( ବିଶେଷ ଅନୁରୋଧ:- ବହୁ ଯଥାଯଥ ତଥ୍ୟଥିବା ଏହି ଲମ୍ବା ସଂପୂର୍ଣ୍ଣ ଲେଖାଟିକୁ ମନଦେଇ ପଢିବାକୁ ଅନୁରୋଧ କରୁଛି- ନମସ୍କାର
ତୁଷାରକାନ୍ତ )
–😄– ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି –🤓–
” ତୋ ବାକ୍ୟ ତୁହି ରକ୍ଷାକର:
ଅସତ୍ୟ ନୁହେଁ ସୌଦାଗର”
–×–
ଆମର “ନୀତିନିଷ୍ଠ ନୀତିବାନ୍ ( Committee Principled)ନେତାଗଣ ” ଙ୍କ ବାବଦରେ ଚୁମ୍ବକୀୟ ଉଦାହରଣ
ଉପରେ ଆଧାରିତ ଆଜିର ଏହି ଉପସ୍ଥାପନଟି।
1972 ମସିହାରେ ବିହାରର National Institute of Technologyରୁ ଇଲେଟ୍ରିକାଲ ଇଂଜିନିଯରିଂ ପଢି “ବିହାର ରାଜ୍ୟ
ବିଦ୍ୟୁତ ବୋର୍ଡ” ରେ ଚାକିରୀ କରୁଥିବା ସମୟରେ ଶ୍ରୀ ନିତୀଶ
କୁମାର, ଜୟପ୍ରକାଶ ନାରାୟଣଙ୍କ “ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ” ପ୍ରତି ଆକୃଷ୍ଟ ହୋଇ ଚାକିରୀ ଛାଡି 1974 ରୁ 1977 ମସିହା ପର୍ଯ୍ୟନ୍ତ ସେହି ଆନ୍ଦୋଳନ ସହିତ ଥିଲେ। 1985 ମସିହାରେ ଜନତାଦଳ ତରଫରୁ ବିହାର ବିଧାନସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ।
ସେ ଲାଲୁ ପ୍ରସାଦ ଯାଦବଙ୍କୁ ବିରୋଧୀ ଦଳ ନେତା କରାଇବାରେ ଓ 11.03.1990 ତାରିଖରେ ଲାଲୁ ପ୍ରସାଦ ମୁଖ୍ୟମନ୍ତ୍ରୀ ହେବାରେ ସାହାଯ୍ୟ କରିଥିଲେ ।
ତାପରେ ନିତୀଶ କୁମାରଜୀ 1995ମସିହାରେ ଜର୍ଜ ଫର୍ଣାଣ୍ଡିସଙ୍କ “ସମତା ପାର୍ଟି”ରେ ଯୋଗଦେଇ , ଦଳକୁ 2003 ମସିହାରେ
” ଜନତା ଦଳ ( ଇଉନାଇଟେଡ) ” ରେ ମିଶେଇ ଦେଇଥିଲେ ।
ଲାଲୁ ପ୍ରସାଦଙ୍କ ପରେ ସେ ଜର୍ଜ ଫର୍ଣାଣ୍ଡିସ ଓ ଶରଦ ଯାଦବଙ୍କୁ
ବି ଛାଡିଥିଲେ ।
ସେ ସମତା ପାର୍ଟି ତରଫରୁ ବିଜେପିର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ 14.04.1998ରୁ 21.05.2004 ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇ,ବିହାରର ବିଜେପି – ଜେଡି(ୟୁ) ମନ୍ତ୍ରୀମଣ୍ଡଳୀରେ 24.11.2005 ରୁ 17.05. 2014 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ।
2013 ମସିହାରେ ବିଜେପି ତରଫରୁ ନରେନ୍ଦ୍ର ମୋଦିଜୀଙ୍କୁ 2014
ସଂସଦୀୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଘୋଷଣା କରାଯିବାପରେ ସେ 14.09.2013 ରିଖରେ କହିଥିଲେ,
” ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ପଦ ଉପରେ ସେମାନଙ୍କୁ ଖୁସି ହେବାକୁ ଦିଅ।ଦେଶ ସେମାନଙ୍କ ଚାଲରେ ଫସିବ ନାହିଁ ।ଦେଶକୁ ଏକାଠିରଖି ମଜବୁତ ବନେଇବା ସେମାନଙ୍କର ବିଚାର ନୁହେଁ ।ସେମାନେ ଦେଶକୁ ଦୁର୍ବଳ କରିବେ” ।ତାପରେ ବିଜେପି ସହ ସଂପର୍କ ତୁଟାଇ
ରାଷ୍ଟ୍ରୀୟ ଜନତାଦଳ ଓ କଂଗ୍ରେସ ସହାୟତାରେ ମୁଖ୍ୟମନ୍ତ୍ରୀ ରହିଥିଲେ।
ସେ 2014 ମସିହା ଫେବୃୟାରୀରେ କହିଥିଲେ
” ମାଟିରେ ମିଶିଯିବି ପଛେ, ଆଉ ବିଜେପି ସହିତ ନୁହେଁ “।
2015 ରେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିତୀଶ କୁମାର,
ଲାଲୁ ପ୍ରସାଦ, କଂଗ୍ରେସ ସହ
” ମହାଗଠବନ୍ଧନ ” ଗଢି ନିର୍ବାଚନ ଲଢିଥିଲେ ଓ ମହାଗଠବନ୍ଧନ ଜୟଯୁକ୍ତ ହେବାପରେ ସେ 20.11.2015ରେ ମୂଖ୍ୟମନ୍ତ୍ରୀ ହୋଇଥିଲେ , ଯଦିଓ ପୂର୍ବରୁ 11.05.2009ରେ ଲାଲୁ ପ୍ରସାଦ କହିଥିଲେ ” କାହାର ସିନା ମୁହଁରେ ଦାନ୍ତ, ନିତୀଶଙ୍କର ପେଟରେ ଦାନ୍ତ ଓ ସେ ଗୋଟିଏ ସାପ”।
26.07.2017 ରିଖରେ ନିତୀଶଜୀ ମହାଗଠବନ୍ଧନ ଛାଡି ପୁଣି ବିଜେପି ସହ ମିଶି ମୂଖ୍ୟମନ୍ତ୍ରୀ ହୋଇଥିଲେ । ଏତିକିବେଳେ ଲାଲୁ ପ୍ରସାଦ ତାଙ୍କର ନାମକରଣ କରିଥିଲେ ” ପଲ୍ଟୁରାମ- ବାରମ୍ବାର ପକ୍ଷ ପରିବର୍ତ୍ତନକାରୀ”।
28.10 . 2020 ରୁ 07.11.2020 ଭିତରେ ଅନୁଷ୍ଠିତ
ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡି(ୟୁ) ବହୁମତ ହାସଲ କଲାପରେ ନିତୀଶ କୁମାର ପୁଣି ମୂଖ୍ୟମନ୍ତ୍ରୀ
ହୋଇଥିଲେ।ସେତେବେଳେ କିନ୍ତୁ “ବିଜେପି ତରଫରୁ ଚିରାଗ ପଶୱାନଙ୍କୁ ଆୟୁଧ କରାଯାଇ ଜେଡିୟୁ ବିଧାୟକଙ୍କସଂଖ୍ୟା ଯଥେଷ୍ଟ କମେଇ ଦିଆଯାଇ ମାତ୍ର ପଇଁଚଳିଶରେ ପହଞ୍ଚାଇ ଦିଆଯାଇଥିଲା”
ବୋଲି ଜନରବ ହୋଇଥିଲା ।
କିନ୍ତୁ ତା 09.08.2022ରିଖରେ ସେ ପୁଣି ବିଜେପିକୁ ଛାଡି ଓ ମହାଗଠବନ୍ଧନକୁ ଫେରି ପୁଣି ମୂଖ୍ୟମନ୍ତ୍ରୀ ହୋଇଥିଲେ ।
2022 ମସିହା ଅକ୍ଟୋବର ମାସରେ ନିତୀଶ କୁମାର କହିଥିଲେ
” ଆମେ ଅଲଗା ହୋଇଛୁ, ଆଉ ଯିବୁନି, ଆମେ ସମାଜବାଦୀ ଏକଯୁଟ ହୋଇ ରହିବୁ”( ନ ଗଙ୍ଗଦତ୍ତ ପୁନରପି କୁପମ୍)।ବିଜେପିକୁ
ଛାଡିବା ପଛରେ ଉପରେ ବର୍ଣ୍ଣିତ ” ଚିରାଗ ପଶୱାନଙ୍କ ମାଧ୍ୟମରେ ତାଙ୍କ ପ୍ରତି ବିଶ୍ବାସଘାତକତା” ଓ ବିଜେପି
ସଭାପତି ଶ୍ରୀ ଜେ.ପି. ନାଡ୍ଡା
ତା31.07.2022ରିଖରେ ବିହାରର ରାଜଧାନୀ ପାଟନାରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ
କହିଥିବା ” ବିଜେପିକୁ ଛାଡି ଅନ୍ୟ ସମସ୍ତଦଳ ( ଆଞ୍ଚଳିକ ଦଦଳଗୁଡିକ ମଧ୍ୟ) ଲୋପ ପାଇବେ ” ପ୍ରଭୁତି କାରଣ ରହିଥିଲା।
ତା30.01.2023ରିଖରେ ନିତୀଶ ପୁନର୍ବାର କହିଥିଲେ ” ମରିବି ପଛେ ଆଉ ତାଙ୍କ ସାଙ୍ଗରେ ଯିବିନି।ସେମାନେ ଏହା ଭଲକରି ଜାଣି ରଖନ୍ତୁ “।
ସେତେବେଳେ ବିଜେପିର କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂ କହିଥିଲେ ” ପଲ୍ଟୁରାମ ହୋଇଗଲେ କଲ୍ଟୁରାମ” ଓ ତାପରେ ବିଜେପି ତରଫରୁ ତାଙ୍କର ବାରମ୍ବାର କୁତ୍ସାରଟନା କରାଯାଇଥିଲା ।
ତା02.04. 2023ରିଖରେ ବିହାରରେ ଏକ ଜନସଭାରେ ଉଦବୋଧନ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ
” ବିହାରବାସୀ ଶୁଣନ୍ତୁ, ନିତୀଶ କୁମାର ଓ ଲାଲନ ସିଂ ‘ଙ୍କ ପାଇଁ ବିଜେପିର ଦୁଆର ଏକଦମ ବନ୍ଦ “।
ତା08.11.2023ରିଖରେ ବିହାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆଲୋଚନା କାଳରେ ନିତୀଶ କୁମାରଙ୍କ ଦ୍ବାରା କିଛି ଅଶ୍ଲୀଳ ( Vulgar) ମନ୍ତବ୍ଯ ଦିଆଯାଇଥିଲା, ଯାହା ଉପରେ ମୋଦିଜୀ ମତ ରଖିଥିଲେ ” ଲଜ୍ୟା ନାହିଁ ଯେ ଏତେ ତଳକୁ ଖସିଗଲେ!”