Spread the love

Date -18-3-2023।
ଜମି ଜମା ଭାଗ ବଣ୍ଟରା କୁ ନେଇ ଯୁବକ ଭାଗିଲେ ଘରର କାନ୍ଥ, ବଡ଼ ବୋଉ ତିଳ ତମା ସାହୁ ବିରୋଧ କରିବାରୁ ସାବଳରେ ଆକ୍ରମଣ କରି ବାକୁ ଧମକ, ୬୦ ବର୍ଷର ବୃଦ୍ଧା ବଡଚଣା ଥାନାର ଦ୍ବାରସ୍ଥ ଅଭିଯୋଗ।
ଘଟଣା ଟି ଘଟିଛି ଯାଜପୁର ଜିଲ୍ଲା ବଡଚଣା ଥାନା ବଡଘୁମୁରି ପଞ୍ଚାୟତ ଅନ୍ତର୍ଗତ ନୂଆ ଗାଁ ଗ୍ରାମରେ। ଅଭିଯୋଗ ଅନୁସାରେ ୬୦ ବର୍ଷୀୟ ବୃଦ୍ଧା ତିଳ ତମା ସାହୁ ଓ ସ୍ଵାମୀ ରାଧା ନାଥ ସାହୁ ଦୁହେଁ ଗାଁ ଘରେ ରହୁ ଛନ୍ତି, ଅନ୍ୟପକ୍ଷରେ ତିଳ ତମା ସାହୁ ଙ୍କ ସ୍ଵାମୀ ଜଣେ ମାନସିକ ରୋଗୀ ହୋଇ ଥିବା ବେଳେ,ଏକ ମାତ୍ର ପୁଅ କେନ୍ଦ୍ର ସୁରକ୍ଷା ବଳ ରେ ଆର୍ମୀ ଚାକିରି ରେ ଅଛନ୍ତି,
ତେବେ ତାଙ୍କ ଦିଅର ବେଣୁ ଧର ସାହୁ ଙ୍କ ପୁଅ ବାସୁଦେବ ସାହୁ,ବୟସ ,25 ଆଜି ସକାଳୁ ତିଳ ତମା ସାହୁ ଓ ତାଙ୍କ ସ୍ଵାମୀ ଙ୍କୁ ଗାଳି ଗୁଲଜ କରିବା ସହିତ ତିଳ ତମା ଙ୍କ ଘରର କାନ୍ଥ କୁ ଭାଙ୍ଗି ଥିବା ବଡ଼ ଚଣା ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ବୃଦ୍ଧା ଜଣକ।
ପୂର୍ବରୁ ବାରମ୍ୱାର ଭଦ୍ର ଲୋକଙ୍କ ଉପସ୍ଥିତିରେ ପାରିବାରିକ ଓ ଜମି ଜମା ସମସ୍ୟାର ଆଇନ୍ ଗତ ସମାଧାନ ହୋଇ ଥିବା ବେଳେ, ବାରମ୍ୱାର ବୃଦ୍ଧା ଦମ୍ପର୍ତ୍ତି ଏକୁଟିଆ ରହୁଥିବା ସୁଯୋଗ ନେଇ ବୃଦ୍ଧା ଙ୍କୁ ଗାଳିଗୁଲଜ କରିବା ସହିତ ଜୀବନରେ ମାରୀ ଦେବାକୁ ଧମକ ଚମକ ଦେଇ ଥିବା ବେଳେ ବୃଦ୍ଧା ଜଣକ ନ୍ୟାୟ ପାଇଁ ବଡଚଣା ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ କି ନିୟ ମିଳୁଛି ତାହା ହିଁ ଦେଖିବକୁ ବାକି ରହିଲା
ବଡ଼ଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *