Spread the love

*ସାମ୍ନାକୁ ଆସିଲା ମାଓବାଦୀ ବି‌ସ୍ଫୋରଣର ଭିଡିଓ, ଆହତ ‌ହୋଇବି ନିଜ କର୍ତ୍ତବ୍ୟରେ ହେଳା କରି ନଥିଲେ ଯବାନ*

ନୂଆଦିଲ୍ଲୀ: ଛତିଶଗଡ଼ର ଦାନ୍ତେୱାଡ଼ାରେ ଗତବୁଧବାର ମାଓବାଦୀ ଆକ୍ରମଣରେ ୧୦ଜଣ ଯବାନଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ମାଓବାଦୀ ଆକ୍ରମଣର ଏକ ଏକ୍ସକ୍ଲୁସିଭ ଭିଡିଓ ସ‌ାମ୍ନାକୁ ଆସିଛି। ଭିଡିଓଟି ଏହି ଆକ୍ରମଣର କିଛି ସମୟ ପୂର୍ବର ବୋଲି କୁହାଯାଉଛି। ଏହି ଭିଡିଓରେ ଜଣେ ଯବାନ ଆହତ ହୋଇ ଘୁଶୁଡ଼ି ଘୁଶୁଡ଼ି ଯାଉଥିବା ଦେଖିବାକୁ ମିଳୁଛି। ଏହାପରେ ସେ ବିସ୍ଫୋରଣ କରିଥିବା ମାଓବାଦୀଙ୍କ ଉପରକୁ ଗୁଳିମାଡ଼ କରୁଥିବ‌ା ନଜରକୁ ଆସିଛି।

ଏହି ଭିଡିଓକୁ ବିସ୍ଫୋରଣସ୍ଥଳରେ ଥିବା ଅନ୍ୟଜଣେ ଯବାନ ନିଜ ଫୋନ‌ରେ ରେକର୍ଡ କରିଥିବା ଜଣାପଡ଼ିଛି। ଯିଏକି ବିସ୍ଫୋରଣ ପରେ ଅନ୍ୟ ଏକ ଗାଡ଼ି ପଛରେ ଲୁଚି ମାଓବାଦୀଙ୍କ ମୁକାବିଲା କରୁଥି‌ଲେ। ଏହି ଭିଡିଓରେ ମାଓବାଦୀ ଓ ଯବାନଙ୍କ ଗୁଳିଶବ୍ଦ ଓ କେହି ଜଣେ ମାଓବାଦୀ କହୁଛି, ‘ଉଡିଗଲା, ପୂରା ଉଡ଼ିଗଲା’ ଶୁଣିବାକୁ ମିଳୁଛି। ଏହାର ଅର୍ଥ ଯବାନଙ୍କ ଗାଡ଼ି ସମ୍ପୂର୍ଣ୍ଣ ଭାବେ ବିସ୍ଫୋରଣ ହୋଇଗଲା।

ତେବେ ଏହି ଗାଡ଼ିରେ ଥିବା ସମସ୍ତ ଯବାନ ସହିଦ ହୋଇଥିବା ପ୍ରକାଶିତ ରିପୋର୍ଟ ଜଣାପଡ଼ିଛି।

ନିକଟସ୍ଥ ଗ୍ରାମରେ ରହୁଥିବା ଜଣେ ମାଓ ସୂଚନାଦାତାଠାରୁ ଆକ୍ରମଣକାରୀମାନେ ଯବାନଙ୍କ ଫେରିବା ନେଇ ସବୁ ଖବର ପାଇଯାଇଥିଲେ। ମାଓବାଦୀଙ୍କ ଟିସିଓସି (ଟାକ୍ଟିକାଲ କାଉଣ୍ଟର ଅଫେନ୍ସିଭ କ୍ୟାମ୍ପେନ) ଅଧୀନରେ ଯବାନଙ୍କ ଉପରେ ଏଭଳି ପ୍ରଚଣ୍ଡ ଆକ୍ରମଣ ‌ହୋଇଛି। ଆକ୍ରମଣରେ ପ୍ରାୟ ୫୦ କେଜି ଆଇଇଡି ବ୍ୟବହାର ହୋଇଥିବା ତଦନ୍ତରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *