ସପନର ବଣିକ ମୁଁ, ମୋତି ମାଣିକର ବୋଇତରେ, କେବେଠୁ ଖୋଜି ଖୋଜି ଚାଲିଛି ମୁଁ ତୁମ ପରି ନୀଳ ଆଖି ତୀରେ ତୀରେ,,, ଚିଠି ଲେଖିଲେ ଜଣେ 50 ବର୍ଷୀୟ ବୃଦ୍ଧ ଜଣେ 21 ବର୍ଷୀୟ ଯୁବତୀଙ୍କୁ, ଯୁବତୀ ଲେଖିଲେ,,, କଳ୍ପନା ର ରଙ୍ଗରେ ମୁଁ ଅଙ୍କିଛି ନୀଳ ଶାଢ଼ୀ ମୋ ଅଙ୍ଗରେ , ଫୁଟାଇଛି ଗୋଲାପ ମୋ ଦୁଇ ଓଠେ ସପନର ଭିଜା କାଉଁରୀ ପରଶେ,,, ଅସୁମାରୀ ସ୍ୱପ୍ନ ଦେଖେ ମୁଁ ଅଳପ ଲାଜେ,,,, ଏହା କୋଉ କାହାଣୀ ନୁହେଁ ଏହା ଏକ ସତ୍ୟ ଘଟଣା ଘଟିଥିଲା ଏଇ ମାସ ଗୋଲାପ ସପ୍ତାହରେ,,, ଯାହାକୁ ବର୍ତମାନ ଯୁଗରେ କୁହା ଯାଉଛି (ରୋଜ ଉଇକ) ପ୍ରେମକ ପ୍ରେମିକା ମାନଙ୍କ ସପ୍ତାହ,,,ଦୁନିଆରେ କୋଉଠି କିପରି ଘଟଣା ମାନ ଘଟୁଛି ଜାଣିଲେ ଇଛା ହୁଏ ଶୁଣିବାକୁ,, ପ୍ରେମ ଯେ ଅନ୍ଧ ତାହା କିଛି ଲୋକଙ୍କୁ କହିବା ବୃଥା,, କିନ୍ତୁ ଚୋରା ପ୍ରେମ କିମ୍ବା ଚୋରା ପୀରତି ହେଉଛି ଭୁଲ ସର୍ବନାଶ ସୁନିଶ୍ଚିତ,,ଯାହା ଘଟିଥିଲା ଆସାମ ର ଗୌହଟି ରେ 5ଫେବୃଆରୀ 2024 ରେ,, ଗୌହଟି ଅନ୍ତର୍ଜାତୀୟ ଏଆରପୋର୍ଟ ପାଖରେ ଏକ 5ଷ୍ଟାର ହୋଟେଲ ଅଛି ନାଁ Blue hotel,, ଦିନ ଏଗାରଟା ବେଳେ ହୋଟେଲ କୁ ଏକ ଫୋନ ଆସେ, ରିସିପିସନ ରେ ଯିଏ ଥାନ୍ତି ଫୋନ ଉଠେଇ କଥା ହୁଅନ୍ତି, ସେପଟୁ ଜଣେ ଯୁବକ କୁହନ୍ତି, ଆପଣ ଙ୍କ ରୁମ ନଂ 922 ରେ ଯିଏ ଅଛନ୍ତି, ତାଙ୍କର ଦେହ ଖରାପ ଅଛି ତାଙ୍କୁ ଟିକେ ତୁରନ୍ତ ଆମ୍ବୁଲାନ୍ସ ରେ ମେଡିକାଲ ନେଇଯାନ୍ତୁ,, ହୋଟେଲ ଷ୍ଟାପ, ତୁରନ୍ତ ଯାଇ 922 ରୁମ ପାଖରେ ପଂହଁଚି ବେଲ ମାରନ୍ତି, କିଛି ଆବାଜ ନାହିଁ, କବାଟ କୁ ଠକ ଠକ କରନ୍ତି, କବାଟ ଭିତରୁ ବନ୍ଦ ନାହିଁ, ନିଜେ କବାଟ ଖୋଲି ଭିତରେ ଯାଇ ଯାହା ଦେଖନ୍ତି ତାଙ୍କ ମୁଣ୍ଡ ଖରାପ ହୁଏ,, ରୁମ ରେ ଯିଏ ଅଛନ୍ତି ମୁହଁ ତଳକୁ ମାଡି ସୋଇଛନ୍ତି, ଷ୍ଟାଫ ତାଙ୍କୁ ଉଠେଇବାକୁ ଚେଷ୍ଟା କରନ୍ତି, ସେ ନିସ୍ତବ୍ଦ, ପୁଣି ନାକରେ ରକ୍ତ ନିଗିଡୁଛି, ତୁରନ୍ତ ହୋଟେଲ ର ଅନ୍ୟ ଷ୍ଟାଫ ମାନେ ଆସନ୍ତି,, ପୋଲିସ ଙ୍କୁ ଫୋନ କରାହୁଏ,, ପୋଲିସ ଆସି ଦେଖନ୍ତି ହୁଏତ ଲୋକଟି ମୂର୍ତ୍ତ,, ମେଡିକାଲ ନିଆ ହୁଏ, ଡାକ୍ତର ମୃତ ବୋଲି କୁହନ୍ତି,,, ପୋଲିସ ପଚାରନ୍ତି ଆଉ କିଏ ଥିଲେ ରୁମରେ, ମ୍ୟାନେଜର କୁହନ୍ତି ଜଣେ ଯୁବତୀ ଥିଲେ,, ତୁରନ୍ତ CCTV କ୍ୟାମେରା ଚେକ ହୁଏ, ଆଶ୍ଚର୍ଯ୍ୟ ହୁଅନ୍ତି ପୋଲିସ, ଗୋଟିଏ ଝିଅ ଓ ତାଙ୍କ ସାଙ୍ଗରେ ଆଉ ଜଣେ ଯୁବକ ଯାଉଛନ୍ତି ହୋଟେଲ ରୁମରୁ ବାହାରି,, ମ୍ୟାନେଜର କହିଲେ ଏହି ଯୁବତୀ ଥିଲେ,, ପୋଲିସ ଅନୁସନ୍ଧାନ ହୁଏ କୁଆଡେ ଗଲେ ଦୁଇ ଘଣ୍ଟା ହେଇଛି ସି ସି କ୍ୟାମେରା ଯାହା କହୁଛି,,ଗୌହଟି ଏଆରପୋର୍ଟ, ରେଳ ଷ୍ଟେସନ, ବସ ଷ୍ଟାଣ୍ଡ,, ସବୁଠି ଖୋଜା ହୁଏ,, କିନ୍ତୁ କୋଉଠି ମିଳେନି ସେ ଦୁଇଜଣକର,, ଠିକ ଏହାର ଚାରିଘଣ୍ଟା ପରେ ୟେ ଦୁଇ ଜଣକୁ ଧରାଯାଏ, ଗୌହଟି ଅନ୍ତର୍ଜାତୀୟ ଏଆରପୋର୍ଟ ବାହାରୁ, ସେମାନେ ରାତି 9,30ରେ ଇଣ୍ଡିଗୋ ଫ୍ଲାଇଟ ରେ କଲିକତା ଯାଇଥାନ୍ତେ, ସେମାନଂକୁ ପୋଲିସ ଷ୍ଟେସନ କୁ ଅଣାଯାଏ,, ଥାନା ଅଧିକାରୀ ପଚାରନ୍ତି ଘଟଣା କଣ,, ସେମାନେ ସବୁ କହିବାକୁ ଆରମ୍ଭ କରନ୍ତି,, ଓ ସମସ୍ତ ଘଟଣା ଯାହା କୁହନ୍ତି ଯେମିତି ଏମାନଙ୍କର କିଛି ଭୟ ନାହିଁ, କିମ୍ବା କିଛି ପଶ୍ଚାତାପ ନାହିଁ, ପୋଲିସ ଆଶ୍ଚର୍ଯ୍ୟ ହୁଅନ୍ତି,, ହୁଏତ ଯେମିତି ଏମାନେ ଏକ ବଡ଼ ବିପଦ ରୁ ରକ୍ଷା ପାଇଲେ,, ଓ ତାଙ୍କୁ ଶାନ୍ତି ମିଳିଛି,, ପୋଲିସ ବାବୁ ସେମାନଂକୁ ସମସ୍ତ ଘଟଣା ଆରାମରେ କୁହନ୍ତୁ ବୋଲି କୁହନ୍ତି,,, ଯୁବତୀ ଅଞ୍ଜଳି କୁହନ୍ତି ସେ ହୋଟେଲ ମ୍ୟାନେଜମେଣ୍ଟ ପାସ କରିବା ପରେ କଲିକତା ର ଅନ୍ତର୍ଜାତୀୟ ଏଆରପୋର୍ଟ ପାଖରେ ଏକ 5ଷ୍ଟାର ହୋଟେଲ ରେ ପ୍ରଥମ ଚାକିରୀ ଆରମ୍ବ କରିଥିଲେ,, ତାଙ୍କର ଡିଉଟି ଥିଲା ଗେଷ୍ଟ ମାନଂକୁ ଉତ୍ତମ ସର୍ଭିସ ଦେବା ସହିତ ହାଉସ କିପିଙ୍ଗ,, ଗଲା ସେପ୍ଟେମ୍ବର 2023 ମସିହାରେ ୟେ ବାବୁ ନାଁ (ସନ୍ଦେଶ ସୁରେଶ କାୱାଲୀ) ଶାହବ ଆସିଲେ ରୁମ ନେବାକୁ,, ମୁଁ ତାଙ୍କ ରୁମ ସର୍ଭିସ ଦାଇତ୍ୱ ନେଇଥିଲି, ସେ ଗୋଟିଏ ଦିନ ପାଇଁ ଆସିଥିଲେ କିନ୍ତୁ ଚାରିଦିନ ରହିଥିଲେ,, ଆଉ ମୋତେ ସବୁବେଳେ ଡାକନ୍ତି ଯାହା ଖାଦ୍ୟ ମାଗନ୍ତି ତାଙ୍କୁ ଦିଆଯାଏ, ଓ (ଟିପ)ବକ୍ସିସିସ ମୋତେ 5ହାଜର ଦଶହଜାର ଦେଇଦିଅନ୍ତି,, ମୁଁ ଭାବେ ଏତେ ଟଙ୍କା କାହିଁକି ଦେଉଛନ୍ତି, ସେ ତାଙ୍କ ଦୁଃଖ କୁହନ୍ତି,, ପ୍ରଚୁର ଅର୍ଥ ଅଛି କିନ୍ତୁ ଘରେ ଶାନ୍ତି ନାହିଁ,,, କାୱାଲୀ ସାହାବଙ୍କ ମହାରାଷ୍ଟ୍ର ର ପୁନେ ରେ କାର ସୋ ରୁମ ଅଛି ଓ ତିନୋଟି ବଡ଼ ବଡ଼ କାରଖନା ଅଛି, ହୀରା ବେପାର ମଧ୍ୟ କରନ୍ତି ,, ଓ ମୋ କଥା ପଚାରି ମୋତେ ସାହାଯ୍ୟ କରିବାକୁ କୁହନ୍ତି,, ଓ ମୁଁ ଜାଣିଲି ସେଇଦିନ ଯୋଉଦିନ ମୋତେ ଦୁଇଲକ୍ଷ୍ୟ ର ଚେକ ଦେଇ ଗଲେ ଓ କହିଲେ ମୋତେ ଫୋନ କରିବେ ଓ ମୁଁ ତାଙ୍କ ସାଙ୍ଗରେ ଦିଲ୍ଲୀ ଯିବି,, ମୁଁ ପ୍ରଥମେ ମନା କରୁଥିଲି, କିନ୍ତୁ ସେ ମୋତେ ଏମିତି ଭଲ ପାଇଲେ ଯେ ମୁଁ ତାଙ୍କ କଥା କାଟି ପାରିଲିନି,, ଓ ୟେ ଚାକିରୀ ଛାଡିବାକୁ କହିଲେ,, ମୁଁ ମନା କଲି କିନ୍ତୁ ମୋତେ କିଣିଲେ ଆଜ୍ଞା ଗୋଟିଏ ଦାମୀ ଜମି ବି ମୋ ନାଁରେ କରିଛନ୍ତି ଦିଲ୍ଲୀରେ,,ଏଇ ଚାରିମାସ ଭିତରେ ମୋତେ ବହୁତ ଜଗା ବୁଲେଇବାକୁ ନେଇଛନ୍ତି,, କିନ୍ତୁ ତାଙ୍କୁ ମୁଁ ଗୋଟିଏ କଥା କହିବାକୁ ସାହସ କରୁନଥିଲି ଯେ ମୋର ଜଣେ ବୟ ଫ୍ରେଣ୍ଡ ଅଛି,, ଏଇ ଗୌହଟି ହୋଟେଲ ରେ ମୋତେ କହିଲେ ଚାଲ ଆମ ଲଣ୍ଡନ ଘରକୁ ପଳେଇବା, ମୋ ସ୍ତ୍ରୀ ର ମୁହଁ ଦେଖିବାକୁ ମୁଁ ଚାଁହୁନି,, ମୋତେ ବାହା ହେବାକୁ ଜିଦ କଲେ,, ଆଉ ମୁଁ ତାଙ୍କୁ କହିଲି ମୋର ଜଣେ ବୟ ଫ୍ରେଣ୍ଡ ଅଛି ଆପଣ ବାହା ହେବା କଥା କାହିଁକି କହୁଛନ୍ତି, ଓ ଜୀବନରେ ଆପଣ କାହିଁକି ଆସିଲେ ମୋତେ ମୋ ସଂସାର କରିବାକୁ ଦିଅନ୍ତୁ,, ସେ ବଡ଼ ଦୁଃଖରେ ରାଜି ହେଲେ, ଓ କହିଲେ ଠିକ ଅଛି ବୟ ଫ୍ରେଣ୍ଡ କୁ ଡାକ,, ବୟ ଫ୍ରେଣ୍ଡ ଆସିଲା,, ତାକୁ ଧମକେଇଲେ,,, ଏଇ ରୁମରେ ଟିକେ ଧକା ମରାମରି ହେବାରୁ ଆମେ ତାଙ୍କୁ ଛାଡି ପଳେଇଥିଲୁ ଓ ଆମେ ଯିବାର କୋଡିଏ ମିନିଟ ପରେ ହୋଟେଲ ମ୍ୟାନେଜର ଙ୍କୁ ଫୋନ କରି ତାଙ୍କୁ ମେଡିକାଲ ନେଇଯିବାକୁ କହିଥିଲୁ, ପୋଲିସ ସବୁ ଶୁଣି ଫରେନସିକ ରିପୋଟ ଆସିବାକୁ ଅପେକ୍ଷା କଲେ,, ତେଣୁ ପ୍ରେମ ଯଦି ଏକ ତରଫା ହୋଇଥାଏ କେବେ ସଫଳ ହୁଏନି,,,