Spread the love

ଧ୍ୟାନ ପାଇଁ ଦୁଇଟି ପ୍ରକ୍ରିୟା ଆବଶ୍ୟକ: ସଂସାରରୁ ମନକୁ ହଟାଇବା ଏବଂ ଭଗବାନଙ୍କଠାରେ ସ୍ଥିର ରଖିବା। ସର୍ବପ୍ରଥମେ ଶ୍ରୀକୃଷ୍ଣ ପ୍ରଥମ ପ୍ରକ୍ରିୟାର ବର୍ଣ୍ଣନା କରୁଛନ୍ତି – ସଂସାରରୁ ମନକୁ ହଟାଇବା।

🕉️ ମନ ସଂସାରରେ ଆସକ୍ତ ରହିଥିବା କାରଣରୁ ସାଂସାରିକ ବସ୍ତୁ, ବ୍ୟକ୍ତି, ଘଟଣା ଇତ୍ୟାଦିର ଚିନ୍ତନ କରିଥାଏ । ପ୍ରାରମ୍ଭରେ ସେହିସବୁ ଚିନ୍ତନ ସ୍ଫୁରଣ(ଅନୁଭୂତି ଓ ବିଚାରର ଝଲକ) ରୂପରେ ଥାଏ । ସେହି ସ୍ଫୁରଣକୁ ଆମେ ଯେତେବେଳେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରେ, ତାହା ସଂକଳ୍ପ ହୋଇଯାଏ। ଏହିପରି ଭାବରେ ଆମ ଆସକ୍ତିର ସ୍ୱରୂପ (ସକାରାତ୍ମକ/ନକାରାତ୍ମକ)ଅନୁଯାୟୀ, ଆମର ଚିନ୍ତନ ସଂକଳ୍ପ (ବିଷୟ ପଛରେ ଧାଇଁବା) ଓ ବିକଳ୍ପ (ବିଷୟ ପ୍ରତି ବିତୃଷ୍ଣାଭାବ)ର ରୂପ ନେଇଥାଏ। ଆକର୍ଷଣ ଓ ବିକର୍ଷଣର ବୀଜ, କାମନାର ବୃକ୍ଷ ରୂପେ ବୃଦ୍ଧି ପାଏ, “ଏହା ହେବା ଉଚିତ”, “ଏହା ହେବା ଉଚିତ ନୁହେଁ।” କ୍ୟାମେରାରେ ଦୃଶ୍ୟ ପ୍ରତିଫଳିତ ହେବା ପରି, ଉଭୟ ସଂକଳ୍ପ ଓ ବିକଳ୍ପ ମନରେ ଅତିଶୀଘ୍ର ଧାରଣା ସୃଷ୍ଟି କରିଥାଆନ୍ତି, ଯାହା ପ୍ରତ୍ୟକ୍ଷ ରୂପରେ ଭଗବାନଙ୍କ ଧ୍ୟାନରେ ବାଧା ଉତ୍ପନ୍ନ କରିଥାଏ । ସେମାନଙ୍କ ଠାରେ ଅଧିକ ପ୍ରଜ୍ଜ୍ୱଳିତ ହେବାର ସବୁ ସମ୍ଭାବନା ରହିଥାଏ, ଏବଂ ଯେଉଁ କାମନାର ଆକାର ଆଜି କ୍ଷୁଦ୍ର ବୀଜଟିଏ ପରି ଅଛି, ଆସନ୍ତାକାଲି ତାହା ଏକ ଭୟାବହ ଅଗ୍ନିକାଣ୍ଡର ରୂପ ନେଇପାରେ । ତେଣୁ ଯିଏ ଧ୍ୟାନରେ ସଫଳତା ହାସଲ କରିବାକୁ ଚାହାଁନ୍ତି, ସେ ଭୌତିକ ବସ୍ତୁ ସହିତ ସମ୍ବନ୍ଧ ତ୍ୟାଗ କରିବା ଉଚିତ।

Leave a Reply

Your email address will not be published. Required fields are marked *