ, ପୁଣି ଆଉ ଗୋଟିଏ ଷ୍ଟେସନ, ପୋଲିସ ଜାଣିଲେ ଚୋର ସେଇ ଟ୍ରେନ ରେ ଯାଉଛି, ଖବର ଆସିଲା (ସଂଘମିତ୍ରା ଏକ୍ସପ୍ରେସ),, ଚୋରଟି ନାଗପୁର, ଜବଲପୁର ଆଡେ ଯାଇଛି,, ତୁରନ୍ତ ଜବଲପୁର ରେ ଥାନା ମାନଂକୁ ଅଳର୍ଟ କରାଗଲା, ଯେମିତି ଜବଲପୁର ଷ୍ଟେସନ ରେ ଟ୍ରେନ ରହିଛି ଅନେକ ପୋଲିସ ଟ୍ରେନ ରେ ଖୋଜିଲେ ଗୋଟିଏ ପେଟୁଆ ଟୋକା ବୟସ ତିରିଶ ପାଖାପାଖି, ସାଙ୍ଗରେ ଏକ କଳା ବ୍ୟାଗ,, ତନ୍ନ ତନ୍ନ ପରୀକ୍ଷା ହେଲା ଟ୍ରେନ କୁ ବିଳମ୍ବ କରାଗଲା,, କିନ୍ତୁ ଚୋରର ଦେଖା ନାହିଁ,, ଟ୍ରେନ ଗଲା,, ଆଉ କିଛି ସମୟ ମୋବାଇଲ ସର୍ଭିଲାନ୍ସ ଅଳ୍ପ ସମୟ ରହିଲା ଜବଲପୁର ରେ, ତାମାନେ ଚୋର ଏଇଠି ଅଛି ଜବଲପୁରରେ,, ରାତି ବାରଟା ବାଜିଲାଣି, କୁଆଡେ ଗଲା,,ଚାଲିଲା ହୋଟେଲ ଚେକିଂ, ଗୋଟିଏ ପରେ ଗୋଟିଏ ହୋଟେଲ ଖୋଜା ଗଲା ଜବଲପୁର ଷ୍ଟେସନ ପାଖାପାଖି, ଏକୁଟିଆ କିଏ ଆସି ରହିଛି ବର୍ତମାନ ଏକ ଘଣ୍ଟା ମଧ୍ୟରେ,, ଗୋଟିଏ ହୋଟେଲ ରେ ଜଣକୁ ସନ୍ଦେହ ହେଲା,, ତା ପାଖରୁ ସେଇ ବ୍ୟାଗ ମିଳିଲା ଯୋଉଟା ସେ ବାଲାଘାଟ ହୋଟେଲ ରୁ ଚୋରି ହେଇଥିଲା,, ସେ ଯୁବକଟି ମୋବାଇଲ କୁ ଜବଲପୁର ଷ୍ଟେସନ ରୁ ବାହାରିଲା ପରେ ବ୍ୟାଗରେ ଦେଖିଥିଲା, ଓ ତାକୁ ବାଡେଇ ଭାଙ୍ଗି ଫୋପାଡ଼ି ଦେଇ ଆସି ଏଇ ହୋଟେଲ ରେ ରହିଲା,ତା ପାଖରୁ ଏକ ଚାବି ବଂଡଲ ମିଳିଲା ଯେଉଁଥିରେ,250 ଚାବି ଥିଲା,, ଆଉ ଦୁଇ ହାଜର ସାତଶହ ଟଙ୍କା,, ତାକୁ ଶକ୍ତ ରେ ପଚାରିଲେ ପୋଲିସ ମାନଂକଠାରୁ ଲୁଟ କରିଥିବା ଟଙ୍କା କାହିଁ,, ସେ କହିଲା ମୁଁ କେବଳ ସେଇ ହୋଟେଲ ରୁ ସେ ଲୋକର ବ୍ୟାଗ ଆଣିଥିଲି ପୋଲିସ ବିଷୟ କିଛି ଜାଣିନି,,, ଓ ଚାବି ବିଷୟରେ କହିଲା କି ସେ 75 ଟି ସହର ରେ କେବଳ ହୋଟେଲ ରେ ରୁମ ନେଇ ରହିଛି ଓ ଯୋଉ ରୁମରେ ରୁହେ ତାର ଚାବି ଟା ଆଣି ଡୁପ୍ଲିକେଟ ଚାବି ତିଆରି କରି ପୁଣି କିଛିଦିନ ପରେ ସେଇ ହୋଟେଲ କୁ ଆସି ଆଗରୁ ରହିଥିବା ରୁମରେ ଯିଏ ରହୁଥାଏ ସେ ନଥିଲା ବେଳେ ଆଗରୁ ରଖିଥିବା ଡୁପ୍ଲିକେଟ ଚାବିରେ ରୁମ ଖୋଲି ଯାହା ଥାଏ ନେଇ ପଳାଏ,,, ଓ କହିଲା ସେ 200 ଚୋରି କରିଛି,,, ତାକୁ ବାଲାଘାଟ ଅଣାଗଲା,,ନିଶା