Spread the love

ହୀରାସୀମା ଉପରେ ଯେଉଁ ବୋମା ପଡିଥିଲା ତାହା ପରମାଣୁ ଥିଲା କିନ୍ତୁ ହାଇଡ୍ରୋଜେନ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ସେ ବୋମା ଯୋଉଠିପଡିବ ପଚାଶ କିଲୋମିଟର ପର୍ଯ୍ୟନ୍ତ ଯେତେ ଜୀବ ଥିବେ ଅଧଘଣ୍ଟା ଭିତରେ ସବୁ ମରିବେ..ଆଜି କୋଡିଏ ଟି ଦେଶ ପାଖରେ ଅଛି ଭାରତ ଓ ପାକିସ୍ତାନ ରେ ବି ରହିଛି. ଆଜି ସେଇ ବିଷୟରେ ଏକ ସତ୍ୟ ଘଟଣା ଶୁଣିଲେ ଭୟଭିତ ଲାଗିବ.ତାରିଖ ଥିଲା 5 ଫେବୃଆରୀ 1958 ସମୟ ଦୁଇ ଟା ଆମେରିକା ରେ ଏକ ଆଇଲାଣ୍ଡ ରେ ଏଆର ଫୋର୍ସ ର ପରମାଣୁ ଗବେଷଣା ସେଣ୍ଟର ଅଛି. ବେଳେ ବେଳେ ସେଠାରୁ ବିଭିନ୍ନ ଜାହାଜ ଯିବା ଆସିବା ହେଉଥାଏ ଯେହେତୁ ଆମେରିକା ଏହାକୁ ଗୁପ୍ତ ରଖିଛି ସମସ୍ତେ ଜାଣନ୍ତି କିଛିନା କିଛି ସେଠି ହେଉଛି.. କୋଡିଏ କିଲୋମିଟର ଏରିଆ କଡା ପହରା. ଦିନ 2ଟା ବେଳେ ଯେଉଁ D47 ପରିବହନ ଉଡ଼ାଜାହାଜ ବାହାରିଥିଲା ସେଥିରେ ଥିଲା ହାଇଡ୍ରୋଜେନ ବମ୍. ଯାଉଥିଲା ଫ୍ଲୋରିଡା US ବେସ. ଜାହାଜ ଟି ଉଠିଲା ପାଇଲଟ ଥିଲେ ହବର୍ଟ ରିଚାର୍ଡସନ. ବହୁତ ଦକ୍ଷ ସାଙ୍ଗରେ ଦୁଇ ଜଣ ବାୟୁସେନା ର ଅଧିକାରୀ ଯେତେବେଳେ ଜାହାଜଟି 40ହଜାର ଫୁଟ ଉପରେ ଉଡୁଥିଲା ସବୁ ଠିକ ଥିଲା ସମସ୍ତେ ସତର୍କ ର ସହିତ ରହୁଥିଲେ କାହିଁକି ବମ ବି କିଛି ଯାଇ ତାଇ ନୁହେଁ “ହାଇଡ୍ରୋଜନ ” ଯଦି କିଛି ଅଘଟଣ ଘଟେ ତାହେଲେ ପଚାଶ କିଲୋମିଟର ରେ ଯାହା ଥିବ ସବୁ ଏକ ଘଂଟାରେ ଲୋପ ପାଇବ. ଯେତେ ଜୀବନ ଥିବା ପ୍ରାଣୀ ଙ୍କ ନିଶ୍ୱାସ ଚାଲିବନି.. ତେଣୁ ପୁରା ଯତ୍ନ ସହକାରେ ରିଚାର୍ଡ୍ସନ ଆଗକୁ ବଢନ୍ତି. ହଟାତ ସିଗନାଲ ରେ ଗଡ଼ ବଡ଼ ହୁଏ ରାଡାର କାମ କରେନି. ପ୍ରକୁର୍ତ୍ତରେ ସାମ୍ନାରେ ଆଉ ଏକ ଆମେରିକା ର ଫାଇଟର ଜେଟ ଆସୁଥାଏ ଯାହାର ପାଇଲଟ ଥାନ୍ତି କ୍ଲିବ ଷ୍ଟିଫେନ ରାଡାର କାମ କରୁନଥିବାରୁ ରିଚାର୍ଡ ଙ୍କ D47ରେ ହାଲକା ଡେଣା ରେ ବାଜିଯାଏ କାରଣ ସେ ସମୟ ରେ ଜାହାଜ ଯାତାୟାତ ଟେକନୋଲୋଜି ଉର୍ନ୍ନତି କରିନଥିଲା ଯାହା ଅର୍ଡର ମିଳିବ ସେତିକି ହିସାବରେ ଉଡ଼ିବ. ଯେତେବେଳେ କ୍ରସ ହେଇଛି ରିଚାର୍ଡ ହଡ଼ ବଡେଇ ଯାନ୍ତି ସାମ୍ନାରେ ଥିବା ଷ୍ଟିଫେନ ଆକାଶ ଛତାରେ ବାହାରି ଯାଆନ୍ତି କିନ୍ତୁ ହାଇଡ୍ରୋଜେନ ଜାହାଜ ରେ ଧୂଆଁ ବାହାରେ ରିଚାର୍ଡ କଣ୍ଟ୍ରୋଲ ରୂମ କୁ ଜଣେଇବାକୁ ଚେଷ୍ଟା କରନ୍ତି କିନ୍ତୁ କିଛି ସିଗନାଲ ଆସେନି ତୁରନ୍ତ ଏକ ବୁଦ୍ଧି ଖର୍ଚ୍ଚ କରି ଜାହାଜ ଟିକୁ ପାଖରେ ଆସୁଥିବା ସମୁଦ୍ର ଆଡକୁ ମୁହାଁନ୍ତି. ବମ ଟିକୁ ସମୁଦ୍ର ରେ ପକେଇଲେ କିଛି ଅସୁବିଧା ହେବନି ଭାବି ତିନିଜଣ ବିଚାର କରି ସମୁଦ୍ର ମୁହାଁ ହୁଅନ୍ତି ଚାରି ମିନିଟ ପରେ ସମୁଦ୍ର ଆସେ ପୁଣି ସମୁଦ୍ର ର ଉପରେ ଆଗକୁ ଆଗକୁ ବଢନ୍ତି ରିଚାଡ଼ ଦୁଇ ଜଣକୁ କୁହନ୍ତି ଡୋର ଖୋଲ ତୁରନ୍ତ ତଳକୁ ପକା ବମ ଟିର ଲମ୍ବା ଦଶ ଫୁଟ ଓଜନ 1000 କିଲୋ ରିଚାର୍ଡ ଏମର୍ଜେନ୍ସି ଗେଟ ଖୋଲି ଜାହାଜ କୁ ଗୋଟିଏ କଡ଼ ଓଲଟାଇ ରଖି ବମ ଟିକୁ ବହୁତ କଷ୍ଟ ରେ ଉପରୁ ସମୁଦ୍ର କୁ ଖସାନ୍ତି.. ଭାବନ୍ତି ଯାହା ହେଉ ଦୁନିଆରେ କେହି ମଲେନି ନହେଲେ କଣ ହେଇଥାନ୍ତା ସେପଟେ ଜାହାଜ ଟିକେ ସେଇ ସମୟରେ ରାଡାର କାମ ଆରମ୍ଭ ହୁଏ ଓ ଜାହାଜଟି ଧୀରେ ଧୀରେ ଠିକ ଉଡିବା ଆରମ୍ଭ ହୁଏ ସେ କଣ୍ଟ୍ରୋଲ ରୂମ ସାଙ୍ଗରେ କଥା ହେଇ ସବୁ ଜଣାନ୍ତି ତାଙ୍କୁ ନିର୍ଦେଶ ଆସେ ପାଖରେ ସବନା ଏଆରଫୋର୍ସ ଘାଟି ଅଛି ତୁରନ୍ତ ଆସନ୍ତୁ ଆଠ ମିନିଟ ପରେ ପ୍ଲେନ ଲ୍ୟାଣ୍ଡ କରେ.. ସେପଟେ ଫାଇଟର ଜେଟ ଟି ଯାଇ ଗୋଟିଏ ଧାନ ବିଲରେ ଆରାମରେ ପଡେ କାହିଁକି ଷ୍ଟିଫେନ ଅଟୋପାଇଲଟ ରେ ରଖିବାରୁ ଓଦାଳିଆ ବିଲ ଥିବାରୁ କାଦୁଅ ରେ ଚକା ପଶିଯାଏ. ଷ୍ଟିଫେନ ଙ୍କର ବି କିଛି ହେଇନି..ଏମର୍ଜେନ୍ସି ମିଟିଙ୍ଗ ଡକାଯାଏ ଆର୍ମି ନେଭି ଓ ଏଆରଫୋର୍ସ ର ଅଭିଜ୍ଞନ୍ତା ଥିବା ମେଜର କର୍ନେଲ ମାନଙ୍କ ସହିତ ହାଇଦଡ୍ରୋଜେନ ବମ ପଡ଼ିଥିବା ଜାଗାକୁ ରିଚାର୍ଡ ଓ ଦୁଇ ସାଥି ଙ୍କୁ ଧରି ବମ ଟିକୁ ସୁରକ୍ଷିତ ବାହାର କରିବାର ଯୋଜନା ଚାଲେ. ରିଚାର୍ଡ ସମୁଦ୍ର ର ତିରିଶି କିଲୋମିଟର ଯାଇଥିଲେ ଓ ଯୋଉଠି ପକେଇ ଥିଲେ ଲୋକେସନ ଠିକ କହିଲେ ଖୋଜା ଚାଲିଲା ମିଡ଼ିଆ ରେ ସବୁ ଦେଶରେ ଖବର ପ୍ରଚାର ହେଲା ଯେ ଆମେରିକା ର ଜରଜିଆ ଷ୍ଟେଟ ପାଖ ସମୁଦ୍ର ରେ ହାଇଡ୍ରୋଜେନ ବୋମା ପଡିଛି. କିନ୍ତୁ ସମୁଦ୍ର ର ପଚାଶ କିଲୋମିଟର ପରିଧି ଭିତରେ ପାଇଲେନାହିଁ ଏହିପରି ସ୍ବେଡେନ ଫ୍ରାନ୍ସ ଅଷ୍ଟ୍ରେଲିଆ ରୁ ଦକ୍ଷ ବୁଡାଳି ମାନଙ୍କୁ ଅଣାହେଲା କେହିବି ପାଇଲେନି.. କୁଆଡେ ଗଲା 2001 ରେ ଆମେରିକା ଏହି ଖୋଜା ମିଶନ ବନ୍ଦ କଲା ଆଜିବି ଜଣାପଡିନି.. ଗୁଜବ ବହୁତ ହେଉଛି ଏଲିଆନ ମାନେ ଏସବୁ କରିଛନ୍ତି. ସେଇ ସମୁଦ୍ର ଭିତରେ ଅଛି.. ସେମାନେ ଯଗିଛନ୍ତି. କେହି କହୁଛନ୍ତି ରୁଷିଆ ର ବୁଡ଼ା ଜାହାଜ ଆସି ନେଇଯାଇଛି..

Leave a Reply

Your email address will not be published. Required fields are marked *