। ଜାତୀୟ ମହିଳା ଆୟୋଗଙ୍କ ତରଫରୁ ତାଙ୍କୁ ” କ୍ଷମା ପ୍ରାର୍ଥନା କରିବାକୁ ” କୁହାଯାଇଥିଲା । ବିହାର ପ୍ରଦେଶ ବିଜେପି କମିଟି ତରଫରୁ ” ନିତୀଶବାବୁ ଖାସ ସାବାଳକଙ୍କ ( Adult) ପାଇଁ ଉଦ୍ଦିଷ୍ଟ B-Grade ସିନେମାର କବଳିତ” ଭଳି ମନ୍ତବ୍ଯ ଦିଆଯାଇଥିଲା ।ତା11.09.2023ରିଖରେ ଜିତନ ରାମ ମାଞ୍ଝୀ କହିଥିଲେ ” ତାଙ୍କୁ ଘେରି ରହୁଥିବାଲୋକେ ତାଙ୍କ ଖାଦ୍ୟରେ ବିଷାକ୍ତ ଦ୍ରବ୍ୟ ମିଶାଉଛନ୍ତି। ମୁଁ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରୁଛି”।
ଏହା ଉପରେ ନିତୀଶଜୀ କହିଥିଲେ ” ସେ କହୁଛନ୍ତି ମୂଖ୍ୟମନ୍ତ୍ରୀ ଥିଲେ ବୋଲି । ଏହା ମୋ ମୂର୍ଖାମୀରୁ ଘଟିଥିଲା ।
ତାଙ୍କର ହୋସନାହିଁ “।( ଏଠାରେ ପ୍ରଣିଧାନଯୋଗ୍ୟ ଯେ 2014 ମସିହା ସଂସଦୀୟ ନିର୍ବାଚନରେ ତାଙ୍କ ଦଳ ବିଜେପି ସହ ସଂପର୍କ ତୁଟାଇ ଏକୁଟିଆ ନିର୍ବାଚନ ଲଢି ମାତ୍ର ଦୁଇଟି ଆସନ ପାଇଥିଲା। ଦଳର ଶୋଚନୀୟ ପରାଜୟ ପାଇଁ ସେ ନୈତିକ ଦାୟିତ୍ୱ ନିଜ ଉପରକୁ ନେଇ 22.05.2015ାରିଖରେ ତାଙ୍କ ଦଳର ଜିତେନ ରାମ ମାଞ୍ଝିଙ୍କୁ ମୂଖ୍ୟମନ୍ତ୍ରୀ କରେଇ ପୁଣି 20.11.2015 ରିଖରେ ତାଙ୍କୁ ହଟେଇ ନିଜେ ମୂଖ୍ୟମନ୍ତ୍ରୀ ହୋଇଥିଲେ ଯଦିଓ ଶ୍ରୀ ମାଞ୍ଝୀ ହଟିବାକୁ ରାଜିନଥିଲେ। ଏହାପରେ ଶ୍ରୀ ମାଞ୍ଝୀ ଜେଡିୟୁ ଛାଡି ” ହିନ୍ଦୁସ୍ଥାନ ଆୱାମୀ ପାର୍ଟି ଗଢି ବିଜେପି ସହିତ ଅଛନ୍ତି । ” ରାମ ଭଗବାନ ନୁହନ୍ତି, ଏକ କାଳ୍ପନିକ ଚରିତ୍ର ” ବୋଲି କହିଥିବା ଶ୍ରୀ ମାଞ୍ଝୀଙ୍କୁ ବି ବିଜେପି ସାଥିରେ ରଖିଛି) ।
ବିଧାନସଭାରେ ନିତୀଶଜୀଙ୍କ ବକ୍ତବ୍ଯ ଉପରେ ବିହାର ପ୍ରଦେଶର ବିଜେପି ଅଧ୍ୟକ୍ଷ ଶ୍ରୀ ସମ୍ରାଟ ଚୌଧୁରୀ
( ସେ ବି ଅତୀତରେ ଜେଡିୟୁରେ ଥିଲେ କିନ୍ତୁ ନିତୀଶ କୁମାରଙ୍କୁ ମୂଖ୍ୟମନ୍ତ୍ରୀ ପଦରୁ ହଟେଇବା ଯିଦିରେ ମୁଣ୍ଡରେ ଠେକା ବାନ୍ଧି ପ୍ରତିଜ୍ଞା କରିଛନ୍ତି ଯେ ” ସେ ନ ହଟିଲାଯାଏ ଠେକା ରହିଲା। ଏହା ହୁଏତ
ଦ୍ରୋପଦୀଙ୍କ” ବେଣୀବନ୍ଧନ ପ୍ରତିଜ୍ଞା” ଆଧାରିତ ହୋଇପାରେ)
