Spread the love

ସଜ୍ଜନ ବୃନ୍ଦ, ଆଜି ସନ୍ଧ୍ୟାର ଅଭିବାଦନ ଗ୍ରହଣ କରିବା ସହିତ ବିଚାରକୁ ନିଅନ୍ତୁ ଭଗବାନ ଙ୍କ ଅଦ୍ଭୂତ ଲୀଳା ଯାହା ଘଟିଥିଲା 50 ବର୍ଷ ତଳେ, କିନ୍ତୁ ଆଜି ସେଇ ସତ୍ୟ କାହାଣୀ ଶୁଣିଲେ ପୃଥିବୀରେ ଯେତେ ଦେଶ ଅଛି ଓ ସେ ଦେଶର ସୁରକ୍ଷାରେ ଯେତେ ସୁରକ୍ଷା କର୍ମୀ ଲାଗିଛନ୍ତି ସମାଧାନ କରିପାରୁ ନାହାନ୍ତି ଏହା କେମିତି ସମ୍ଭବ,,, ଏହା ଏଥିପାଇଁ ସମ୍ଭବ ଯିଏ କହିଥିଲେ ଗଣତନ୍ତ୍ର ଗୋଟିଏ ଦେଶର ଲୋକମାନକ ପାଇଁ, ଲୋକମାନକ ଦ୍ୱାରା, ସେ ଠିକ କହିଥିଲେ,, ଜଣେ ଅପରାଧୀ କିପରି ପାଞ୍ଚ ଦିନ ଏକ ବ୍ୟାଙ୍କ ଲୁଟିବା ପାଇଁ ବ୍ୟାଙ୍କ ଭିତରେ ପଶି ଚାରିଜଣ ବ୍ୟାଙ୍କ କର୍ମଚାରୀ ଙ୍କୁ ବନ୍ଧକ ରଖି ସେମାନଙ୍କ ସାଙ୍ଗରେ ମଉଜ ମସ୍ତି କରେ ଓ ବାହାରେ ଥିବା ପୋଲିସ, ସେନା, ଗୋଏନ୍ଦା ଅଧିକାରୀ ମାନଙ୍କ ସହିତ ସେ ଦେଶର ସରକାରୀ କଳ ସହିତ ମନମନାନ୍ତର ହୁଏ,, ଓ ଶେଷରେ ଲୁଟେରା ବାହାରକୁ ଆସେ ଜେଲ ଯାଏ,, କିନ୍ତୁ ପୁରା ଦେଶର ଜନସାଧାରଣ ଲୁଟେରା ସମର୍ଥନ ରେ ନିଜେ ନିଜେ ଅର୍ଥ ଯୋଗାଡ଼ କରି ତା କେଶ ଲଢ଼ନ୍ତି,,, ଯାହାକୁ ସେ ଦେଶର ପୋଲିସ ମୁଖିଆ ଭାବିଥିଲେ ବିଜୟ ଆମର ହେଲା, କିନ୍ତୁ ସେ ଦେଶର ଲୋକ କୁହନ୍ତି, ଯାହାର ମନ ଜୟ କି ପରାଜୟ ଆଜି ପର୍ଯ୍ୟନ୍ତ ଜାଣି ପାରୁନାହାନ୍ତି ସେ କି ସୁରକ୍ଷା ଦେବେ,,,, ଘଟଣା ଟି ସ୍ବେଡେନ ର ରାଜଧାନୀ ଷ୍ଟକ ହୋମ ରେ ଘଟିଥିଲା 1973 ମସିହାରେ, ଗୋଟିଏ ବଡ଼ ବ୍ୟାଙ୍କ ନା (କ୍ରେଡିଟ କେନ ଫେଡେରାଲ ବ୍ୟାଙ୍କ), ସଖାଳ ଦଶଟାରେ ବ୍ୟାଙ୍କ ଖୋଲିଲା, ସାତ ଜଣ କର୍ମଚାରୀ ଆସିଥିଲେ କିଛି ଗ୍ରାହକ ବି ଥିଲେ,, ହଟାତ ଏକ ଯୁବକ ଆସିଲା ବ୍ୟାଙ୍କ ଭିତରକୁ,, ଆଣିଥିଲା ଏକ ବ୍ୟାଗ, ତା ଭିତରୁ ବାହାରକଲା ଏକ ମେସିନଗନ ଓ ଉପରକୁ ଫାଇରିଙ୍ଗ କଲା, ଓ କହିଲା ସମସ୍ତେ ଚୁପ ରୁହ ନଚେତ ଗୁଳି କରିବି,,, ସମସ୍ତେ ଭୟଭିତ,କିଛି ସମୟ ପରେ କହିଲା ଗ୍ରାହକ ମାନେ ବାହାରକୁ ଯାଇ ପାରନ୍ତି,, ଗ୍ରାହକ ମାନେ ଭୟ ରେ ବାହାରିଗଲେ, ରହିଲେ କିଛି କର୍ମଚାରୀ,, ସେମାନଂକୁ କହିଲା ମୋର ଚାରିଜଣ ଆବଶ୍ୟକ, ଓ ଅନ୍ୟମାନେ ବାହାରକୁ ଯାଇ ପାରନ୍ତି,, କିନ୍ତୁ କିଏ ଯିବ କିଏ ରହିବ ନିଷ୍ପତି ନେଲା ଲୁଟେରା,,ତା ନାଁ ବି କହିଲା ସମସ୍ତଙ୍କୁ,,ନାଁ (ଜେନେରିକ ଓଲସନ) ବୟସ 30/35 ଭିତରେ ଦେଖିବାକୁ ଏକ ସିନେମା ହିରୋ ପରି,, ରଖିଲା ଚାରି ଜଣଙ୍କୁ ବ୍ୟାଙ୍କ ଭିତରେ ତିନିଜଣ ମହିଳା ଓ ଜଣେ ପୁରୁଷ ବ୍ୟାଙ୍କ ଷ୍ଟାଫ,,ଭିତରୁ ଗେଟ ତାଲା ପକେଇଦେଲା ,ଯୋଉମାନେ ବାହାରି ଯାଇଥିଲେ ସେମାନେ କହିଲେ ପୋଲିସ ଙ୍କୁ, ପୋଲିସ ବି ତୁରନ୍ତ ଆସିଲେ ଘେରିଗଲେ ଚାରିପଟେ,, ଓ ମାଇକ ରେ ଆଲାଉନ୍ସ କଲେ ଆତ୍ମସମର୍ପଣ କର ନଚେତ ଶାସ୍ତି ମିଳିବ,,, ସେ କାହିଁ ଶୁଣିବ,,, ବାହାରେ ପୁରା ଷ୍ଟକହୋମ ପୋଲିସ ଅଧିକାରୀ ମାନଙ୍କ ଭିଡ଼,, ପୁରା ରାସ୍ତା ସିଲ କରାଗଲା,, ଚାଲିଲା ଫୋନରେ କଥାବାର୍ତ୍ତା, ଦିନ ତିନିଟା ବେଳେ କହିଲା ଲୁଟେରା ଆମ ପାଇଁ ଖାଦ୍ୟ ପଠାନ୍ତୁ,ପୋଲିସ ମାନଂକ ମଧ୍ୟରେ ଠିକ ସେଇ ସମୟରେ ଚାଲିଲା ଯୋଜନା, କି ଖାଦ୍ୟରେ କିଛି ନିଶା ଔଷଧ ଦେଇଦେବା, ସେମାନେ ଶୋଇପଡ଼ିବେ, ଓ ଆମେ ବ୍ୟାଙ୍କ ଭିତରେ ପଶି ଲୁଟେରା କୁ କାବୁ କରିବା,,, ଠିକ ସେତିକି ବେଳେ ଲୁଟେରା ଫୋନରେ କହିଲା, ଶୁଣନ୍ତୁ ପୋଲିସ ଭାଇ ଯୋଉ ଖାଦ୍ୟ ଦେବେ ସେଥିରେ ନିଶା ଜିନିଷ ମିସେଇବେ ନାହିଁ, କାରଣ ଖାଦ୍ୟ ମୋର ଦରକାର ନାହିଁ ଏଇ ବ୍ୟାଙ୍କ କର୍ମଚାରୀ ମାନଙ୍କର ଆବଶ୍ୟକ,, ଯଦି ନିଶା ମିଶା ଖାଦ୍ୟ ଖାଇ ଏମାନେ ଶୋଇପଡ଼ିବେ ମୁଁ ଏମାନଂକୁ ଗୁଳି କରି ମାରିବି ଓ ନିଜେ ଆତ୍ମହତ୍ୟା କରିବି, ଏତିକି ଶୁଣି ପୋଲିସ ଚୁପ,,ସେ ଦିନ ବିତିଲା, ତାପରଦିନ ଲୁଟେରା ତିନୋଟି ସର୍ତ୍ତ ରଖିଲା, ପ୍ରଥମ, ତାର ଜଣେ ସାଥି ଯିଏ ଜେଲରେ ଅଛି ତାକୁ ବାହାର କରି ଆଣନ୍ତୁ ଓ ଏଠାରେ ଛାଡ଼ନ୍ତୁ, ଦ୍ଵିତୀୟ,, ମୋତେ ତିନି ମିଲିନିଅମ ସ୍ବଦେଶୀ କ୍ରାଉନ ଦରକାର, ତୃତୀୟ,, ଏକ କାର, ଓ ବୁଲେଟ ପ୍ରୁଫ ଜ୍ୟାକେଟ, ଓ ଏକ ଅତ୍ୟାଧୁନିକ ବନ୍ଧୁକ ଯାହା ସେନା ବ୍ୟବହାର କରେ,,, ଏହିପରି ତିନି ଦିନ ଗଲା ଡିମାଣ୍ଡ ଗୁଡିକୁ ସ୍ବେଡେନ ସରକାର ଙ୍କ ଦିନ ରାତି ସଚିବାଳୟ ଖୋଲା ହେଇ ମିଟିଙ୍ଗ ଚାଲିଲା, ସମାଧାନ କିଛି ହେଉନି, ବାହାରୁ ଖାଦ୍ୟ ଯାଉଛି ଓ ବ୍ୟାଙ୍କ ଭିତରେ ରୋମାନ୍ସ ଚାଲୁଛି,, ଲୁଟେରା କର୍ମଚାରୀ ଯୁବତୀ ମାନଙ୍କ ପରିବାର ସାଙ୍ଗରେ ସେତେବେଳେକୁ ପରିଚିତ ହେଇ ସାରିଲାଣି, ପ୍ରତି ଦିନ ଅନେକ ଥର ଫୋନ ରେ କଥାବାର୍ତ୍ତା ଚାଲୁଛି,, ଏପଟେ ପୁରା ସ୍ୱଡେନ ମିଡ଼ିଆ ସହିତ ବିଶ୍ୱର ସମସ୍ତ ଦେଶର ମିଡ଼ିଆ ହେଡ଼ ଲାଇନ ବି ଛପା ଚାଲିଛି, ପୋଲିସ ସହିତ ଦେଶର ବଡ଼ ବଡ଼ ତଦନ୍ତ କାରି ସଂସ୍ଥା ଫେଲ,, ତିନି ଦିନ ପରେ ଲୁଟେରା ର ସାଙ୍ଗ (କ୍ଲାର୍କ)କୁ ପୋଲିସ ଆଣି ଦେଲେ,, ସେ ବି ଭିତରେ ପରିଚୟ କରେଇଲା,, ପୁଣି ଚାଲିଲା ଡ୍ୟାନ୍ସ, ଜଣେ ଯୁବତୀ ପ୍ରେମ କରି ବସିଲେ ଲୁଟେରା ସାଙ୍ଗରେ,, ପୁଣି ପୋଲିସ କହିଲେ ସବୁ ଡିମାଣ୍ଡ ପୂରଣ ହେବ କିନ୍ତୁ ଆଗ ସମସ୍ତ ବନ୍ଧକ କୁ ଛାଡ଼,, ସେଇଠି ବ୍ୟାଙ୍କ ଲୁଟ ଖେଳ ର ନାଟକ ଆଉ ଏକ ରୂପ ନେଲା,,, ଜଣେ ଯୁବତୀ ସିଧା ମନା କଲେ, ସେ କହିଲେ କେବେ ନୁହେଁ, ଆମେ ପଳେଇଗଲେ ପୋଲିସ ମାନେ ତାଙ୍କୁ ମାରିଦେବେ, ସେମାନେ ଭଲ ଲୋକ,, ଆଉ ଏକ ଏଗ୍ରିମେଣ୍ଟ କରନ୍ତୁ, ୟାଙ୍କୁ କୌଣସି ବଡ଼ ଦଣ୍ଡ ଦେବେନି,,, ଏପଟେ ପୁରା ସ୍ବେଡେନ ଦେଶର ନାଗରିକ ବି ହାଲ୍ଲା କଲେଣି ଲୁଟେରା ହିରୋ,, ଚାଲୁଛି ଟେଲିଭିଯନ ରେ ଲାଇଭ ରିପୋର୍ଟ, ଦେଶର ବୁଦ୍ଧିଜୀବୀ ସହିତ ଜ୍ଞାନୀ ଗୁଣି ମାନଙ୍କ ସହିତ ଅବସର ବଡ଼ ବଡ଼ ପୋଲିସ ଅଧିକାରୀ ମାନଙ୍କ ସହିତ ଉପାୟ କଣ,,, ଅନେକ କୁହନ୍ତି ପୋଲିସ ଭୁଲ କଲା