ବିଶାଳ ସଂସାର ନୁହେଁ ତୋର ଘର
ଶୁଣ ଆରେ ବାୟା ମନ,
ଅଢେଇ ଦିନର ଅତିଥି ଏଘରେ
ନାହିଁ ତୋର ଏହି ଜ୍ଞାନ।
ଜଣେ କେବଳ ଖାଲି ଶିକ୍ଷିତ ହୋଇଗଲେ ସେ ଦୁନିଆଁରେ ସଫଳତା ପାଇନଥାଏ କାରଣ ଜୀବନରେ ଶିକ୍ଷା ସହିତ ସଂସ୍କାରର ବହୁତ ଗୁରୁତ୍ବପୁର୍ଣ ଭୂମିକା ରହିଥାଏ, ସେହିପରି ଅଶୁଦ୍ଧ ଭାଷା ବହୁତ କଷ୍ଟ ଲାଗେ ଏବଂ କହିବା ଲୋକ ଜାଣେ ନାହିଁ କିନ୍ତୁ ସେହି ଭାଷାର କଷ୍ଟକୁ ଯେତେବେଳେ ନିଜ ଭାଷାର କଷ୍ଟକୁ ଠିକ୍ ରୂପେ ବୁଝି ପାରିଥାଏ ।
ମନ ଯେତେ ବି ଖରାପ୍ ଥାଉ ପଛେ କାହା ପ୍ରତି ଖରାପ୍ ଶବ୍ଦ ପ୍ରୟୋଗ କରନ୍ତୁ ନାହିଁ କାରଣ ପରବର୍ତ୍ତୀ ସମୟରେ ମନକୁ ଠିକ୍ କରାଯାଇପାରେ କିନ୍ତୁ କୁହାଯାଇଥିବା ଖରାପ୍ ଶବ୍ଦକୁ ନୁହେଁ ।
ଦୁନିଆଁର ସବୁଠାରୁ ଦାମୀ ଜିନିଷ ହେଲା ‘ ବିଶ୍ବାସ ‘ ଯାହା ଅର୍ଜନ କରିବାକୁ ବର୍ଷ ପରେ ବର୍ଷ ଲାଗିଯାଏ କିନ୍ତୁ ହରେଇବାକୁ ଗୋଟେ Second ମଧ୍ୟ ଲାଗେନା ।
ଜୀବନରେ ସୁଖ ଶାନ୍ତି ରେ ରହିବାକୁ ହେଲେ ଦୁଇଟି ଶକ୍ତିର ନିହାତି ଆବଶ୍ଯକ…ଗୋଟିଏ ହେଲା ସହିବା ଶକ୍ତି ଓ ଅନ୍ୟଟି ହେଲା ବୁଝିବା ଶକ୍ତି।ଏହାକୁ ଯିଏ ପାଇଛି ସେ ସୁଖ ଶାନ୍ତି ରେ ରହିଛି।
ବେଶି ଚିନ୍ତା କରିବେ ନାହିଁ।ଭଗବାନ ଜାଣନ୍ତି ଆପଣ କଣ ଚାହାଁନ୍ତି,ଏବଂ ଆପଣଙ୍କ ମନ କଣ ଚାହେଁ।ଧର୍ଯ୍ୟ ଧରି ଭଗବାନଙ୍କୁ ସାହାଯ୍ୟ ମାଗିଲେ ନିଶ୍ଚୟ ସଫଳ ହେବେ।
ମଣିଷ ଏମିତି ଏକ ପ୍ରାଣୀ ଯାହାକୁ ଇଶ୍ବର ସବୁକିଛି ଦେଇଛନ୍ତି! ଦୟା, କ୍ଷମା, ସହନଶୀଳତା ଭଳି ସବୁ ଗୁଣ ତା’ର ପାଖରେ ଅଛି ! କିନ୍ତୁ ସ୍ବାର୍ଥପର ପାଇଁ ସେ ସବୁ ଭୁଲି ଯାଏ।
ଜୀବନ ଥିଲେ ଜଞ୍ଜାଳ ଅଛି, କଷ୍ଟ ଅଛି, ଦୁଃଖ ବି ଅଛି କିନ୍ତୁ ଜୀବନରେ କେବେ ହାର୍ ମାନନ୍ତୁ ନାହିଁ, ଜୀବନକୁ ସଂଘର୍ଷ କରି ବଞ୍ଚିବା ଶିଖନ୍ତୁ ଏବଂ ଆଗକୁ ବଢନ୍ତୁ ।