Spread the love

 "ବିଶ୍ୱାସର କ୍ଷମତା ଅଦ୍ଭୁତ। ଖାଣ୍ଟି ବିଶ୍ୱାସ ସଙ୍ଗେ ସଙ୍ଗେ ହୃଦୟରେ ଅଫୁରନ୍ତ ଶକ୍ତିର ସଞ୍ଚୟ ହୁଏ । ଯେତେବେଳେ ତୁମର କର୍ମ ପାଇଁ ଉଦ୍ୟମ ନ ଥାଏ, ମନ ଅବସନ୍ନ ହୋଇପଡେ, ସେତେବେଳେ ଭିତରେ ଅନୁସନ୍ଧାନ କରି ଦେଖିଲେ ବୁଝିପାରିବ", 

            
     

ସ୍ୱ-ଧର୍ମ କହିଲେ ବେଦ ଅନୁଯାୟୀ ଜଣେ ବ୍ୟକ୍ତିର କର୍ତ୍ତବ୍ୟକୁ ବୁଝାଇଥାଏ । ଜଣେ ବ୍ୟକ୍ତି ପାଇଁ ଦୁଇ ପ୍ରକାରର ସ୍ୱ-ଧର୍ମ ବା ବେଦବିହିତ କର୍ମ ରହିଛି- ପର ଧର୍ମ ବା ଆଧ୍ୟାତ୍ମିକ ଧର୍ମ ଏବଂ ଅପର ଧର୍ମ ବା ସଂସାରିକ କର୍ତ୍ତବ୍ୟ । ଆତ୍ମା ଭାବରେ ଆମର କର୍ତ୍ତବ୍ୟ ହେଉଛି ଭକ୍ତି ସହକାରେ ଭଗବାନଙ୍କର ସେବା କରିବା ଏବଂ ତାଙ୍କୁ ପ୍ରେମ କରିବା । ଏହାକୁ ପରଧର୍ମ କୁହାଯାଏ । ଯେହେତୁ ଅଧିକାଂଶ ମନୁଷ୍ୟଙ୍କର ଏହି ଆଧ୍ୟାତ୍ମିକ ଦୃଷ୍ଟିକୋଣ ନ ଥାଏ, ନିଜକୁ ଶରୀର ମନେକରୁଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ବେଦରେ କର୍ତ୍ତବ୍ୟ ନିରୂପଣ କରାଯାଇଛି । ଏହି କର୍ତ୍ତବ୍ୟଗୁଡ଼ିକ ଜଣଙ୍କର ଆଶ୍ରମ (ଜୀବନର ଅବସ୍ଥା) ଓ ବର୍ଣ୍ଣ (ବୃତ୍ତି) ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ । ଏଗୁଡ଼ିକୁ ଅପର ଧର୍ମ ବା ସାଂସାରିକ କର୍ତ୍ତବ୍ୟ କୁହାଯାଏ।

ବୃତ୍ତିଗତ କର୍ତ୍ତବ୍ୟର ଉଚିତ୍ ନିର୍ବାହ ଏକ ଆଧ୍ୟାତ୍ମିକ କର୍ମ ନୁହେଁ ଏବଂ ଏହାର ଫଳ ଭଗବତ୍ ପ୍ରାପ୍ତି ନୁହେଁ । ଏହା କେବଳ ଏକ ପୁଣ୍ୟ କର୍ମ ଯାହା ସଂସାରିକ ବୈଭବ ପ୍ରଦାନ କରିଥାଏ । ଶ୍ରୀକୃଷ୍ଣ ତାଙ୍କର ନିର୍ଦ୍ଦେଶକୁ ସାମାନ୍ୟ ନିମ୍ନାଭିମୁଖୀ କରି କହୁଛନ୍ତି, ଯଦି ଅର୍ଜୁନ ଆଧ୍ୟାତ୍ମିକ ଜ୍ଞାନ ପ୍ରତି ଆଗ୍ରହୀ ନ ହୋଇ ଶାରୀରିକ ସ୍ତରରେ ରହିବାକୁ ଇଚ୍ଛା କରଥାଆନ୍ତି, ତଥାପି କ୍ଷତ୍ରିୟ ଭାବରେ ଧର୍ମରକ୍ଷା ପାଇଁ ଯୁଦ୍ଧ କରିବା ତାଙ୍କର ସାମାଜିକ କର୍ତ୍ତବ୍ୟ ଅଟେ।

ଦୁଃଖ ହେଉଛି ଜୀବନର ସେଇ ହାତୁଡ଼ି….

ଯେଉଁ ହାତୁଡି ପାହାର ସହି ପାରିଲେ ମଣିଷ ଆଗକୁ ବଢିଯାଏ….

ଆଉ ସହି ନ ପାରିଲେ ପଛରେ ରହିଯାଏ….

Related Post

Leave a Reply

Your email address will not be published. Required fields are marked *

You Missed