Spread the love

*ଗାଁମୁଣ୍ଡ ପାନ ଦୋକାନ ପାଖରେ ୩୫-୪୦ବର୍ଷର ଏକ ହୃଷ୍ଟପୃଷ୍ଟ ମୁଲିଆ ଟୋକା ଓ ସହରରୁ ଯାଇଥିବା ସମ୍ରାନ୍ତ ବଂଶୀୟ ଯୁବକ ବସି କଥାହେଉଥିଲେ. ସମ୍ରାନ୍ତ ବଂଶୀୟ ଯୁବକ ଟି ପ୍ରଶ୍ନକଲା କିଛି ରୋଜଗାର ପତ୍ର ନକରି ଏମିତି ସବୁବେଳେ ବସି ଗୁଟୁକା ଖାଇ ସମୟ ନଷ୍ଟ କରୁଛ….?*

ସେ ଉତ୍ତର ଦେଲା:– *ମୋ ଇଚ୍ଛା* 😳

ମୁଁ କହିଲି :– *ତମେ ବାହା ହୋଇଛ…?*
ସେ କହିଲା :– *ବାହାଘର କେବେଠାରୁ ସରିଲାଣି* ..😊
ମୁଁ କହିଲି :– *କେମିତି କଲ…??*
ସେ କହିଲା :- *ଶ୍ରମ କାର୍ଡର ମୁଖ୍ୟମନ୍ତ୍ରୀ ଆଦର୍ଶ ବିବାହ ଯୋଜନାରୁ ₹୩୦,୦୦୦ ତଥା ଅର୍ନ୍ତଜାତୀୟ କନ୍ୟାଦାନ ଯୋଜନାରୁ ₹୨୫୦,୦୦୦ ମିଳିଲା।,,,😆*

ମୁଁ କହିଲି :– *ତା ହେଲେ ପିଲାପିଲି ହେବାପାଇଁ ତ ଅନ୍ତତଃ କିଛି ରୋଜଗାର କର…?*

ସେ କହିଲା :– *ଜନନୀ ସୁରକ୍ଷା ଯୋଜନାରୁ ପ୍ରସବ ଖର୍ଚ୍ଚ ମାଗଣା ତା ସହ ₹୧୫୦୦ ଟଙ୍କାର ଚେକ୍ ତଥା ଶ୍ରମକାର୍ଡର ଭଗିନୀ ପ୍ରସୂତୀ ଯୋଜନାରୁ ₹୨୦,୦୦୦ ଟଙ୍କା ମଳିଲା*
😀😂😂
ମୁଁ କହିଲି:– *ଅନ୍ତତଃ ତୁମ ପିଲାମାନଙ୍କ ପଢାଲେଖା ପାଇଁତ କିଛି ରୋଜଗାର କର..?*
*ସେ ଗୁଟୁକା ଛେପ ପକେଇ କହିଲା, ସେଥିପାଇଁ ତ ପାଠପଢା, ପୋଷାକ, ବହିଖାତା ଓ ଖାଇବା ମଧ୍ୟ ସରକାରଙ୍କ ତରଫରୁ ମାଗଣା…! ଆଉ ମୁଖ୍ୟମନ୍ତ୍ରୀ ଶ୍ରମକାର୍ଡ ହେତୁ ମେଧାବୀ ଛାତ୍ରବୃତ୍ତି ଯୋଜନାରୁ ପ୍ରତିବର୍ଷ ଟଙ୍କା ମିଳୁଛି*

*ଆଉ ଯେତେବେଳେ ପୁଅ କଲେଜ ଯିବ ସେତେବେଳେ ବିପିଏଲ ତାଲିକା ଭୁକ୍ତ ହୋଇଥିବାରୁ କଲେଜରେ ମାଗଣା ନାମଲେଖା ତଥା ପାଠପଢା ବୃତ୍ତି ମଧ୍ୟ ମିଳୁଛି ତେଣୁ ଚିନ୍ତା କଅଣ ?*
😄😄😂😂

ମୁଁ କହିଲି :– *ଆରେ ଭାଇ ଘର କେମିତି ଚଳଉଛ ?*
ସେ କହିଲା:– *ସାନ ଝିଅକୁ ଏବେ ସରକାରଙ୍କ ତରଫରୁ ସାଇକେଲ ମିଳିଛି ଓ ପୁଅକୁ ଲ୍ୟପଟପ୍ ମିଳିଛି, ମା, ବାପାଙ୍କୁ ବୃଦ୍ଧାବସ୍ଥା ପାଇଁ ଅବସର ଭତ୍ତା ଓ ସମସ୍ତଙ୍କ ପାଇଁ ଟଙ୍କିକିଆ ଚାଉଳ ମଳୁଛି*
😀😀😂😂

*ମୁଁ ସାମାନ୍ୟ ପରିହାସ ଛଳରେ କହିଲି ଆରେ ଭାଇ ବାପ ମାଙ୍କୁ ଟିକେ ତିର୍ଥଯାତ୍ରାରେ ନେବା ପାଇଁ ଚିନ୍ତାକରି କିଛି ରୋଜଗାର କର…??*
ସେ କହିଲା ……..*ମୁଖ୍ୟମନ୍ତ୍ରୀ ତିର୍ଥଯାତ୍ରା ଯୋଜନା ଅଛି ସେଥିରେ ପଠେଇ ଦେବି*😀😄

