Spread the love

ଜଗତସିଂହପୁର : ସଡ଼କ ସୁରକ୍ଷା ସପ୍ତାହ 2024 ପାଳନ ହେଇଯାଇଛି

 

ଜଗତସିଂହପୁର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଇଯାଇଛି । ଏହି ଅବସରରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ନିକଟ ସ୍ତ ପଡ଼ିଆରୁ ଏକ ଏଲଇଡି ଲାଗିଥିବା ସଡ଼କ ସୁରକ୍ଷା ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରୀ ପତାକା ଉଦଘାଟନ କରିଥିଲେ । ଏହି ରଥ ପ୍ରାୟ 7 ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ପରିକ୍ରମା କରିବ ବଲି ଜିଲ୍ଲାପାଳ ମହୋଦୟା ସୂଚନା ଦେଇଛନ୍ତି । ଅନୁଷ୍ଠିତ ହେଇଥିବା ଏହି କାର୍ଯ୍ୟକ୍ରମରରେ ଜିଲ୍ଲାପାଳ ମୁଖ୍ୟଅତିଥିଭାବେ ଯୋଗଦେଇଥିବା ବେଳେ , ଏସ୍ପି ରାହୁଲ ପିଆର ସମ୍ନାନିତ ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟମାନ ଙ୍କ ମଧ୍ୟରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ, ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଉପଜିଲ୍ଲାପାଳ,ଆଡ଼ିସନାଲ ଏସପି ଓ ଅନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *