Spread the love

କେହିବି ବିଶ୍ୱାସ କରିବେ ଜଣେ ଅପରାଧୀ ପୁରା ଦେଶ ର ଆର୍ଥିକ ବୋଝ ସମ୍ବଳିବା ପାଇଁ ଦାଇତ୍ୱ ନେବ ଓ ସରକାର ବି ତା ଉପରେ ଭରୋସା ନକରି ଉପାୟନାହିଁ… ଘଟଣା ଟି ଘଟିଥିଲା “କଲମ୍ବିଆ “ରେ 1972 ମସିହା ଜଣେ ଅଠର ବର୍ଷ ର ଅତିଭଦ୍ର ପିଲା ସୁନ୍ଦର ଚେହେରା ପାଠ ରେ ବଢିଆ କେବେ ପୃଥବୀର ପ୍ରସିଦ୍ଧ ମାଫିଆ ଡନ ହେବ.. ନାଁ “ପାବଲୁ ଏମିଲିଓ ଏସ୍କୋବା “କାହାଣୀ ଏହିପରି ଯେତେବେଳେ ପାବଲୁ କୁ ଅଠର ବର୍ଷ ସାଙ୍ଗ ମାନଙ୍କ ଠୁ ଶୁଣିଲା ଯେ ଦେଶର ପରିସ୍ଥିତି ବହୁତ ଖରାପ ପାଠ ପଢି ଲାଭ ନାହିଁ ଚାକିରି ମିଳୁନି. ଯୋଉମାନେ ଡ୍ରଗ ସପ୍ଲାୟ କରୁଛନ୍ତି ତାଙ୍କ ସାଙ୍ଗରେ ପୋଲିସ ସରକାର ବି ଅଛି ମନେ ମନେ ଯୋଜନା କଲା ସିଏବି କରିବ. କିନ୍ତୁ ତାର ଆଉଜଣେ ଝିଅ ସାଙ୍ଗ କହିଲା ପୋଲିସ ବି ଗୁଳି ମାରିଦେଉଛନ୍ତି.. ତାର ମନ ବଦଳିଲା ଭୁଲରେ ବି ଡ୍ରଗ୍ସ କାମ କରିବନି.. ଏହିପରି ଭାବେ ଦୁଇ ବର୍ଷ ବିତିଲା ବାପାଙ୍କ ଟେଲର ଦୋକାନ ରେ ବସିଲା. ହଟାତ ଦୁଇ ତିନିଜଣ ଯୁବକ ତାର ଜଣେ ସାଙ୍ଗ କୁ ଗୋଡେଇ ଛନ୍ତି ମାରିବାକୁ. ତାର ସାଙ୍ଗ ଜୀବନ ବିକଳରେ ତାଙ୍କ ଦୋକାନ ଭିତରେ ପଶିଗଲା କିନ୍ତୁ ଅପରିଚିତ ଦୁଇଜଣ ତା ସାଙ୍ଗକୁ ଅଧମରା କରି ଛାଡିକି ପଳେଇଲେ ପାବଲୁ ସାଙ୍ଗ କୁ ନେଇ ମେଡିକାଲ ଯିବା ବେଳେ ତାର ସାଙ୍ଗ ର ମୁର୍ତ୍ତୃ ହୁଏ.. କିଏ ମାରିଲା କାହିଁକି ମାରିଲା ବୋଲି ଖୋଜି ଖୋଜି ସାଙ୍ଗର ଘରେ ସବୁ ବୁଝିଲା ସେ ଡ୍ରଗ୍ସ କାରବାର କରୁଥିଲା ଯିଏ ମାରିଲେ ସେମାନେ ପାଖ ସହରର ଜଣେ ବଡ଼ ମାଫିଆ ର ଲୋକ.. ସେ ତାହାର ପ୍ରତିଶୋଧ ନେବାକୁ ଯୋଜନା କଲା ଧୀରେ ଧୀରେ ସେମାନଙ୍କ ସମ୍ପର୍କ ରେ ଆସି ଡ୍ରଗ୍ସ କାରବାର ଆରମ୍ଭ କଲା.. କୁହାଯାଏ ପାବଲୁ 1982 ବେଳକୁ କଲମ୍ବିଆ ର ସବୁଠୁ ଧନୀ ବ୍ୟକ୍ତି ହେଇସାରିଥିଲା ତାକୁ” ରବୀନ ହୁଡ ” ଲୋକ ମାନେ କହିଲେ. ଗରିବଙ୍କୁ ଅଜସ୍ର ଟଙ୍କା ବାଣ୍ଟିଲା. ଆମେରିକା କୁ ସବୁଦିନେ କୋଡିଏ ଟନ କୋକିନ ସପ୍ଲାୟ ହୁଏ ବଡ଼ ବଡ଼ ପୋଲିସ ଅଫିସର ଙ୍କୁ ବିଶ୍ୱ ଭର୍ମଣ ସହିତ ରାଷ୍ଟ୍ରପତି ଙ୍କ ଅତିଥିଭାବେ ପରିଚିତ ହେଲା ବ୍ୟାଙ୍କ ରେ ଟଙ୍କା ବେଶୀ ରଖେନି ଆଠଟି ଗୋଦାମ ରେ ରଖାଯାଏ ବହୁତ ମୂଷା ମାନେ ବି ଖାଇଦିଅନ୍ତି ଥରେ ବହୁତ ଥଣ୍ଡା ହେବାରୁ ତା ସ୍ତ୍ରୀ କୁ ସେତେବେଳେ ର ଭାରତୀୟ ମୁଦ୍ରାରେ ତିରିଶ କୋଟି ଟଙ୍କା ପୋଡି ନିଆଁ ରେ ଘରେ ରଖିଥିଲା ତାର ମା ପୁଅ କର୍ମ ଚାରି ମାନେ ବିଥିଲେ ପ୍ରଚୁର ମଦ ପିଇଲା ପରେ ଜାଲଣି ଅଭାବ ଦେଖି ଏପରି କରିଥିଲା. କୁହାଯାଏ ପବଲୁ ପାଖରେ ତିରିଶ ମିଲିଆନ ଡଲାର ଅର୍ଥ ଥିଲା 1989ରେ ପ୍ରସିଦ୍ଧ ପତ୍ରିକା (ଫୋର୍ବଶ) ର କଭର ପେଜ ରେ ଫୋଟୋ ସହିତ ବିଶ୍ୱର ସପ୍ତମ ଧନୀ ତାଲିକା ରେ ନାମ ଛାପିଥିଲା.. ଦେଶର ଆର୍ଥିକ ବୋଝ ଯାହା ଥିଲା ସବୁ ଶୁଝିଦେବ ଓ ତାକୁ ରାଷ୍ଟ୍ରପତି କରିବେ କଣ୍ଡିସନ କରିବାରୁ ଆମେରିକା ସରକାର ରାଜି ନହେବାରୁ ତାହା ଜାଣି . ନିରାଶ ହେଇ କଲମ୍ବିଆ ର ରାଜନୈତିକ “ଲେବର ପାର୍ଟି “କୁ ପ୍ରଚୁର ଅର୍ଥ ଦେଇ ନିଜେ ଇଲେକ୍ସନ ଲଢ଼ି ଜିତିବା ପରେ ପବଲୁ ର ଅହଂକାର ବଢିଗଲା ସେ ସିଧା ସିଧା ଆମେରିକା ବିରୁଦ୍ଧରେ କଲମ୍ବିଆ ଆଡମିନଷ୍ଟର ସହିତ ତାର ପାର୍ଟି କୁ ମତେଇଲା.1991 ବେଳକୁ ତାର ବହୁତ ବିରୋଧୀ ହେବାରୁ ସରକାର ବି ଗୁପ୍ତ ମିଟିଙ୍ଗ ଆରମ୍ଭ କଲେ ଗିରଫ କରିବାକୁ କୁହାଯାଏ ଯେଉଁ ବଡ଼ ପୋଲିସ ଅଧିକାରୀ ଓ ଇଣ୍ଟେଲିଜେନସି ର ଅଧିକାରୀ ମାନେ ଅବସର ନେଇସାରିଥିଲେ ସେମାନେ ନୂଆ ଅଧିକାରୀ ଓ ସରକାର ସାଙ୍ଗରେ ଘନ ଘନ ଆଲୋଚନା ଚାଲିଲା କେମିତି ସରେଣ୍ଡର ହେବ କୋଉଠି ରହିବ ଶୁଣାଯାଏ ଯେଉଁ ପୋଲିସ ଅଧିକାରୀ ମାନେ ପବଲୁ ସାଙ୍ଗରେ ଥିଲେ ସେମାନେ ସିଧା ମିଟିଙ୍ଗ ରେ କହିଲେ ଆମ ଦେଶର ବହୁତ ପୋଲିସ ବିଲଡିଂ ତ ପବଲୁ ପଇସାରେ ତିଆରିହେଇଛି ସମାଧାନ ହେଲା ଗୋଟେ ନୂଆ ଜେଲ ତିଆରିହେବ ସେଠି ଉଡ଼ାଜାହାଜ ରହିବ ଆଉ ଅଇନି ର ପରିବର୍ତନ ହେବ. ଶେଷକୁ ଏକ ବର୍ଷ ରେ ସବୁ ସେଇଆ ହେଲା ଜେଲ ର ନାଁ ଦିଆହେଲା “ଲ୍ୟାର୍ଥ କାଠେତାର ଜେଲ” ଅଇନି ବି ପରିବର୍ତନ ହେଇଚି. ସେ ବହୁତ ଖୁସିରେ ଥାଏ. ହଟାତ ତାର ଜଣେ ପାଖ ଲୋକ କହିଲେ ଆମେରିକା କଥାରେ ସରକାର ମିଶି ନୂଆ ପୋଲିସ ମାନଂକୁ ଧରି ତୁମକୁ ମାରିଦେବେ.. ପୁଣି ସତ୍ୟା ସତ ଜାଣିବାପାଇଁ ତାର ଅତି ନିଜର ପୂର୍ବତନ ଅଫିସର ମାନଂକୁ ଡାକି ଜାଣିବାକୁ ଚାହିଁଲା. ଓ କୁହାଯାଏ ସେଇଦିନ ମଦ ନିଶାରେ ରାତି ତିନିଟା ବେଳେ ବନ୍ଧୁକ ର ଆବାଜ ଶୁଭିଲା ଦୁଇ ଜଣ ବିଶ୍ୱସ୍ତ ଅଧିକାରୀଙ୍କୁ ମାରି ପାଗଳ ପରି ହେବାରୁ ତାକୁ ତାଙ୍କ ଲୋକ ମାନେ ଗୁପ୍ତ ଜାଗାରେ ରଖିଲେ ଖବର ଯାହା ଅଛି ତାଙ୍କ ଗ୍ୟାଙ୍ଗ ତାଙ୍କ ଦେଶ ସହିତ ଅନ୍ୟ ଦେଶରେ ପାଖା ପାଖି ପାଞ୍ଚ ହଜାର ମର୍ଡର କରିଛନ୍ତି..ଶେଷକୁ ପୋଲିସ ପ୍ରଶାସନ (ସର୍ଚ୍ଚବ୍ଲକ) ନାମରେ ଅପରେସନ ଆରମ୍ଭ ହୁଏ ଶେଷକୁ 2ଡ଼ିସେମ୍ବର 1993 ରେ ଖବର ଆସେ ପବଲୁ କିଣିଥିବା ଗୋଟେ ଆଇଲ୍ୟାଣ୍ଡ ରେ ଏନକାଉଣ୍ଟର ହେଇଚି. କିନ୍ତୁ ମିଡ଼ିଆ ରେ ଖବର ଆସେ ସେ ନିଜେ ବନ୍ଧୁକ ରୁ ଡାହାଣ ପଟ ମୁଣ୍ଡରେ ମାରି ଆତ୍ମହତ୍ୟା କରିଛି… ସବୁଠୁ ଯାହା ତଥ୍ୟ ଅଛି ତା ଜୀବନରେ ନିଜ ସ୍ତ୍ରୀ ବ୍ୟତୀତ ଆଉ କୌଣସି ନାରୀ ଙ୍କୁ ଖରାପ ନଜର ରେ ଦେଖେନି ସେଥିପାଇଁ ତାର ବ୍ୟକ୍ତିତ୍ୱ କଲମ୍ବିଆ ରେ ବହୁତ ହେଇଥିଲା ତାର ଶବ ସତ୍କାର ରେ ଏକ ଲକ୍ଷ୍ୟ ଲୋକ ଯୋଗ ଦେଇଥିଲେ ଓ ପୋଲିସ ପ୍ରଶାସନ ଟ୍ରାଫିକ କଣ୍ଟ୍ରୋଲ କରିବାକୁ ବିଫଳ ହେଇଥିଲେ. ଶୁଣାଯାଏ ବହୁତ ଚର୍ଚ୍ଚ ପ୍ରତିଷ୍ଠା କରିବା ସହିତ ଆମେରିକାରେ ତାର ଦଶଟି ପାଣିଜାହାଜ ପରିବହନ ରେ ଲାଗିଥିଲା…

Leave a Reply

Your email address will not be published. Required fields are marked *