ମୁଁ କହିଲି……..*ଅନ୍ତତଃ ଦେହପା ଖରାପ ପାଇଁତ କିଛି ରୋଜଗାର କର*

ସେ କହିଲା……. *ଆୟୁଷ୍ମାନ୍ ଭାରତ କାର୍ଡ ଅଛି ତଥା ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ୫ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା*😃😂😂

ମୋତେ ରାଗ ଆସିଗଲା ତେଣୁ ରାଗରେ କହିଲି :–
*ତୋ ମା, ବାପାଙ୍କର ଦାହ ସଂସ୍କାର ପାଇଁତ କିଛି ରୋଜଗାର କରେ..?*

ସେ କହିଲା :– *ଟଙ୍କିକିଆ ବିଦ୍ୱତ ଶବଦାହ ଯୋଜନା କିମ୍ବା ମାଗଣା ହରିଶ୍ଚନ୍ଦ୍ର ଶବଦାହ ଯୋଜନା ଅଛି!….

ମୁଁ ପଚାରିଲି:– *ଆରେ ବାବୁ ତୋ ପିଲା ମାନଙ୍କ ବାହାଘର ପାଇଁତ ରୋଜଗାର କରେ..?*

ସେ ହସିଲା 😊😊ଆଉ କହିଲା:–
*ପୁଣି ସେଇ ଏକା ପ୍ରଶ୍ନ ଆସିଗଲା…*
*ସେମିତି ହେବ ଯେମିତି ମୋର ହେଲା*..!!
😄😄😄😂😂😂

ଭାଇ ତୁ ଗୋଟିଏ କଥା ମତେ ବୁଝା *ଏତେ ସୁନ୍ଦର ସୁନ୍ଦର ପୋଷାକ କେମିତି ପିନ୍ଧୁଛୁ ?*ଉତ୍ତର ରେ ଯାହା କହିଲା ଶୁଣିକି ଜମିଦାର ପୁଅ ଆଉ କିଛି ପଚାରିବା ପୂର୍ବରୁ ଭାବିଲା ଯାଉଛି ସହରକୁ ପଳେଇବି ଆଉ ଏଠି ରହିଁବିନି ମୁଲିଆଟିର ଉତ୍ତର ଥିଲା.. ମୋ ବାପା ବି ମୁଲ ଲାଗୁଥିଲା କିନ୍ତୁ ଦିନ ସାରା ଖଟୁଥିଲା ମାଲିକ ସନ୍ଧ୍ୟା ବେଳକୁ ଅଧା ମୁଲ ଦେଇ କୁହେ ଯା କାଲିକି ଆସିବୁ ଆଉ ବାକି ନବୁ. କିନ୍ତୁ ମୁଁ ଏବେ ମାଲିକକୁ କହୁଛି ଦିନ ଦଶଟା ବେଳକୁ ଆସିବି ଖରାବେଳେ ଖାଇବାକୁ ମୁଣ୍ଡା ମାଛ ଦୁଇ ପିସ ଦେବ ଦିନ ଚାରିଟା ବେଳକୁ ଯେତିକି କାମ ହେବ ଆଉ କାଲିପାଇଁ ଡବଲ ଆଡ଼ଭାନ୍ସ ଦବ ନହେଲେ ତୁମ ଚାରିଚକିଆ ଚଢ଼ୁଥିବା ରଙ୍ଗିଲା ପୁଅକୁ କହିବ ସିଏ ମାଟି ମୁଣ୍ଡେଇ ବାକି ସବୁ କାମ କରିବ..
ଗରିବ ମୁଲିଆ ଟେ ସ୍ପଷ୍ଟ ବୁଝେଇଲା ଆପଣ ମାନେ ବହୁତ ଲୁଟ କରି ଅୟସ ରେ ଜୀବନ ବିତେଇଲ ଆଉ ଆମେ ଗରିବଙ୍କୁ କିଏ ଟିକେ କଲର ଟେକି ଚଳେଇଲା ତୁମର କାହିଙ୍କି ହିଂସା ହେଉଛି
*ତୁମ ଭଳି ଲକ୍ଷ ଲକ୍ଷ ଲୋକ ପରିଷ୍ରମ କରି ଆମ ମାନଙ୍କ ପାଇଁ ଟିକସ ଦେଉଅଛ।*ଆମେ କିଛି ଦିନ ମୁଣ୍ଡ ଟେକି ଚାଲୁ

*ଆଉ ଚାଷୀ ତାର ବିଲରେ ପରିଷ୍ରମ କରି ଫସଲ ଅମଳ କରୁଥିବା ବେଳେ ସରକାର ଫସଲକୁ କ୍ରୟ କରି ଆମ ମାନଙ୍କୁ ମାଗଣାରେ ଦେଉଥିବାବେଳେ ଆମ ମାନଙ୍କର କାମ କରିବା କଣ ଦରକାର ।ମନେ ହୁଏ ବିଜୁ ବାବୁଙ୍କ ଚତୁର୍ଥ ଚିନ୍ତାଧାରା ଟା ପଞ୍ଚମ ତତ୍ୱ ହେଇଗଲକି… 🤣

*🇮🇳 ବନ୍ଦେ ମାତରମ୍ 🇮🇳*

Related Post

Leave a Reply

Your email address will not be published. Required fields are marked *