କହିଥିଲେ ” ଜଣେ ପୂର୍ବତନ ଦଳିତବର୍ଗର ପୂର୍ବତନ ମୂଖ୍ୟମନ୍ତ୍ରୀଙ୍କ ପ୍ରତି ଏପରି ବ୍ୟବହାର ପ୍ରମାଣ କରେ ଯେ ତାଙ୍କର ଡାକ୍ତରୀପରିକ୍ଷା ଆବଶ୍ୟକ”।
ଗଙ୍ଗଦତ୍ତ ବେଙ୍ଗ ଆଉ ସେ କୁଅକୁ ଫେରିନଥିଲା ବୋଲି ” ନ ଗଙ୍ଗଦତ୍ତ ପୁନରପି କୁପମ୍ ” ଗପରେ ଅଛି କିନ୍ତୁ
ତା27.01. 2024ରିଖକୁ ବିଜେପିର କବାଟ ଫିଟିଯାଉଛି ଓ
ବଞ୍ଚିଥିବା ନିତୀଶ କୁମାର ମହାଗଠବନ୍ଧନ ଓ ତାଙ୍କ ସୃଷ୍ଟ I.N.D.I.A ଛାଡି , ମାଟିରେ ନମିଶି ପୁଣି ବିଜେପି ସାଥିରେ ନୁଆ ମନ୍ତ୍ରୀମଣ୍ଡଳ ଗଢିବାକୁ ଯାଉଛନ୍ତି। ଅବଶ୍ୟ, 2020 ବିହାର ବିଧାନସଭା ନିର୍ବାଚନ ପ୍ରଚାରବେଳେ ଗୋଟିଏ ସଭାରେ ସେ ଦେଇଥିବା ” ଏହା ମୋର ଶେଷ ନିର୍ବାଚନ” ଭଳି ପ୍ରତିଶୃତି ଯଦି(?)ତାଙ୍କର ସତ୍ୟବଚନ,ତେବେ ରାଜନୈତିକ ଜୀବନର ଶେଷ ପର୍ଯ୍ୟାୟରେ ସେ ପୁଣି ବିଜେପି ପକ୍ଷକୁ ଆଉଯିବା ଉଚିତ ନଥିଲା । ତେଣୁ ଏହି ପ୍ରତିଶୃତି ବି ପାଣିରଗାର ଭଳି ଲାଗୁଛି ।
ଏହା ତାଙ୍କର ଏଥରର ” ପଲ୍ଟୁରାମ ବନିବା”ର ଅନ୍ତ ତଥା ବିଜେପିର ସର୍ବକାଳୀନ କବାଟଖୋଲା ଓ ମହାଗଠବନ୍ଧନର ( ମୋଦିଜୀଙ୍କ ଭାଷାରେ ” ଠଗବନ୍ଧନ ” ଯାହା ଏକଦମ ପ୍ରଯୁଜ୍ୟ) ସର୍ବକାଳୀନ କବାଟ ବନ୍ଦ କି,
ଯଦିଓ 2015 ମସିହାରେ
” ଡିଏନଏରେ ସମସ୍ୟା ଅଛି”(ତଳ×) ବୋଲି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦିଜୀ
କହିଥିଲେ,ଅନ୍ୟମାନଙ୍କ ଆରୋପ ପ୍ରତ୍ୟାରୋପ କଥା ଚୁଲିକୁଯାଉ।
ହୁଏତ “ଏବେ ଡିଏନଏ ପୁରା ଠିକ, ସେ ଡାକ୍ତରୀପରିକ୍ଷା କରେଇ ସବୁ ଠିକଥିବାର ପ୍ରମାଣପତ୍ର ଆଣିଛନ୍ତି,ଆଉ B-GRADE ADULT ସିନେମା ଦେଖୁନାହାନ୍ତି ” ଭଳି ସକଳ ଆରୋପର ସମାଧାନ ହୋଇସାରିଛି ।
((×)ତା25.07.2015ରିଖରେ ଯଶସ୍ୱୀ ତଥା ତପସ୍ୱୀ ଆମ ପ୍ରଧାନମନ୍ତ୍ରୀ ମୋଦିଜୀ ବିହାର ପ୍ରଦେଶ ଅନ୍ତର୍ଗତ ମୁଜାଫରପୁରର
ଛକର ପଡିଆରେ ଅନୁଷ୍ଠିତ ଏକ ଜନସମାଗମକୁ ଉଦବୋଧନ ଦେଇ କହିଥିଲେ ” ସେ ( ନିତୀଶ କୁମାର) ମୋ ଲାଗି ଆୟୋଜନ କରିଥିବା ରାତ୍ରଭୋଜନକୁ ବାତିଲ କରି କେବଳ ମୋତେ ଅପମାନିତ କରିନାହାନ୍ତି, ମହାଦଳିତ ବର୍ଗର ମୂଖ୍ୟମନ୍ତ୍ରୀ ଶ୍ରୀ ଜିତନ ରାମ ମାଞ୍ଝିଙ୍କୁ
ନିଜେ ସେହି ପଦବୀରେ ବସିବାକୁ ହଟେଇ ତାଙ୍କୁ ଅପମାନିତ କରିଛନ୍ତି ।’ରାଜନୈତିକ ଡିଏନଏ’ରେ କିଛି ସମସ୍ୟା ରହିଛି ଯେହେତୁ ଲୋକତନ୍ତ୍ରର ଡିଏନଏ ଏଭଳି କାମ କରେନାହିଁ ।
ମୋଦିଜୀଙ୍କ “ଡିଏନଏରେ ସମସ୍ୟା” ଉପରେ , ନିତୀଶ କୁମାର ତାଙ୍କର ତତ୍କାଳୀନ ଉପଦେଷ୍ଟା ପ୍ରଶାନ୍ତ କିଶୋରଙ୍କ ପରାମର୍ଶ କ୍ରମେ କହିଥିଲେ ” ଏହା ସମଗ୍ର ବିହାରବାସୀଙ୍କ ପ୍ରତି ଅପମାନ ” ଓ ଲକ୍ଷ ଲକ୍ଷ ସଂଖ୍ୟାର ବାହାରିବାସୀଙ୍କର ମୁଣ୍ଡର କେଶରୁ ଲଫାପାରେ ମୋଦିଜୀଙ୍କ ଠିକଣାରେ “ଡିଏନଏ ପରୀକ୍ଷା” ପାଇଁ
ପଠେଇଥିଲେ ଓ ଏହାକୁ ଆୟୁଧ କରି ନିର୍ବାଚନ ଜିତିଥିଲେ ” । )
1967 ମସିହାରେ ହରିୟାଣାର ବିଧାନସଭାକୁ ନିର୍ବାଚିତ
ଶ୍ରୀ ଗୟା ଲାଲ ମହାଶୟ ଗୋଟିଏ ଦିନରେ ତିନିଥର ଦଳ ବଦଳାଇ
” ଆୟାରାମ ଗୟାରାମ ଉପାଧି ” ରେ ଭୂଷିତ ହୋଇଥିଲେ। ଅବଶ୍ୟ
” ନିତୀଶ” ନାମଧାରୀ
ନିତୀଶ କୁମାରଜୀ ଥରେ କହିଥିଲେ
“ସ୍ଥିତି ( କ୍ଷମତାର ସ୍ଥିତି) ଆଗରେ ନୀତି ମୂଲ୍ୟହୀନ ” ଯାହା ଏବର ସମାଜ ଓ ରାଜନୀତିରେ ଏକଦମ ସଠିକ ମତାମତ । ସବୁନେତା ଏହାକୁ ଆପଣେଇଛନ୍ତି ଯାହା ସମସ୍ତଙ୍କ ତରଫରୁ ସେ ଖୋଲିକରି କହିଦେଇଥିଲେ । ” ନୀତି ଭଲ, ନେତା ବି ଭଲ”ର ନେତାଏ ବି ଏଥିରୁ ବାଦ ପଡୁନାହାନ୍ତି।
" ପ୍ରଜାଙ୍କୁ ଚାହିଁ ରାଜା
ନା ରାଜାଙ୍କୁ ଚାହିଁ ପ୍ରଜା"
ଏହା ଯୁଗ ଯୁଗର ଏକ
ଅସମାହିତ ପ୍ରଶ୍ନ ।
ଶ୍ରୀ ଗୟା ଲାଲ ଓ ତାଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ସମସ୍ତଙ୍କ ଉଦ୍ଦେଶ୍ୟରେ କୋଟି ପ୍ରଣାମ ଓ ତାଙ୍କୁ ଅନେକଗୁଣ ଟପିଯାଇଥିବାମାନଙ୍କ ଉଦ୍ଦେଶ୍ୟରେ ଶତକୋଟି ପ୍ରଣାମ ଅର୍ପଣ କରୁଛି।
ସବୁ ତାଙ୍କରି ଇଛା ଓ ନିର୍ଦ୍ଦେଶ ମତେ ପରିଚାଳିତ । ଆମେ ତଥା ଏମାନେ ନିମିତ୍ତ ମାତର ଓ ତାଙ୍କ ଆୟତ୍ତରେ । ସେ ଯାହା କରନ୍ତି ଓ କରାନ୍ତି ସବୁ ଆମ୍ଭମାନଙ୍କର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।
ଜୟଶ୍ରୀରାମ