ଦେଇଥିବା ପୋଲିସ ବି କହିଲେ ୟେ ସେ ନୁହଁ,,, ଯାହା ହେଇ ଗୋଟାଏ କେଶ ଖୋଜୁ ଖୋଜୁ ଆଉ ଗୋଟାଏ ବଡ଼ ଚୋର ମିଳିଲା,,, ପୁଣି ଚାଲିଲା ଅନୁସନ୍ଧାନ କିଏ ସେ,,?? ପୁଣି ଯାନ୍ତ୍ରିକ ଇଲେକ୍ଟ୍ରୋନିକ ବିଜ୍ଞାନ ତତ୍ୱ ଗବେଷଣା ଆରମ୍ଭ ହେଲା, ଯୋଉ ସମୟରେ ନିଶା ଦିଆ ମିଠା ଦେଇଥିଲା ମୋବାଇଲ ଲୋକେସନ କାହାର କାହାର ଥିଲା, ପାଖା ପାଖି ହଜାରେ ମୋବାଇଲ ରୁ ମିଳିଲା ଚାରୋଟି,,, ସେଇଦିନ ଵାଲା ଘାଟ ଆସିଛି ତିନୋଟି ମୋବାଇଲ ଓ ସେଇ ସଂଧ୍ୟରେ ବି ପଳେଇଛି,, ଆଉ ନାଗପୁର, ବିଳାସପୁର ରେ ଲୋକେସନ ଦେଖାଉଛି,, ଦୁଇ ଦିନ ଲାଗିଲା ଖୋଜିବାକୁ,, ତୁରନ୍ତ ବି ମିଳିଗଲେ ତିନିଜଣ କାରଣ ତାଙ୍କର ଫୋନ ଖୋଲାଅଛି ଓ କଥାବାର୍ତା ଚାଲୁଛି,, ତିନିଜଣକୁ ଅଲଗା ଅଲଗା ପୋଲିସ ସ୍କ୍ୱାଡ଼ ଉଠେଇ ନେଇ ଆସିଲେ କାଲିଘାଟ,ସେମାନଂକୁ ଯେତେବେଳେ ପଚାରଗଲା, ସେମାନେ ଟାୱାର ମେକାନିକ ଓ ସେଦିନ ଆସିଥିଲେ କାଲିଘାଟ BSNL ଟାୱାର କାମରେ,, ଅନୁସନ୍ଧନ ବି ହେଲା, ଘଟଣା ସତ,, SP ହରିନାରାୟଣ ବାବୁ ରାଗି ତମତ୍ତମ ହେଲେ ଏକ ଅସଲି ଚୋର ଧାରପଡୁନି ପୁଣି ଆଉ ଏକ ସୁକିଲା ଅଭଯୋଗ,, ନିରୀହ ମେକାନିକ ମାନଂକୁ ଆଣି ପୁଣି ଟେନସନ,,, ବିରକ୍ତ ହେଇ କହିଲେ ଚୋର କୁ ଖୋଜ ନଚେତ ସସ୍ପେଣ୍ଡ ହେବ,, ସେଇଆ ହେଲା ପାଞ୍ଚଜଣ ପୋଲିସ ସସ୍ପେଣ୍ଡ ହେଲେ,, ଓ SP କହିଲେ ଚେଷ୍ଟା କର ଚୋରକୁ ଖୋଜିବାରେ,, ନଚେତ ଉପାୟ ନାହିଁ,, ସରକାରୀ ଅର୍ଥ,ଯାଇଛି,,,ପାଞ୍ଚ ଜଣ କରିବେତ କଣ କରିବେ,, ଚୋର ର ସ୍କେଚ ଧରି ବୁଲିଲେ ବିଳାସପୁର, ଜବଲପୁର, ନାଗପୁର, ଅଗ୍ରା, ମଥୁରା,,, ଯୋଉଠି ନିଜ ପରିଚିତ ପୋଲିସ ଥିଲେ ସେମାନଂକୁ କହିଲେ ନିଶା ଦିଆ ଚୋର କିଏ କିଏ କୋଉଠି ଅଛନ୍ତି,,ତିନିମାସ ବ୍ୟସ୍ତ ହେଇ ବୁଲିଲେ ସମସ୍ତେ ଅଲଗା ଅଲଗା ହେଇ ଖୋଜୁଥିଲେ,, ବିଳାସପୁର ରେ ଜଣା ପଡିଲା ଗୋଟିଏ ଥାନାରେ ଚୋର ଧରାପଡି ସେଠାରୁ ଖସି ଆସିଥିଲା ନିଜ ଠିକଣା ଦେଇ,,ଅବଶ୍ୟ ସନ୍ଦେହ ରେ ସେଇ ଥାନାରେ ରଖାଯାଇଥିଲା,, ସେଠାରେ ଇଲିଆସ ବୋଲି କହିଥିଲା,, ଘର ଓଡିଶା ର (କଳାହାଣ୍ଡି ) ରେ,, ଯୋଉ ଠିକଣା ଦେଇଥିଲା ପୋଲିସ ଆସିଲେ, ଓ ମିଳିଲା ପ୍ରକୁର୍ତ୍ତ ଘର,, କିନ୍ତୁ ତାର ଓରିଜିନାଲ ନାଁ (ଗୋପାଳଯାଦବ) ତା ବାପା କହିଲେ ସେ ଘରେ ରୁହେନି ଦିଲ୍ଲୀ ର ଫରିଦବାଦ ରେ ରୁହେ ସେଠାରେ କି ଚାକିରୀ କରେ କେହି ଜାଣିନାହାନ୍ତି,, ପାଞ୍ଚ ଜଣ ପୋଲିସ ଫରିଦବାଦ ଗଲେ ସେଠାରେ ବି ମିଳିଲା ତଥ୍ୟ,, କୁଆଡେ ଯାଏ କୋଉଠି କୋଉଠି କି କି କାମ ସମସ୍ତ ଖବର ମିଳିଲା ପୋଲିସ କୁ ତା ବିଷୟରେ ପାଞ୍ଚ ଜଣ ପୋଲିସ ଯାହାତଥ୍ୟ ତାର ପିଲାଦିନଠୁ ପାଇଲେ ଗୋପାଳ ନିଜେ ବି ଭୁଲିଯାଇଥିବ,,,, ତାର ଦୁଇଟି ପ୍ରେମିକା ଜଣେ ହାଇଦ୍ରାବାଦ ଓ ଜଣେ ମୁମ୍ବାଇ ରେ,,, ସେ ଦୁଇ ତିନିମାସ ରେ ଥରେ ଯାଏ ସେଠାକୁ,, ଦୁଇଟି ପ୍ରେମିକା ର ପତ୍ତା ମିଳିଲା, ପୋଲିସ ମାନେ ଯୋଡିଏ ଗ୍ରୁପରେ ଯାଇ ରହିଲେ ପ୍ରେମିକା ଘର ଆଗରେ,, କିଏ ଦାଢ଼ି ଛାଡିଥିଲେ, କିଏ ନଣ୍ଡା ହେଇ ଚୁଟି ରଖିଥିଲେ ବାବାଜୀ ହେଇ ପାଖ ମନ୍ଦିରରେ ରହିଥିଲେ,,ଶେଷକୁ ହାଇଦ୍ରାବାଦ ରେ ଗୋପାଳ ଧରାପଡ଼ିଲା,,, ଧରିଲେ ସେଇ ପୋଲିସ ଯାହାଙ୍କର ଡାଏବେଟିସ ହେଇଥିଲା ଓ ଅଳ୍ପ ନିଶାଦିଆ ମିଠା ଖାଇଥିଲେ,,, ଯେତେବେଳେ ସେମାନେ ଧରିଥିଲେ ଗୋପାଳ କୁ ଗୋପାଳ ଚିଲେଇ ଥିଲା ଯେ ମୋତେ କିଡ୍ନାପଙ୍ଗ କରୁଛନ୍ତି ଏକ ମାଫିଆ ଗ୍ୟାଙ୍ଗ ତୁରନ୍ତ ଅନେକ ଲୋକ ଜମା ହେଇଥିଲେ, ଏମାନେ କହିଲେ ଆମେ ପୋଲିସ ଆମର ଅବସ୍ଥା ୟେ କରିଛି,, ତେଣୁ ଆମେ ସବୁ ୟେ ପରିସ୍ଥିତି ରେ ରହିଛୁ, ତୁରନ୍ତ SP ହରିନାରାୟଣ ଶାହବ ଙ୍କୁ ଫୋନ କରାଗଲା,, ନିକଟରେ ଥିବା ଥାନା ସ୍କ୍ୱାଡ଼ ବି ଆସି ସହଯୋଗ କଲେ, ଗୋପାଳ ଆସିଲା ବାଲାଘାଟ ,, ସେ ଯାହା କହିଥିଲା ସମସ୍ତେ ଆଶ୍ଚର୍ଯ୍ୟ ହେଇଥିଲେ ସେ ଏକ ଇଂଟର୍ନ୍ୟାସନାଲ ନିଶା ଦିଆ ଚୋର,,, ଅନେକ ତା ବିଷୟରେ ତଥ୍ୟ ମିଳିଲା, SP ଶାହବ ସସ୍ପେଣ୍ଡ ପୋଲିସ ମାନଂକୁ ପୁନର୍ବାର ଡିଉଟି ଦେଲେ ଓ ଗୋଟିଏ ଚୋରୀରୁ ଅନେକ ଘଟଣା ପର୍ଦାଫାଶ ହେଇଥିବାରୁ କିଛି ପୁରସ୍କୃତ କରିଥବା ଶୁଣାଯାଉଛି,,,

Related Post

Leave a Reply

Your email address will not be published. Required fields are marked *

You Missed