ଅପ୍ରିୟ କଥା !
ବୟସ ମୃତ୍ତ୍ୟୁ ଠାରୁ ଧାର ସୂତ୍ରରେ ଆଣିଥିବା କିଛି ଅମୂଲ୍ୟ ମୁହୂର୍ତ୍ତ ବା ସମୟ।ନିଜ ବୟସକୁ ନେଇ କଟାକ୍ଷ ।
ମୁଁ ବୟସ ! ମୋ କାନ ପାଖରେ ଚୁପ୍ ଚୁପ୍ ହୋଇ ଗୁଣୁଗୁଣୁ ହୋଇ କିଛି କହି ଚାଲିଛି। କହୁଛି ମୁଁ କମୁଛି । ମୋ ପରି ମୁଢ଼ ମଣିଷ ଓଲଟା ବୁଝୁଛି। ବୟସ ବଢୁଛି ବୋଲି ଗର୍ବରେ ଛାତି ଫୁଲେଇ ବୁଲୁଛି। ପ୍ରକୃତରେ ବୟସ କାହାକୁ ଅପେକ୍ଷା କରେନି । କମି କମି ଶୁନ (୦) ଖୋଜୁଥାଏ ।
ସତରେ ବିଶ୍ୱାସ ହେଇଗଲା ବୟସ ହେଉଛି ମୃତ୍ୟୁ ନିକଟରୁ ଉଧାର ଆଣିଥିବା କିଛି ଅମୂଲ୍ୟ ସମୟ । ପାଣି ଫୋଟକା ପରି କେତେବେଳେ ଫାଟି ଯିବ କେହି ଜାଣି ନାହାଁନ୍ତି ।
ନିଜ ଜୀବନର କିଛି ଅତୀତ କ୍ଷଣକୁ ଉଦାହରଣ ସହିତ ବୁଝିବାକୁ ଚେଷ୍ଟା କଲି ।ଜନ୍ମରୁ ୧୫ ବର୍ଷ ଗାଁ ପାଣି ପବନରେ ଖୁବ୍ ଆନନ୍ଦରେ କଟିଗଲା।୧୫ ରୁ ୨୫ ଯାଏ ଡିଗ୍ରୀ ଗୋଟେଇବାରେ ଚାଲିଗଲା।୨୫ ରୁ ୪୦ ବେକରେ ପଘା ପକେଇ ମାଲିକର ପୋଷା ଜନ୍ତୁ ପରି ଦରମା ଗଣ୍ଡେ ନେଇ ବାହାରେ ପେଟ ପାଇଁ ଭାତ ମୁଠେ ଯୋଗାଡ଼ କରିବାରେ ଚାଲିଗଲା । ପରିବାର ବୋଝ । ପୁଅ ଓ ପତ୍ନୀ ପାଇଁ ବ୍ୟସ୍ତ।୪୦ ରୁ ୪୫ ।ଅନେକ କିଛି ହରେଇ ବାକୁ ପଡ଼ିଛି। ଅନେକ ସାଙ୍ଗ ସହିତ ଜୀବନର ସବୁଠାରୁ ଅମୂଲ୍ୟ ସମ୍ପଦ ବାପା ବି ପର କରି ଚାଲିଗଲେ।୧୫ ରୁ ୪୫ ଯାଏ ନିଶ ଉଠି ନଥିବା ବୟସରୁ ଦାଢ଼ି ପାକଳ ଯାଏ ଖାଲି ସଂଘର୍ଷ। ବୟସ ଆଗକୁ ମାଡି ଚାଲିଛି । ଶୁନ୍ୟ ନିକଟତର ହେବା ରାସ୍ତାରେ ଅଗ୍ରସର। ଆୟୁଷ କିନ୍ତୁ କମି ଯାଉଛି । ଏହା ହିଁ ସତ୍ୟ ।ତେଣୁ ପ୍ରଭୁଙ୍କ ଶରଣ ଏକା ନ୍ତ ଆବଶ୍ୟକ ।କିଏ ଜାଣେ ହାତରେ ସମୟ ନଥିବ। ଭୌତିକ ଜୀବନରେ ଯାହାକୁ ନିଜର ଭାବୁଛନ୍ତି ସେମାନେ ବି ହାତ ଛାଡ଼ିଦେବେ। ମଣିଷ ଅଜାଣତରେ ଅନେକ ତ୍ରୁଟି କରି ଚାଲିଛି । ଭଗବାନଙ୍କ ଚରଣରେ ଶରଣ ନେଇ ବାକି ଜୀବନ ବିତେଇ ବାକୁ ଚିନ୍ତା କରିବା ହିଁ ବୁଦ୍ଧିମାନ ର କାମ। ।ଆଜି ମଲେ କାଲିକି ୨ ଦିନ ।ଦେଖୁ ଦେଖୁ ବର୍ତ୍ତମାନ ପାଇଁ ଅାମେ ଅତୀତ ହୋଇଯିବା ।ତେଣୁ ମୃତ୍ୟୁ କୁ ଡରି ଲାଭ ନାହିଁ। ।କବି ହେଉ କି ଚାବି। ଧୋବୀ ହେଉ କି କୋବି । ରବି ହେଉ କି ଭାବି । ଡରି ଡରି ବଞ୍ଚିବା ଅର୍ଥ ଜୀଅନ୍ତା ମରିବା । ମାନେ ଜୀଅନ୍ତା ଶବ । ତେଣୁ ଶବ ଅପେକ୍ଷା ଭକ୍ତିରେ ପ୍ରଭୁଙ୍କ ଶରଣ ହିଁ ଏକ ମାତ୍ର ଆଶା ଭରଷା ।
ଶ୍ରୀମଦ୍ ଭଗବତ୍ ଗୀତରେ ଭଗବାନ ଶ୍ରୀକୃଷ୍ଣ ସ୍ପଷ୍ଟ କରିଛନ୍ତି ଆତ୍ମା ଓ ପରମାତ୍ମା ର ପ୍ରକୃତ ସ୍ଥାନ । ଆତ୍ମା ଅମର।ସେ କେବଳ ରକ୍ତ ହାଡ଼ ମାଂସ ଶରୀର କୁ ଉପରେ ପୋଷାକ ଆବରଣରେ ଆବୃତ କରି ରହିଛି।
ସେଥିପାଇଁ ଭଗବତ ଗୀତାର ଅମୃତ ରସ ପାନ କରି ବୟସର ବାକି ସମୟ ବିତେଇ ଦେବା । ଶରୀର କେତେ ବେଳ ଯାଏ ସାଥ ଦେଉଛି କିଏ ବା ଗ୍ୟାରେଣ୍ଟି ଦେବ ?? ଆଜି ଠାରୁ ମୃତ୍ୟୁ ପାଇଁ ବ୍ୟବସ୍ଥା କରିବା ହିଁ ଧାର ଆଣିଥିବା ସମୟ ର ପ୍ରକୃତ ବିନିଯୋଗ । କାରଣ ମୃତ୍ୟୁ ନିମନ୍ତ୍ରଣ କରି ଆସି ନଥାଏ।ମୃତ୍ୟୁ କବଳରେ ବୟସ ନିୟନ୍ତ୍ରିତ। ଜୟ ଶ୍ରୀକୃଷ୍ଣ …