Spread the love

କୃତୀ ଶିକ୍ଷକ ଶିବ ଚରଣ ଜେନାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ତିର୍ତ୍ତୋଲ, ଜଗତସିଂହପୁର ଜିଲ୍ଲାରୁ ଗୌରାଙ୍ଗ ଚରଣ ସ୍ୱାଇଁ ଙ୍କ ରିପୋର୍ଟ ଦର୍ଶନ ସମୀକ୍ଷା,
ତିର୍ତ୍ତୋଲ ବ୍ଲକ ନାଉଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିବ ଚରଣ ଜେନାଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିପ୍ରେକ୍ଷୀରେ ଆୟୋଜିତ ସମ୍ୱର୍ଦ୍ଧନା ସଭାରେ ନିତ୍ୟାନନ୍ଦ ନାୟକ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ବାଲିକୁଦା ବ୍ଲକ ଶିକ୍ଷାଧିକାରୀ ବାଇଧର ତ୍ରୀପାଠୀ ଏବଂ ମୁଖ୍ୟବକ୍ତା ଭାବେ ନିଖିଳ ଉତ୍କଳ ଶିକ୍ଷକ ସଂଘ ଜିଲ୍ଲା ପୂର୍ବତନ ସଭାପତି ବନମାଳି ମହାରଣା ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷକ ସଂଘ ସଭାପତି ହିମାଂଶୁ ଶେଖର ସାମଲ, ତିର୍ତ୍ତୋଲ ବ୍ଲକ୍ ସଂଘ ସମ୍ପାଦକ ଗୌରାଙ୍ଗ ଚରଣ ଦାଶ, ଗ୍ରାମ୍ୟ କମିଟି ସଭାପତି କ୍ଷୀରୋଦ ପ୍ରସାଦ ଦାସ, ସମ୍ପାଦକ ନିମାଇଁ ଚରଣ ମହାନ୍ତି, ଗ୍ରାମ୍ୟ ମୁଖିଆ ଶ୍ରୀଯୁକ୍ତ ବାସୁଦେବ ରାଉତ, ବିଦ୍ୟାଳୟ କମିଟି ସଭାପତି ସନ୍ତୋଷ କୁମାର ରାଉତ, ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ବିଶ୍ବାଳ, ଶିକ୍ଷୟତ୍ରୀ ସ୍ୱାଗତିକା ସ୍ୱାଇଁ, କ୍ଷେତ୍ରମଣି ସ୍ୱାଇଁ, ଅଞ୍ଜନା ଖଣ୍ଡୁଆଳ, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ରାଜକିଶୋର ମହାନ୍ତି, ପୁରାତନ ଓ ବର୍ତ୍ତମାନ ଛାତ୍ର ଛାତ୍ରୀ ଶିବ ଚରଣ ଜେନାଙ୍କ କର୍ମମୟ ଜୀବନ ଅନୁଭୂତି ବଖାଣି ଥିଲେ। ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯିବା ସହ ଶିକ୍ଷକ ଶିବ ଚରଣ ଜେନାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉପଢୌକନ ପ୍ରଦାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ବାବୁଲି ଚରଣ ନାୟକ ଜଣେ ଉତ୍ତମ ସହକର୍ମୀ ଭାବେ ଶିବ ସାର ନିଜର ଦାୟିତ୍ୱ ତୁଲାଇଥିଲେ ଓ ତାଂକ ପରିଚୟ ସ୍ଵତନ୍ତ୍ର ବୋଲି କହିଥିଲେ। ସଭା ସଂଯୋଜନା କରିଥିଲେ ପୂର୍ବତନ ଛାତ୍ର ସ୍ମୃତି ରଞ୍ଜନ ସ୍ବାଇଁ। ଶେଷରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଗୌରାଙ୍ଗ ଚରଣ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବାପୁଜୀ ସାଧନ କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *