Spread the love

ବଡ଼ଚଣା,୨୭।୨,(ଦର୍ଶନ ସମୀକ୍ଷା) ଯାଜପୁର ଜିଲ୍ଲା ଛତିଆ ସ୍ଥିତ ଚୁଆ ପଡିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଠାରେ ସପ୍ତ ଦିବସୀୟ ହସ୍ତ ତନ୍ତ ଓ ବୟନ ଶିଳ୍ପ ପଦର୍ଶନି ମେଳା ର ଶୁଭାରମ୍ଭ ହୋଇଛି। ଯାହା କି ବିଧାୟକ ବିନା ଉପସ୍ଥିତ ରେ ଉଦ୍ଘାଟନୀ ସନ୍ଧ୍ୟା ଅନୁଷ୍ଠିତ ହୋଇଛି । ସୁଚନ ଥଉକି ଘରର ମୂରବୀ ବା ମନ୍ୟବର୍ ବିଧାୟକ କୁ ନିମନ୍ତ୍ରଣ କରାଯାଇଥିଲା ପରେ ୨୮ତାରିଖରେ ଆସିବାକୁ ଥିବାବେଳେ ୨୭ତାରିଖ ରେ ଶୁଭ ଉଦ୍ଘାଟନୀ ସନ୍ଧ୍ୟା ଅନୁଷ୍ଠିତ ହୋଇଛି।
ଏହି ପ୍ରଦର୍ଶନୀ ମେଳା ରେ ବରିଷ୍ଠ ସ୍ତମ୍ବକାର ମିହିର ପ୍ରତାପ ଦାସ ସଭାପତିତ୍ବ କରିଥିବା ବେଳେ , ଏହି ଉଦ୍ଘାଟନୀ ସନ୍ଧ୍ୟାରେ ଗୋ – କର୍ନିକା ସାହିତ୍ୟ ସଂସଦ ର ସଭାପତି ଶ୍ରୀ ଯୁକ୍ତ ରମାକାନ୍ତ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରୋଜ୍ଜୋଲାନ କରି ଶୁଭାରମ୍ଭ କରିଥିଲେ। ଜିଲ୍ଲା ସଂସ୍କୃତି ହସ୍ତତନ୍ତ ଓ ବୟନ ଶିଳ୍ପ ଅଧିକାରୀ ଯୋଗ ଦେଇ ଥିଲେ। ବିଶେଷ ଭାବରେ ଏହି ପଲ୍ଲୀ ଶ୍ରୀ ପଦର୍ଶନୀ ମେଳାରେ ୮୦ ରୁ ଉର୍ଦ୍ଧ୍ବ ବିଭିନ୍ନ ଷ୍ଟଲ୍ ପଡିଥିବା ବେଳେ,ବହୁ ଆକର୍ଷଣୀୟ କାରୁ କାର୍ଯ୍ୟ ର ସାମଗ୍ରୀ ଦେଖିବାକୁ ମିଳିଛି। ତେବେ ଆଜିର ଉଦ୍ଘାଟନୀ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅଧିକାରୀ ଙ୍କ କର କମଳରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇ ଥିବା ବେଳ ବିଭିନ୍ନ ପ୍ରକାରର ଗୃହ ଉପକରଣ , ପ୍ରସ୍ତର ଶିଳ୍ପ, ବୟନ ଶିଳ୍ପ, ସୂକ୍ଷ୍ମ ବେତ, ବୟୁଂଶ କାରିଗରୀ ସାମଗ୍ରୀର ସମ୍ଭାର ଦେଖିବାକୁ ମିଳିଛି। ତେବେ ଏହି ମେଳା ଆଜି କୁ ୧୮ବର୍ଷ ରୁ ଉର୍ଦ୍ଧ୍ବ ଧରି ପାଳନ କରାଯାଉ ଥିବା ବେଳେ, ଉଦ୍ଘାଟକ ଭାବେ ଅତିଥି ଅକ୍ଷୟ କୁମାର ନନ୍ଦ, ବାମନ ଚରଣ ସାହୁ,ଛତିଆ ସରପଞ୍ଚ ରମେଶ ପୃଷ୍ଟି, ସୋଲାର ପଞ୍ଚାୟତ ସମିତି ସଭ୍ୟ ସଞ୍ଜୟ ବେହେରା,ଛତିଆ ସମିତି ସଭ୍ୟ ଦୀପକ ସାହୁ ଓ ସଭାପତି ଶରତ ଚନ୍ଦ୍ର ପାଣଗ୍ରାହୀ ପ୍ରମୁଖ ବହୁ ବରିଷ୍ଟ ବୁଦ୍ଧିଜୀବୀ ଯୋଗ ଦେଇ ଥିଲେ। ଏହି ପ୍ରଦର୍ଶନୀ ମେଳା କୁ ଯାଜପୁର ଜିଲ୍ଲା ଭାଷା ଓ ସଂସ୍କୃତି ବିଭାଗ ପକ୍ଷରୁ ସପ୍ତ ଦିନ ବ୍ୟାପୀ ଅନୁଷ୍ଟିତ ହେବାକୁ ରହି ଥିବା ସୂଚନା ଦେଖିବକୁ ମିଳିଛି।

Leave a Reply

Your email address will not be published. Required fields are marked *