ଏତେଦିନ ଯିବା କଥା ନୁହେଁ,, କିଏ କିଏ କୁହନ୍ତି ଅପାରଗ ସରକାର,, ଏହିପରି ଛ ଦିନ ଚାଲିଲା, ସନ୍ଧ୍ୟା ହେଲେ ନାଚ ଗୀତ ରେ ମସଗୁଲ ଲୁଟେରା ସହିତ ଯୁବତୀ ମାନେ,,ଥରେ ଏକ ଟ୍ରାନଜିଷ୍ଟ୍ରର ଗୁପ୍ତରେ ଥୋଇ ଆସିଥିଲେ ଯିଏ ଖାଦ୍ୟ ନେଇ ଯାଇଥିଲେ ପୋଲିସ,, ସେ କହିଲେ ସେମାନେ ଆରାମରେ ଅଛନ୍ତି କୌଣସି ଦୁଃଖ ନାହିଁ କାହା ମନରେ,, ଏପଟେ ମିଡ଼ିଆ ଖୋଜିଲେ ଯୋଉ ପୋଲିସ ବାବୁ ଗୁପ୍ତ ରେ ଖାଦ୍ୟ ଥୋଇ ଆସିଲେ ତାଙ୍କୁ ଲାଇଭ ଟେଲିକାଷ୍ଟ କରିବା, ଶେଷରେ ପୋଲିସ ତାଙ୍କୁ ଲୁଚେଇଲେ, କହିଲେ ଖବରଦାର ସେ ସରକାରୀ ମିଡ଼ିଆ ହେଉ କିମ୍ବା ବେସରକାରୀ କାହାକୁ କିଛିବି କୁହନି,,, ସେ ବି ଚୁପ, ଶେଷ ଛ ଦିନ ଜଣେ ପୋଲିସ ଖାଦ୍ୟ ପ୍ୟାକେଟ ରେ ଏକ ଗ୍ୟାସ ଗୁଳି ନେଇଥିଲେ, ସେ ଖାଦ୍ୟ ପ୍ୟାକେଟ ରଖିବା ପରେ ପରେ ତା ଭିତରୁ ଗ୍ୟାସ ବାହାରି ସମସ୍ତଙ୍କୁ ବେହୋସ କରିଥିଲା,,, ପରେ ପୋଲିସ ଭିତରେ ପଶି ସମସ୍ତଙ୍କୁ ଉଦ୍ଧାର କରିଥିଲେ,, ଓ ଦୁଇ ଜଣ ଅପରାଧୀ ଙ୍କୁ ଗିରଫ କଲେ,, ତାପରେ ଆରମ୍ଭ ହେଲା ଆଉ ଏକ ଖେଳ,,, ଯୋଉ ସୁନ୍ଦରୀ ଯୁବତୀ ଲୁଟେରା କୁ ପ୍ରେମ କରୁଥିଲେ ସେ ଆରମ୍ଭ କଲେ ଏକ ମିଶନ ଯାହା ପୃଥିବୀରେ ଆଜି ପର୍ଯ୍ୟନ୍ତ ଶୁଣିବାକୁ ମିଳେ (ଷ୍ଟକହୋମସିଣ୍ଡ୍ରୋମ) ପୁରା ସ୍ବେଡେନ ରେ ଆରମ୍ଭ ହେଲା ଚାନ୍ଦା ଲୁଟେରା ମାନଙ୍କ ପାଇଁ ଅଦାଲତ ରେ କେଶ ଲଢ଼ିବା ଖର୍ଚ୍ଚ,,,, ଯାହା କୁ ନେତୃତ୍ୱ ନେଇଥିଲେ ନାମୀ ଦାମୀ ଦେଶର ଲୋକ,,, ଶେଷରେ ଅଳ୍ପ ଦିନ ଦଣ୍ଡ ମିଳିଥିଲା,,, ଯୋଉଦିନ ଲୁଟେରା ଜେଲରୁ ବାହାରିଥିଲେ ସେ ହିରୋ ହେଇଯାଇଥିଲେ,,, ତାଙ୍କୁ ଜେଲବାହାରେ ଅପେକ୍ଷା କରିଥିଲେ ତାଙ୍କ ପ୍ରେମିକା ସହିତ ହଜାର ହଜାର ଲୋକ,,, ଆଜିବି ସେ ସ୍ବେଡେନ ବଞ୍ଚିଛନ୍ତି,,,

Leave a Reply

Your email address will not be published. Required fields are marked *