Spread the love

“ଆମେ ଯଦି ସାଧୁ ତେବେ ସଂସାର ଆମ ପାଇଁ ନାଁ ଆମେ ସଂସାର ପାଇଁ ସେମାନେ ଆମ ପାଇଁ ନୁହନ୍ତି, କାରଣ ସେମାନେ ଗୃହସ୍ତ ନୁହନ୍ତି, ତେଣୁ ସେମାନେ ଆମ ପାଇଁ ନୁହନ୍ତି”, ୟେ କଥାଟି ଲେଖିକି ଜଣେ ଏକ କାଗଜ ଲିଫାପା ରେ ଦେଇଥିଲେ ଜାତିସଙ୍ଘ ର ମୁଖିଆ ଙ୍କୁ,ତାଙ୍କ ନାଁ (ମେଜର ପ୍ୟାଡ଼ି) ସେ ସୃଷ୍ଟି କରିଥିଲେ ଏକ ଦେଶ,, ଆଜିର କାହାଣୀ ବି ସେମିତି ଯିଏ ଶୁଣିବ ବିଶ୍ୱାସ କରିବା ଅସମ୍ଭବ, ଦୁନିଆଁରେ ଅନେକ ଦେଶ ଅଛି,, ଲୋକସଂଖ୍ୟା ବିଷୟରେ କହିବା ଆବଶ୍ୟକ ନାହିଁ,, ଅଧିକା ଲୋକ ଦୁଇଟି ଦେଶରେ ଅଛନ୍ତି, ଆମ ଭାରତ ଓ ଚାଇନା,,, ସମ୍ପୂର୍ଣ କେତେ ଲୋକ ଅଛନ୍ତି କହିବା ମୁସ୍କିଲ, ସରକାରୀ ହିସାବରେ ଅଗଣିତ, ଆଜି ର କାହାଣୀ ଏକ ଛୋଟିଆ ଦେଶ ଉପରେ ଆଧାରିତ,, ଦେଶ ନାଁ “SEALAND” ଦେଶର ପ୍ରତିଷ୍ଠାତା ଜଣେ ବ୍ରିଟିଶ ସେନାର ମେଜର ମାଇକେଲ (ପ୍ୟାଡ଼ି) ଯେତେବେଳେ ଦ୍ୱତୀୟ ବିଶ୍ଵଯୁଧ୍ୟ ଚାଲୁଥାଏ ଇଂଲଣ୍ଡ, ବ୍ରିଟେନ, ଜର୍ମାନୀ ସେନା ମାନଙ୍କ ମଧ୍ୟରେ ଏକ ଘଡ଼ିସନ୍ଦୀ ମୁହୂର୍ତ୍ତ, କିଏ ମରିବେ କିଏ ବଂଚିବେ, କୋଉ ଦେଶ କୁ କିଏ ମାଡ଼ିବସିବ ଜାଣିବା ମୁସ୍କିଲ ହେଉଥିବା ବେଳେ ମେଜର ପ୍ୟାଡ଼ି ଉଡ଼ାଜାହାଜ ରେ ଉଡିବା ସହିତ ଶତ୍ରୁ ସନ୍ୟ ମାନଂକଠାରୁ ନିଜ ଦେଶ ବ୍ରିଟେନ କୁ ରକ୍ଷା କରିବା ତାଙ୍କର ଥିଲା ମୁଖ୍ୟ କାମ,, କହିବାକୁ ଗଲେ ସାହସୀବୀର,, ଅନେକ ଶତ୍ରୁ ଙ୍କୁ ମାରିଛନ୍ତି ନିଜେ ବି କେତେଥର ମରୁ ମରୁ ବଞ୍ଚିଛନ୍ତି,, ସମୟ 1965 ଯୁଦ୍ଧ୍ୟ ସରିଲା, ମେଜର ପ୍ୟାଡୀଙ୍କର ଦୁଇଟି ସନ୍ତାନ, ଓ ନିଜ ପତ୍ନୀ (ଜୋହାନି) ଙ୍କ ସାଙ୍ଗରେ ଆରାମରେ ନିଜ ଦେଶରେ ବୁଲୁଥାନ୍ତି, ତାଙ୍କର ରେଡ଼ିଓ ରେ ଗୀତ ଶୁଣିବା ଥିଲା ପ୍ରବଳ ଇଛା,, ବେଳେ ବେଳେ ନିଜ ଗାଡ଼ିରେ ରେଡ଼ିଓ ବଜେଇ ବଜେଇ ଯାଉଥିବା ବେଳେ ପତ୍ନୀ କହିଲେ ରେଡ଼ିଓ ଟା ଘରେ ବସି ଶୁଣନ୍ତୁ ବଜାର ରେ ବୁଲୁଥିବା ବେଳେ ରେଡ଼ିଓ ବଜେଇଲେ ଲୋକ ଖରାପ ଭାବିବେ,, ପ୍ୟାଡ଼ି ଭାବିଲେ ଆଉ ଚଳିବନି ଏମିତି ମୋତେ ବି ବହୁତ ଲୋକମାନେ ଥଟା କଲେଣି, ତେଣୁ ଏକ ନିରୋଳା ଜଗା ଦରକାର, ଯୋଉଠି ଟିକେ ଆରାମରେ ମୁଁ ଗୀତ ଓ ସମ୍ବାଦ ପତ୍ର ଶୁଣିପାରିବି, ସେତେବେଳେ ସମୁଦ୍ର ଭିତରେ ଅନେକ ସି ପୋର୍ଟ ହେଇଥାଏ, କାରଣ ଯୁଦ୍ଧ୍ୟ ଜାହାଜ ଓଲ୍ହେଇ ପାରିବ ଓ ପୁଣି ଉଡି ପାରିବ,, ସେମିତି ଏକ ସି ପୋର୍ଟ କୁ ଏକ ବୋଟରେ ଗଲେ ପ୍ୟାଡ଼ି ଶାହବ,, ସଖାଳୁ ସଖାଳୁ ସବୁଦିନେ ଯାଉଥାନ୍ତି, କୋଡିଏ କିଲୋମିଟର ନିଜ ଘର ଠାରୁ ଓ ଦିନ ଚାରିଟା ବେଳେ ଆସନ୍ତି,, ସେଠାରେ ବସି ଗୀତଶୁଣିବା ଥିଲା ମୁଖ୍ୟ କାମ,, ସାଙ୍ଗରେ କିଛି ସାଥି ମାନେ ମଧ୍ୟ ଯାଆନ୍ତି, ସେଠାରେ ରୋଷେଇ କରି ଖାଇବା ସହିତ ପାର୍ଟି ମଧ୍ୟ କରନ୍ତି, ଥରେ କିଛି ସାଥୀଙ୍କୁ କହିଲେ ଆମେ ଏଇଟାକୁ ଆମର ନିଜ ଦେଶ କଲେ କେମିତି ହେବ,, ସାଥି ମାନେ କହିଲେ ଆରାମରେ ହେବ, ସେଥିପାଇଁ ନିଜର ସମ୍ବିଧାନ, ଓ ମୁଦ୍ରା କରିବା ଦରକାର,, ଏତିକି ଶୁଣିବା ପରେ ଗୁପ୍ତ ରେ ପ୍ୟାଡ଼ି ଶାହବ ଲାଗିପଡିଲେ, ସମ୍ବିଧାନ ଓ ମୁଦ୍ରା ତିଆରି ଯୋଜନାରେ, ଏକ ମାସ ପରେ ସବୁ କଲେ, ଆଠ ପୃଷ୍ଠା ସମ୍ବିଧାନ ଓ କିଛି ମୁଦ୍ରା,, ଓ ଦେଶର ପ୍ରଧାନମନ୍ତ୍ରୀ ନିଜେ ରହିଲେ,, ଏହିବଳି ସବୁ ତିଆରି କରି ସେ ସି ଲ୍ୟାଣ୍ଡ ସମୁଦ୍ର ପୋର୍ଟ ଦୀପ ରେ ଏକ ବାକ୍ସ ରେ ରଖିଲେ,,2 ସେପ୍ଟେମ୍ବର 1967 ରେ ନିଜ ବିବାହ ଦିନ ପଡିଥାଏ ନିଜ ପତ୍ନୀ ଓ ଦୁଇ ପୁତ୍ର ଙ୍କୁ କହିଲେ ଆଜି ମୁଁ ତୁମକୁ ଏକ ତୋଫା ଦେବି, କହି ବୋଟରେ ନେଇ ଗଲେ ସି ପୋର୍ଟ କୁ, ପରିବାର ଖୁସିରେ ଭାବିଲେ କିଛି ନୂଆ ଜିନିଷ ଆଣିଛନ୍ତି ବୋଧେ ଦେବେ,, ପ୍ୟାଡ଼ି ନିଜ ପରିବାର କୁ ନେଇ ସେଇ ପୋର୍ଟ ରେ କହିଲେ ବର୍ତମାନ ଏହା ଆମ ଦେଶ ମୁଁ ତୁମକୁ ଏହାକୁ ତୋଫାରେ ଦେଲି,, ସମସ୍ତଙ୍କ ମୁଣ୍ଡ ଖରାପ,, ପତ୍ନୀ ଭାବିଲେ ଏଠିକି ଆସି ମୁଁ କି ଭୁଲ କଲି,, ବିରକ୍ତ ହେଇ କହିଲେ ତୁମ ମୁଣ୍ଡ ତ ଖରାପ ଆମ ସମସ୍ତଙ୍କୁ ବି ପାଗେଳ କରିବ, ଓ ତୁରନ୍ତ ଏଠାରୁ ନେଇଯାଅ,, ଦେଖିବାକୁ ଗଲେ ସି ପୋର୍ଟ ଟି ଏକ ଅଧା ଫୁଟବଲ ଖେଳପଡ଼ିଆ ସଦୂର୍ଷ୍ୟ,, ପ୍ୟାଡ଼ି ଶାହବ ଭାବିଲେ ଏମାନଂକୁ ଘରେ ଛାଡି ଆସି ଏଇଠି ରହିବି ଆଉ କୁଆଡେ ଯିବିନି ଓ ସଂସାର ଛାଡ଼ିଦେବି,, ମୋତେ କେହି ବୁଝିପାରୁନାହାନ୍ତି,,, ସେଇଆ କଲେ ସେଠାରେ ଆସି ରହିଲେ ଦୁଇଟି ଘର ତିଆରି କଲେ,, ଯେତେବେଳେ ବ୍ରିଟିଶ ସରକାର ଭାବିଲେ ଯୁଦ୍ଧ୍ୟ ତ ସରିଗଲା ତେଣୁ ଯେତେ ଯୁଦ୍ଧ୍ୟ ଘାଟି ହେଇଥିଲା ସେସବୁକୁ ନଷ୍ଟ କରବା ଦରକାର,,, ସେଇଠୁ ଚାଲିଲା ଭାଙ୍ଗିବା ଅଭିଯାନ,, ଅନେକ ସି ପୋର୍ଟ ହେଇଥିଲା ସମୁଦ୍ରରେ, ସବୁ ଭଙ୍ଗା ହେଲା ବ୍ଲାଷ୍ଟିଙ୍ଗ କରି,, ଯେତେବେଳେ ପ୍ୟାଡ଼ି ଙ୍କ ପାଖକୁ ଆସିଲେ,, ପ୍ୟାଡ଼ି ଜାଣିଥିଲେ ନିଜ ଦେଶ ସରକାରୀ କର୍ମଚାରୀ ଆସୁଛନ୍ତି ଭାଙ୍ଗିବା ପାଇଁ,ତେଣୁ ସେମାନଂକୁ ପ୍ରଥମେ ବୁଝେଇଲେ ସେମାନେ କିନ୍ତୁ ବୁଝିଲେନି,, ଯୁକ୍ତି କଲେ, କହିଲେ ଆମେ କୋର୍ଟ ଅର୍ଡର ଆଣିଛୁ,, ପ୍ୟାଡ଼ି କହିଲେ ତୁରନ୍ତ ଯାଇ କୋର୍ଟ ରେ କୁହ ଏଇଟା ମୋ ଦେଶ,,, ମୋର ସମ୍ବିଧାନ କହୁଛି ତୁମକୁ ବନ୍ଦୀ କରିବି, ଏହା କହି ନିଜ ବନ୍ଧୁକରୁ ଗୁଳି ଚଳେଇଲେ,, ସରକାରୀ କର୍ମଚାରୀ ପୋଲିସ ଓ କିଛି ସିପାହୀ ଭାବିଲେ ଏଇଟାଜୁ ତୁରନ୍ତ ବାନ୍ଧବା ଦରକାର ପାଗେଲା ହେଇ ଶେଷକୁ ଆମକୁ ମାରିବାକୁ ବସିଲାଣି,, ପ୍ୟାଡ଼ି ଶାହବ ଙ୍କୁ ଗିରଫ କରାଗଲା,, ଓ ଯୋଉଦିନ କୋର୍ଟରେ ଠିଆ କରାଗଲା, ହାକିମ ପଚାରିଲେ ତୁମ ଭୁଲ ସ୍ୱୀକାର କର ଅଳ୍ପ ଦିନ ଜେଲ ଦଣ୍ଡ ମିଳିବ,, ପ୍ୟାଡ଼ି କହିଲେ ହଜୁର ତାହା ମୋ ଦେଶ ମୁଁ ମୋ ଦେଶକୁ ଶତ୍ରୁ ମାନଂକଠାରୁ ବଂଚେଇବାକୁ ଗୁଳି କରିଥିଲେ, ଓ ତାହା ସେଲ୍ଫ ଡିଫେନ୍ସ ଆଇନି ରେ ଯାହା ଦଣ୍ଡ ମିଳିବ ଆପଣ ଦେଇପାରରନ୍ତି, ହାକିମ କହିଲେ ତୁମ ଦେଶ ତ ବ୍ରିଟେନ ମାନେ ଆମ ଦେଶ, ସି ଲ୍ୟାଣ୍ଡ କେମିତି ହେଲା ପ୍ୟାଡ଼ି ଚାଲାକ ଲୋକ, ସିଧା ଆଇନି ବିଷୟରେ କହିଲେ,, ହଜୁର ମୋ ଦେଶଟି ବ୍ରିଟେନ ର ସମୁଦ୍ର ସୀମା ଠାରୁ,6 ମାଇଲ ଦୂରରେ ଅଛି,, ଆପଣ ଏନକ୍ୱାରୀ କରିପାରନ୍ତି,,ହାକିମ କହିଲେ ବଡ଼ ଅଜବ କଥା, ଏହା କଣ ସତ!! ଏନକ୍ୱାରୀ ହେଲା ତାହା ସତ ହେଲା, ପ୍ରକୁର୍ତ୍ତରେ ସେ ସି ପୋର୍ଟ ଟି କୌଣସି ଦେଶର ସୀମା ଭିତରେ ନଥିଲା,,, ପ୍ୟାଡ଼ି ଙ୍କୁ କୋର୍ଟ ଖଲାସ କରିଥିଲେ,, ତାର ଠିକ ଏକ ମାସ ଭିତରେ ସାରା ପୃଥିବୀରେ ଅନେକ ବଡ଼ ବଡ଼ ନିୟୁଜ ପେପର ରେ ହେଡ଼ ଲାଇନ ହେଇଥିଲା, ଯେ ଜଣେ ଅବସର ସିପାହୀ ତିଆରି କଲେ ଏକ ନୂଆ ଦେଶ,,, ପ୍ୟାଡ଼ି ସେଇଠାରେ ରହିଲେ ଓ ନିଜ ପରିବାର ବି ସାଙ୍ଗରେ ରହିଲେ ଯେହେତୁ ତାଙ୍କ ଦେଶ ମାତ୍ର କୋଡିଏ ମାଇଲ ବ୍ରିଟେନ ତେଣୁ କେତେବେଳେ ନିଜ ଘରେ ତ ନିଜ ଦେଶରେ,, ଥରେ କିଛି ଜର୍ମାନୀ ଲୋକ ପ୍ୟାଡ଼ି ଙ୍କର ଅନୁମତି ନନେଇପଶି ଆସିଥିଲେ ତାଙ୍କ ସି ପୋର୍ଟ ଦେଶରେ, ତାଙ୍କୁ ବନ୍ଦୀ କରାଯାଇଥିଲା,, ଓ ତାଙ୍କୁ ଛାଡିବାକୁ ଜର୍ମାନ କୋର୍ଟ ରେ ପ୍ୟାଡ଼ି ଅଜବ ସର୍ତ୍ତ ରଖିଥିଲେ ବିପୁଳ ମୁଦ୍ରା ର ଫାଇନ, କିମ୍ବା ଜର୍ମାନ ରାଜଦୂତ ଆସି ପ୍ୟାଡ଼ି ଙ୍କ କୋର୍ଟରେ କ୍ଷମା ମାଗିବେ,,, ସେଇଆ ହେଇଥିଲା ଜର୍ମାନ ରାଜଦୂତ ଆସି we are sorry ବୋଲି କହିଥିବାରୁ ଜର୍ମାନୀ ନାଗରିକ ମାନଂକୁ ମୁକ୍ତି କରିଥିଲେ,, ମିଳିତ ଜାତିସଙ୍ଗ ରେ ଅନେକ ଥର ଚିଠି ଲେଖିଥିଲେ ତାଙ୍କ ଦେଶକୁ ସ୍ୱୀକୃତି ମିଳୁ,, ଓ ନିଜେ ଭେଟିଥିଲେ ଜାତିସଙ୍ଗ ର ମୁଖିଆଙ୍କୁ,, ସମସ୍ତେ ଥରେ ଏକତ୍ରିତ ହେଇ ଏକ ଚିଠି ଦେଇଥିଲେ ପ୍ୟାଡ଼ି ଶାହବ ଙ୍କୁ, କି ଆପଣଂକ ଦେଶ ବର୍ତମାନ ସତନ୍ତ୍ର ହେଲା,,2012 ରେ ପ୍ୟାଡୀଙ୍କର ଦେହାନ୍ତ ହେଇଥିଲା, ଓ ତାଙ୍କ ପୁଅ ସେଠାରେ ରାଷ୍ଟପତି ହେଇଥିଲେ, କାରଣ ସମ୍ବିଧାନ ରେ ତାହା ଲେଖା ଥିଲା,,, ଆଜି ବି ସେଇ ଦେଶ ଅଛି ମାତ୍ର ଦୁଇ ଜଣ ସିପାହୀ ନିଯୁକ୍ତି ପାଇଛନ୍ତି, ଓ ଦରମା ନେଉଛନ୍ତି, ରାଷ୍ଟ୍ରପତି ପ୍ୟାଡ଼ି ଙ୍କ ପୁଅ ଅଛନ୍ତି, ପ୍ରତିବର୍ଷ ପୁରସ୍କାର ବି ଦିଆଯାଏ, ପ୍ରତିଯୋଗିତା ବି ହୁଏ ଓ ରୋଜଗାର ଆସେ ତାଙ୍କ ଦେଶ ର 6 ମାଇଲ ଭିତରେ ଯଦି କିଏ ମାଛ କିମ୍ୱା ଆଉ ଯିଏ ପ୍ରବେଶ ଜରିଥାଏ କିଛି କିଛି ଫାଇନ ଦେଇଥାନ୍ତି,,,

Leave a Reply

Your email address will not be published. Required fields are marked *