Spread the love

ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ କ୍ରୀଡ଼ାସୂଚୀ ଘୋଷିତ, ଜାଣନ୍ତୁ କେଉଁ ଦିନ କାହା ସହ ଖେଳିବ ଟିମ୍ ଇଣ୍ଡିଆ

ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଶୁକ୍ରବାର କାର୍ଯ୍ୟସୂଚୀ ଘୋଷଣା କରିଛି। ଆସନ୍ତା ଟି-୨୦ ବିଶ୍ଵକପ୍ ଜୁନ ମାସରେ ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ ମଧ୍ୟରେ ଜୁନ ୯ ତାରିଖରେ ହାଇଭୋଲଟେଜ୍ ମୁକାବିଲା ଖେଳାଯିବ।

ଟି-୨୦ ବିଶ୍ଵକପ୍‌ରେ ଏଥର ୨୦ ଦଳ ଅଂଶଗ୍ରହଣ କରିବେ।

ଆଇସିସି ଦ୍ଵାରା ଜାରି କ୍ରୀଡ଼ାସୂଚୀ ଅନୁସାରେ ଭାରତ, ପାକିସ୍ତାନ, ଆୟରଲାଣ୍ଡ, ଆମେରିକା ଓ କାନାଡ଼ାକୁ ଗୋଟିଏ ଗ୍ରୁପରେ ରଖା ଯାଇଛି। ଟି-୨୦ ବିଶ୍ଵକପ୍‌ର ଉଦଘାଟନୀ ମ୍ୟାଚ୍ ସହ ଆୟୋଜକ ଆମେରିକା ନିଜର ଚିର ପ୍ରତିଦ୍ଵନ୍ଦ୍ଵୀ କାନାଡ଼ା ମଧ୍ୟରେ ଖେଳାଯିବ। ଟି-୨୦ ବିଶ୍ଵକପ୍ ଜୁନ ୧ରୁ ଆରମ୍ଭ ହେଉଥିବା ବେଳେ ଏହାର ଫାଇନାଲ୍ ମ୍ୟାଚ୍ ଜୁନ ୨୯ ତାରିଖରେ ଖେଳାଯିବ। ଭାରତର ସମସ୍ତ ମ୍ୟାଚ୍ ଆମେରିକାରେ ଖେଳାଯିବ। ଭାରତ ବିଶ୍ଵକପରେ ନିଜର ଅଭିଯାନ ଜୁନ ୫ରେ ଆୟରଲାଣ୍ଡ ବିପକ୍ଷ ମୁକାବିଲା ଆରମ୍ଭ କରିବ।

ଟି-୨୦ ବିଶ୍ଵକପ୍‌ ୨୦୨୪ରେ ଭାରତର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍

ଭାରତ ବନାମ ଆୟରଲାଣ୍ଡ- ଜୁନ ୫, ନ୍ୟୁୟର୍କ

ଭାରତ ବନାମ ପାକିସ୍ତାନ- ଜୁନ ୯, ନ୍ୟୁୟର୍କ

ଭାରତ ବନାମ ଆମେରିକା- ଜୁନ ୧୨, ନ୍ୟୁୟର୍କ

ଭାରତ ବନାମ କାନାଡା- ଜୁନ ୧୫, ଫ୍ଲୋରିଡା

ସୂଚନାଯୋଗ୍ୟ, ଭାରତ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲି ବିଶ୍ଵକପ୍ ୨୦୨୪ ଖେଳି ପାରନ୍ତି। ଏହି ଦୁଇ ଖେଳାଳି ଦୀର୍ଘ ସମୟ ଧରି ଟି-୨୦ଦଳରୁ ବାହାରେ ରହିଛନ୍ତି। ମାତ୍ର ଏବେ ଏହି ଦୁଇ ବରିଷ୍ଠ ଖେଳାଳିଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିପାରେ।

Leave a Reply

Your email address will not be published. Required fields are marked *