ନାସ୍ତି ବୁଦ୍ଧିରଯୁକ୍ତସ୍ୟ ନ ଚାଯୁକ୍ତସ୍ୟ ଭାବନା।
ନ ଚାଭାବୟତଃ ଶାନ୍ତିରଶାନ୍ତସ୍ୟ କୁତଃ ସୁଖମ୍।
ଅର୍ଥାତ୍
ଜଣେ ବିଶୃଙ୍ଖଳିତ ବ୍ୟକ୍ତି ନିଜର ମନ ଓ ଇନ୍ଦ୍ରିୟ ମାନଙ୍କୁ ନିୟନ୍ତ୍ରଣ କରେ ନାହିଁ। ତା’ର ଭଗବାନ ଙ୍କ ଠାରେ ଚିନ୍ତନ ସ୍ଥିର ହୋଇ ନଥାଏ। ଯେ ଭଗବାନ ଙ୍କ ପାଖରେ ଅନୁରକ୍ତ ନଥାଏ। ତାକୁ ଶାନ୍ତି ମିଳେନାହିଁ।
"ଗୁରୁ - ଶିଷ୍ୟସମ୍ବନ୍ଧ ନିକଟରୁ ନିକଟତମ ସମ୍ପର୍କ l ପ୍ରକୃତ ଗୁରୁ - ଶିଷ୍ୟ ଏକ ଆତ୍ମା, କାୟା ଭିନ୍ନ ମାତ୍ର l ପୁଣି ଉଚ୍ଚସ୍ତରକୁ ଉଠିଲେ ଗୁରୁ ହିଁ କାୟା, ଶିଷ୍ୟ ଛାୟା ମାତ୍ର l ଏହିପରିଭାବରେ ଦିନେ ଉଚ୍ଚତମ ସ୍ତରକୁ ଉଠିଲେ ଛାୟା କାୟାରେ ମିଳାଇ ଯିବ,
ଯିଏ ନିଜର ମନ ଓ ଇନ୍ଦ୍ରିୟମାନଙ୍କୁ ଶୃଙ୍ଖଳିତ କରିବା ଜାଣିନାହିଁ, ସେ କେବେବି ଭଗବାନଙ୍କର ଧ୍ୟାନ କରିପାରିବ ନାହିଁ କିମ୍ବା ଦିବ୍ୟ ଶାନ୍ତି ଅନୁଭବ କରିପାରିବ ନାହିଁ।
ଉଚ୍ଚତର ସ୍ୱାଦ ନ ମିଳିଲେ ନିମ୍ନତର ସ୍ୱାଦ ତ୍ୟାଗ କରିବା ଅସମ୍ଭବ ଅଟେ । ଭ୍ରମର ଫୁଲରସର ମୋହକୁ ତ୍ୟାଗ କରି ନ ପାରିବା ପରି, ଏପରି ବ୍ୟକ୍ତି ସର୍ବଦା ସାଂସାରିକ ସୁଖ ପ୍ରତି ଲାଳାୟିତ ରହନ୍ତି:-
ନିଜ ସ୍ବାର୍ଥ ପାଇଁ ନିଜେ ହୁସିଆର
ପର ପାଇଁ ଭୟଙ୍କର,
ଗଢିବାକୁ ଯିଏ ଦେଇନାହିଁ ମନ
ହେବନାହିଁ ସେ ନିଜର ।
ସତ କହିଲେ ହୁଏତ ଅନେକ ତୁମ ପାଖରେ ରହିବେ ନାହିଁ ତଥାପି ବି ତୁମେ ସତ ର ସଙ୍ଗ ଛାଡ଼ ନାହିଁ କାରଣ ସତ ମଣିଷକୁ ମୁକ୍ତି ଦିଏ ଆଉ ମିଛ ମଣିଷକୁ ଧ୍ବଂସ କରେ ।
ମାଆ ହୁଏତ ଲେଖା ପଢା ଯାଣେ ନାହିଁ କିନ୍ତୁ ଦୁନିଆଁର ସବୁଠାରୁ ଜରୁରୀ କଥା ଆମକୁ ମାଆ ହିଁ ଶିଖେଇ ଥାଏ ।
ସମସ୍ତଙ୍କ ମଧ୍ୟରେ Ability ଅଛି କେବଳ Difference ହେଉଛି ଯେ, କାହା ପାଖରେ ଲୁଚି ରହିଥାଏ ଏବଂ କାହାର ପ୍ରସାରିତ ହୋଇ ଯାଇଥାଏ ।