Spread the love

ଜଳାଇବ ଏପ୍ରିଲ ମାସ, ୪ ଓ ୫ ତାରିଖରେ ହିଟ୍ ଓ୍ଵେଭ୍; ୮ ସହରକୁ ୟେଲୋ ଆଲର୍ଟ

ଏଥର ଏପ୍ରିଲ୍ ମାସରେ ଅଧିକ ଦିନ ହେବ ଗ୍ରୀଷ୍ମପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୦ ଡିଗ୍ରୀ ପାର କରିବା ସହ ଗ୍ରୀଷ୍ମପ୍ରବାହ ଅସ୍ତବ୍ୟସ୍ତ କରିବ। ଆସନ୍ତା ୪ ଓ ୫ ତାରିଖ ରେ ୮ ସହରରେ ହିଟ୍ ୱେବ୍ ସ୍ଥିତି ଉପୁଜିବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଦିନ ସାଙ୍ଗକୁ ବଢିବ ରାତି ତାପମାତ୍ରା।

ଫଳରେ ରାତିରେ ବି ଅନୁଭୂତ ହେବ ପ୍ରବଳ ଗରମ। ପିକ୍ ଆୱର୍ ରେ ଘରୁ ନ ବାହାରିବାକୁ ପରାମର୍ଶ।

ଅସହ୍ୟ ହେଲାଣି ଖରା। ଆଗକୁ ଅଗ୍ନିବର୍ଷା । ଝାଞ୍ଜି ପବନ ସାଧାରଣ ଜନଜୀବନକୁ ପ୍ରଭାବିତ କରିଲାଣି। ଏବେଠାରୁ ସକାଳ ୯ ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡିଛି। ଦିନ ୧୧ଟା ସୁଦ୍ଧା ପାରଦ ୩୫ ରୁ ୩୭ ଡିଗ୍ରୀ ରହୁଛି। ଦିନ ୨ ସୁଦ୍ଧା ୪୦ ଡିଗ୍ରୀ ରେ ପହଁଚିଛି ପାରଦ। ଫଳରେ ପ୍ରବଳ ଖରା ଗରମ ଜନଜୀବନ କୁ ପ୍ରଭାବିତ କରିଛି। ଆସନ୍ତା ୨ ଦିନରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ପାଇବ। ଆସନ୍ତା ୪ ତାରିଖରେ ଯାଜପୁର, ଭଦ୍ରକ, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ, କଟକ ରେ ହିଟ୍ ୱେବ୍ ନେଇ ୟଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ୫ ତାରିଖରେ ଯାଜପୁର, ଭଦ୍ରକ, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ, କଟକ ରେ ହିଟ୍ ୱେଭ୍ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

Leave a Reply

Your email address will not be published. Required fields are marked *