Spread the love

ଆଜିର କାହାଣୀ ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଜଣେ ପ୍ରେମବିବାହ କରି ଏକ ସନ୍ତାନ ଜନ୍ମ ହେବା ପରେ କିପରି ରାତିରେ ଶୋଇଥିବା ନିଜ ସ୍ତ୍ରୀ ର କୋଠରୀ ଭିତରକୁ ଏକ ନାଗ ସାପ ଛାଡି ଦିଏ ଓ ସାପ ଦୁଇଜଣକୁ ରାତିରେ ଦଂଶନ କରେ ଓ ମା ଝିଅ ମୁର୍ତ୍ତୃ ବରଣ କରନ୍ତି, କଥାରେ ଅଛି ପ୍ରେମ ଅନ୍ଧ ବୋଲି ସମସ୍ତେ କୁହନ୍ତି ଓ 97% ପ୍ରେମ ବିବାହ ଅସଫଳ ହୁଏ, ତଥାପି ଏପରି ସମ୍ପର୍କ କେବେ ଆରମ୍ଭ ହେଲା କେହି କହିପାରିବେନି, ଘଟଣା ଟି 7ଅକ୍ଟୋବର 2023 ରେ ଘଟିଥିଲା, ଓଡିଶା ର ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଏରିଆ ର ଅଧାଇବଡ଼ ଗାଁ ରେ, ଯୁବକ ନାଁ ଗଣେଶପାତ୍ର ପ୍ରେମ ବିବାହ କରନ୍ତି ସେଇ ଗାଁ ରେ, ପତ୍ନୀ ର ବୟସ 18 ବର୍ଷ,, ପ୍ରଥମେ ଝିଅ ଘର ରାଜିହେଉଁଥିଲେ ଗଣେଶ ସାଙ୍ଗରେ ବାହାଦେବାକୁ, କିନ୍ତୁ ସାଇ ପଡୋଶୀ ସମାଧାନ କରି ବାହାକରେଇଲେ,, ଗୋଟିଏ ଝିଅ ହେଲା, ଠିକ ବର୍ଷେ ପରେ ଗଣେଶ ନିଜ ପତ୍ନୀ ଉପରେ ନିର୍ଯ୍ୟାତନା ଦେବା ଆରମ୍ବ କଲା, କାରଣ ଯୌତୁକ ଆବଶ୍ୟକ, ପୁଣି ଏହାର ସମାଧାନ କଲେ ଗ୍ରାମବାସୀ, ଗଣେଶ ର ରାଗ ନିଜ ସ୍ତ୍ରୀ ଉପରେ ରହିଲା ସବୁବେଳେ ଅନେକ ଥର ଝଗଡା ହେଇଛି ଥାନା ପର୍ଯ୍ୟନ୍ତ ଯାଇଛି କଥା,,,8 ଅକ୍ଟୋବର 2023 ସଖାଳୁ ଗଣେଶ ଦେଖିଲା ନିଜ ସ୍ତ୍ରୀ ଓ ଦୁଇବର୍ଷ ର ଝିଅ ଘରେ ବେହୋସ ହେଇ ନିସ୍ତବ୍ଦ ହେଇଛନ୍ତି,, ସେମାନଂକୁ ମେଡିକାଲ ନେଇ ଗଲା, ସେଠାରେ ଡାକ୍ତର ମୃତ ଘୋଷଣା କଲେ ଦୁଇଜଣଙ୍କର, ଗଣେଶ ବହୁତ ଦୁଃଖିତ ହେଇ କହିଲା, ଆଉ ଜୀବନରେ କଣ ରହିଲା, ଡାକ୍ତର କହିଥିଲେ ସାପ ଦଂଶନ ରେ ମୁର୍ତ୍ତୃ ହେଇଛି,, ଘରକୁ ଆସିଲା ଦେଖିଲା ସାପ ଘର ଭିତରେ ଅଛି, ରାଗିକି କହିଲା ମୋ ପରିବାର କୁ ମାରିଲୁ ମୁଁ ତୋତେ ମାରିବି, ନାଗ ଦେବତା ଙ୍କର ବି ଦେହାନ୍ତ ହେଲା, ତିନିଦିନ ବହୁତ କାନ୍ଦିଲା ଗାଁ ଲୋକଙ୍କ ପାଖରେ,, ସମସ୍ତେ ବୁଝେଇଲେ ଯାହା ତ ହେବାର ହେଲାଣି, ଆଉ ଭାବିଲେ କଣ ହେବ,, କିନ୍ତୁ କବିସୂର୍ଯ୍ୟନଗର ଥାନା ରେ କେହିଜଣେ ଖବର ଦେଇଥିଲେ ଯେ ଗଣେଶ ଓ ତା ସ୍ତ୍ରୀ ଭିତରେ ଅନେକ ଥର ଝଗଡା ହୁଏ, ୟେ ନିଜେ କିଛି କରିନିତ, ଥାନା ବାବୁ ଥରେ ଡକେଇଲେ ଗଣେଶକୁ, ଗଣେଶ ଆସିଲା ଥାନା, ସେଠାରେ ଅନେକ ଦୁଃଖ କରି ଖାଲି କାନ୍ଦିଲା, ଥାନା ବାବୁ ବୁଝେଇଲେ ଇଶ୍ଵର ଙ୍କ ଯାହା ଇଛାଥିଲା ତେଣୁ ନିଜେ କିଛି ଦିନ ଘରେ ରୁହ ଆସ୍ତେ ଆସ୍ତେ ସବୁ ଠିକ ହେଇଯିବ, ଗଣେଶ ଥାନାରୁ ଆସିବା ପରେ ଥାନା ଅଧିକାରି ଙ୍କର କାହିଁକି ସନ୍ଦେହ ହେଲା,, ମିଟିଙ୍ଗ ଡାକିଲେ ଥାନା ଷ୍ଟାଫ ମାନଙ୍କ ସହିତ ଆଲୋଚନା ହେଲା କିଛି ଗୋଟାଏ ରହସ୍ୟ ଅଛି,, ଏତେ କାହିଁକି ଦୁଃଖ କରୁଛି, ଚାଲିଲା ଅନୁସନ୍ଧାନ, ଜଣ ଜଣ କରି ସନ୍ଦେହ ରେ ଡାକିଲେ ଗଣେଶ ର ସମ୍ପର୍କୟ ମାନଂକୁ, ଝିଅ ର ବାପା କାଳୀ ପାତ୍ର ଆସିଲେ ଓ ଥାନା ବାବୁଙ୍କୁ ସିଧା କହିଲେ ଏଇ ଗଣେଶ କିଛି କରିଛି ଆଜ୍ଞା,, ପୁଣି ଥାନା ତରଫରୁ ଅନୁସନ୍ଧାନ ଆରମ୍ଭ ହେଲା,, ଥାନା ଅଧିକାରୀ ଆରମ୍ଭ କଲେ ମୂଳରୁ ତଦନ୍ତ, ଓ ପାଇଲେ ତଥ୍ୟ,, ଗଣେଶ କିଛି ଦିନ ତଳେ ଏକ ମୋବାଇଲ ର ସିମକାର୍ଡ ଆଣିଥିଲା ତା ବାପାଙ୍କ ନାଁରେ, ସେଇଥିରୁ ଜଣାପଡିଥିଲା ଗଣେଶ ୟେ ସିମକାର୍ଡ ଅଳ୍ପ ବ୍ୟବହାର କରିଛି, କେବଳ ଜଣେ ସାପ ଧରାଳି ଙ୍କ ସାଙ୍ଗରେ, ବହୁତ ଥର କଥା ହେଇଚି, ବସନ୍ତ ଆଚାର୍ଯ୍ୟ ବୋଲି ଜଣେ ସାପ ଧରାଳି ଙ୍କୁ କହିଛି ତାର ଏକ ନାଗ ସାପ ଦରକାର, କାରଣ ନାଗ ଦେବତା ଙ୍କୁ ରଖି ପୂଜା କରିବ,, ବସନ୍ତ ବି ଏକ ସାପ ଧରେଇଦେଲେ ଗଣେଶ ଙ୍କୁ,, ସାତ ତାରିଖ ରାତିରେ ନିଜେ ଆଉ ନ ସ୍ତ୍ରୀ ପାଖରେ ନ ସୋଇ, ବସନ୍ତ ଦେଇଥିବା ନାଗଙ୍କୁ ରାତି ଦୁଇଟା ବେଳେ ସ୍ତ୍ରୀ ର ଘରେ ଛାଡିଦେଲା,,ୟେ ସମସ୍ତ ଘଟଣା ଉପରେ ପରଦା ଉଠେଇ ଥିବାରୁ ପୁରା କବିସୂର୍ଯ୍ୟନଗର ଥାନା ଉପରେ ପ୍ରଶଂସା କଲେ,, ଥାନା ଅଧିକାରୀ ଝିଅ ର ଭାଇ କାଳୀ ପାତ୍ର ଠାରୁ ସମସ୍ତ ଆବଶ୍ୟକ ତଥ୍ୟ ପାଇଥିଲେ,,

Leave a Reply

Your email address will not be published. Required fields are marked *