Spread the love

ନିଜ ଜନ୍ମ କଲା ୧୦ବର୍ଷ ପୁଅ ବିକିଦେଲା ବାପା। ପୁଅ ଉଦ୍ଧାର କଲା ବଡଚଣା ପୋଲିସ
DATE -07-04-2023
PLACE ବଡଚଣା
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାସନ ପୁରୁଷୋତ୍ତମପୁର ଅଂଚଳ ରେ 10 ବର୍ଷ ର ପୁଅ କୁ ବାପା ବିକ୍ରି କରିଥିବା ଅଭିଯୋଗ ହୋଇଛି. ସୂଚନା ଅନୁଯାଇ ଶାସନପୁରୁଷୋତ୍ତମପୁର ଅଂଚଳ ର ଘନ ଶିଙ୍କୁ ନିଜ ର 10 ବର୍ଷ ର ପୁଅ କୁ ଆରୁହା ହାଟ କୁ ନେଇ ଯାଇଥିଲେ. ସେଠାରେ ଏକ ଜୈନିକ ବ୍ୟକ୍ତି ଙ୍କୁ ପୁଅ କୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା. ଏ ନେଇ ଘନ ଙ୍କ ସ୍ତ୍ରୀ ଏହାକୁ ବିରୋଧ କରିବା ସହ ସ୍ଥାନୀୟ ଲୋକଙ୍କୁ ଜଣାଇ ଥିଲେ. ଏ ନେଇ ସ୍ଥାନୀୟ ଲୋକେ ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ଜଣାଇ ଥିଲେ. ଶିଶୁ ସୁରକ୍ଷା ନିର୍ଦେଶ ପରେ ବଡ଼ଚଣା ପୋଲିସ ଶିଶୁ ଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି. ଶିଶୁ ଟିକୁ ତା ମା ଙ୍କ ହେପାଜତ ରେ ଛଡା ଯାଇଛି.ଘଟଣା କୁ ନେଇ ସ୍ଥାନୀୟ ଅଂଚଳ ରେ ଚଞ୍ଚଲ୍ୟ ଖେଳି ଯାଇଥିବା ବେଳେ ପୋଲିସ ଘଟଣା ର ଅଧିକ ତଦନ୍ତ ଚଳାଇଛି।
ବଡଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *