Spread the love

କିଛି ଦିନ ତଳେ ଛତିଶଗଡ ରେ ହୋଇଥିବା ସୁରକ୍ଷାକର୍ମୀ ଙ୍କ ଉପରେ ମର୍ମଦୂତ ଆକ୍ରମଣ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ ) ଦରଭା ଡିଭିଜନ ନିଜକୁ ଦାଇ କରିଛି. ବ୍ରାହ୍ମଣବାଦୀ ହିନ୍ଦୁତ୍ୱ ଓ ଫଶିବାଦ କୁ କେନ୍ଦ୍ରସରକାର ସହିତ ଜନ ବିରୋଧୀ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଲୁଟିବା ପାଇଁ କରୁଥିବା ଅତ୍ୟାଚାର ଜବାବରେ ଆମେ ଏହି ଆକ୍ରମଣ କରିଛୁ ବୋଲି ଦରଭା ଡିଭିଜନ କମିଟି ର ସଚିବ ସାଇନାଥ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି.ସେ ଆହୁରି କହିଛନ୍ତି ଆସନ୍ତା ଲୋକସଭା ନିର୍ବାଚନ ଆସୁଥିବା ରୁ ମାଓବାଦୀ ମାନଙ୍କୁ ନିର୍ମୁଳ କରିବାକୁ ଯୋଜନା କରି ବସ୍ତର ଅଞ୍ଚଳରେ ଅସଂଖ୍ୟ ସୁରକ୍ଷା ବାହିନୀ କୁ ନିୟୋଜିତ କରାଯାଇଛି. ସରକାର ଆମକୁ ଯେପରି ବିଦେଶୀ ଶତ୍ରୁ ଭାବରେ ଏକରକମ ଭାବିନେଲେଣି. ଯେପରି ବିଦେଶୀ ଶତ୍ରୁଙ୍କୁ ଆକାଶ ମାର୍ଗରେ ଯୁଦ୍ଧ୍ୟ କରାଯାଏ ସେହିପରି ନିରୀହ ଲୋକଙ୍କୁ ମରାଯାଉଛି. ଶୁଣିବାକୁ କେହିନାହାନ୍ତି ତେଣୁ ଆମେ ଏହାର ପ୍ରତିରୋଧ କରିବାକୁ ପଡୁଛି ଆମେ ସାଧାରଣ ଜନତା ମାନଙ୍କ ସେବାରେ ଅଛୁ. ସେହିପରି ପୁଲିସ ମାନଙ୍କୁ ଏହି ପ୍ରେସ ବିଜ୍ଞପ୍ତି କୁହାଯାଇଛି ଯେ ସେମାନେ ସରକାର ଙ୍କର ଏହି ଜନ ବିରୋଧୀ କାର୍ଯ୍ୟକ୍ରମ କୁ ହୃଦୟଙ୍ଗମ କରି କୌଣସି କାର୍ଯ୍ୟାନୁଷ୍ଠାନ କରନ୍ତୁ ନାହିଁ ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାଁହୁ ଯେ ମାଓବାଦୀ ଙ୍କ ଲଢେଇ କେବେବି ପୁଲିସ ମାନଙ୍କ ବିରୁଦ୍ଧରେ ନୁହେଁ କେବଳ ସମ୍ରାନ୍ତବାଦ. ପୁଞ୍ଜିପତି. ଙ୍କ ସରକାର ଓ ଅମଲାତନ୍ତ୍ର ବିରୁଦ୍ଧରେ ବୋଲି ଆମେ ସ୍ପଷ୍ଟ କରୁଛୁ..

Related Post

Leave a Reply

Your email address will not be published. Required fields are marked *

You Missed