Spread the love

ଅପ୍ରିୟ କଥା :
ଲିଳାମୟଙ୍କ ସୃଷ୍ଟି ବଡ଼ ବିଚିତ୍ର ! ଶାସ୍ତ୍ରରେ ବର୍ଣ୍ଣିତ ଚାରି ଯୁଗ ।ପ୍ରତ୍ୟେକ ଯୁଗରେ ଭଗବାନଙ୍କ ନିକଟରେ ପହଞ୍ଚିବା ଓ ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ରାସ୍ତା ଭିନ୍ନ। ସଂକ୍ଷିପ୍ତ ଭାବରେ ଆଲୋଚନା କରି ଦୃଷ୍ଟି ପକେଇଲେ ବୁଝିହେବ ଏ ଚାରି ଯୁଗର କଥା !

ସତ୍ୟଯୁଗ :
ପ୍ରଭୁଙ୍କୁ ପାଇବାକୁ ହେଲେ କଠୋର ତପସ୍ୟା ଦରକାର ।ସେଥିପାଇଁ ମୁନିଋଷି ସହିତ ଦାନବ ରାଜା ମାନେ ହଜାର ହଜାର ବର୍ଷ ଘୋର ତପସ୍ୟା କରୁଥିଲେ ।ଆଜିକାଲି ସ୍ୱଳ୍ପ ଆୟୁଧାରି ମାନବ ପକ୍ଷରେ ତପସ୍ୟା ଅସମ୍ଭବ। ତେଣୁ ଶୁଦ୍ଧ ତପସ୍ୟା ନହେଲେ ପ୍ରଭୁଙ୍କୁ ପାଇବା ସହଜ ନୁହେଁ ।

ତ୍ରେତୟା ଯୁଗ :
ପ୍ରଭୁଙ୍କୁ ପାଇବାକୁ ହେଲେ ବିରାଟ ବଡ ଯଜ୍ଞ କରିବାକୁ ପଡୁଥିଲା। ୠଷି ବିଶ୍ଵାମିତ୍ର ନିଜ ଆଶ୍ରମରେ ହୁଅନ୍ତୁ କି ଦାନବ ରାବଣର ପୁତ୍ର ଇନ୍ଦ୍ରଜିତ ନିକୁମ୍ଭିଲା ବଟ ମୂଳେ ହେଉ ।ଅଯୋଧ୍ୟାରେ ଅଶ୍ୱମେଧ ଯଜ୍ଞ ହେଉ ପ୍ରଭୂ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦେଉଥିଲେ ।ଆଜିକାଲି ଯଜ୍ଞ ପାଇଁ ଶୁଦ୍ଧ ସାମଗ୍ରୀ ମିଳିବା କଷ୍ଠ ।ସବୁ କାମ ଚଳା ସାମଗ୍ରୀ । ତେଣୁ ପବିତ୍ର ଯଜ୍ଞ ସମ୍ଭବ ନୁହେଁ । ପ୍ରଭୁ ପ୍ରସନ୍ନ ହେବେ କେମିତି ?

ଦ୍ଵାପର ଯୁଗ :
ସତ୍ୟରେ ତପସ୍ୟା ଓ ତ୍ରେତୟାରେ ଯଜ୍ଞ ପରେ ଦ୍ୱାପରରେ ବିଗ୍ରହ ପୂଜା ଅର୍ଚ୍ଚନା ପାଇଁ ସୁନ୍ଦର୍ ମନ୍ଦିର ପ୍ରତିଷ୍ଠା କରି ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେଉଥିଲା ।ପାଣ୍ଡବ ହୁଅନ୍ତୁ କି କୌରବ । କଂସ ହେଉ ବା ଜରାସନ୍ଧ । ଭଗବାନଙ୍କ ବିଗ୍ରହ ପୁଜା ଅର୍ଚ୍ଚନା କରି ବର ପ୍ରାପ୍ତ ହେଉଥିଲେ। ଆଜିକାଲି ଖୁବ୍ ପାଖଣ୍ଡି ମାନେ ମନ୍ଦିରକୁ ରୋଜଗାର ପନ୍ଥା ଭାବରେ ବାଛି ନେଉଛନ୍ତି ।ତେଣୁ ପାଖଣ୍ଡି ମାନେ ଅର୍ଥ ରୋଜଗାର କରି ବିଗ୍ରହ ଅର୍ଚ୍ଚନା ଉପରେ ପ୍ରାଧାନ୍ୟ ଦେଉଛନ୍ତି ।ଭକ୍ତି ନାହିଁ ।ଭକ୍ତଙ୍କୁ ବିଭନ୍ନ ପ୍ରଲୋଭନ ଦେଖେଇ ଆତ୍ମଘୋଷିତ ବାବା ମାନେ AC ଘର ଓ ଗାଡିରୁ ଗୋଟିଏ ମିନିଟ ବାହାରକୁ ବାହାରନ୍ତି ନାହିଁ ।ଏମାନଙ୍କ ଭିତରୁ କିଛି ଜେଲ୍ ଭିତରେ ।ତେଣୁ ଭକ୍ତି ଆସିବ କେଉଁଠୁ ଓ ପ୍ରଭୁଙ୍କ କୃପା ମିଳିବ କେମିତି ?

କଳିଯୁଗ :
କଳିର ପ୍ରଭାବରେ ସବୁ କଳୁଷିତ ।
( ସତ୍ୟ ଯୁଗ) ପରି ତପସ୍ୟା କରିବାର ସାମର୍ଥ୍ୟ ନାହିଁ ।
( ତ୍ରେତୟା ଯୁଗ) ପରି ଯଜ୍ଞ ପାଇଁ ଶୁଦ୍ଧ ସାମଗ୍ରୀ ନାହିଁ।
( ଦ୍ଵାପର ଯୁଗ) ପରି ବିଗ୍ରହ ପୁଜା ନାହିଁ ଓ ଆଜିକାଲି ମନ୍ଦିର ପାଖଣ୍ଡି ଓ ଟାଉଟର ମାନଙ୍କ କବଳରେ ।

ତେଣୁ ପ୍ରଭୁଙ୍କ ଆଶୀର୍ବାଦ ପାଇବା ସହଜ ନୁହେଁ ।
ସେଥିପାଇଁ ଗୋଲକ ଧାମରୁ ମହାପ୍ରଭୁ ନିଜେ ମହାମନ୍ତ୍ର ନେଇ ଧରା ଧାମରେ ପ୍ରକଟ ହୁଅନ୍ତି ।କାରଣ ଭକ୍ତି ପାଇଁ ସିଧା ଓ ସରଳ ରାସ୍ତା ବ୍ୟବସ୍ତା କରିଛନ୍ତି ଭଗବାନ୍। ପୂର୍ଣ୍ଣ ସମର୍ପଣ ଭାବ ଓ ହରିନାମ୍ ପ୍ରେମ ରସରେ ହିଁ ଭକ୍ତି ମାର୍ଗରେ ଆଗେଇ ଯାଇ ପାରିବେ ! ଦରକାର ନାହିଁ କଠୋର ତପସ୍ୟା । ଲୋଡ଼ା ନାହିଁ ବ୍ୟୟ ବହୁଳ ଯଜ୍ଞ ।ଦରକାର ନାହିଁ କିଛି ବେପାରୀଙ୍କ କବଳରେ ଥିବା ମନ୍ଦିର । ତେଣୁ ପ୍ରଭୁଙ୍କୁ ପାଇବାର ଗୋଟିଏ ସରଳ ଉପାୟ ଭକ୍ତିରେ ଶକ୍ତି ( ମହାମନ୍ତ୍ର )!

ବିଜ୍ଞାନର ଉଦାହରଣ ଦେଇ ଯୁବଶକ୍ତି ଆମର ଶାସ୍ତ୍ର ଓ ପୁରାଣକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ସେମାନେ ଭୁଲି ଯାଉଛନ୍ତି ବିଜ୍ଞାନର ସ୍ରଷ୍ଟା ହେଉଛନ୍ତି ସ୍ବୟଂ ଭଗବାନ୍ । ସନାତନ ଧର୍ମ ଓ ହିନ୍ଦୁ ଶାସ୍ତ୍ର ସର୍ବ ପୁରାତନ ଦିବ୍ୟ ଗ୍ରନ୍ଥ । ଏଥିରେ ଭରି ରହିଛି ସମସ୍ତ ବିଦ୍ୟା। ଏହାର ବିଶ୍ଵାସ ଓ ବିଶ୍ୱନୀୟତା ପାଇଁ ଯୁବପିଢୀକୁ ଭକ୍ତି ମାର୍ଗରେ ସାମିଲ କରି ସରଳ ଜୀବନ ବିତାଇବା ପାଇଁ ଆଗେଇ ଆସିବାକୁ ଆମର ଏକ ଛୋଟ ପ୍ରୟାସ। ଆଧ୍ୟାତ୍ମିକ ଆନ୍ଦୋଳନ ପାଇଁ ଆମେ ଆଗେଇ ଆସିଛୁ ।ଏଥିପାଇଁ ସରଳ ସଙ୍ଗୀତ ରସରେ ପ୍ରସ୍ତୁତି କରିବାର ପ୍ରୟାସ ଜାରି ରଖିଛୁ । ଆମର ସମସ୍ତ ପୁସ୍ତକ ଗୁଡ଼ିକ ISBN ପ୍ରାପ୍ତ ଓ ଭାରତ ସରକାରଙ୍କ ମାନ୍ୟତା ମିଳିଛି ।AR PIONEER ତରଫରୁ ସୁନ୍ଦର୍ ଆଧ୍ୟାତ୍ମିକ ଭେଟି ଆପଣ ମାନଙ୍କ ନିକଟରେ।
୧)ଅମିୟ ରସରେ ଶ୍ରୀମଦ୍ ଭଗବତ୍ ଗୀତା(ନବାକ୍ଷରୀ ଅନୁବାଦ)
୨) THE BHAGABAD GITA (IN POETIC FORM)
3) ଭଗବାନ୍ ବିଷ୍ଣୁଙ୍କର ଦଶ ଅବତାର ।
4)ବାବା ଚମ୍ପାନାଥ ଦେବଙ୍କ ପ୍ରକଟ ଲୀଳା
5) ଅଗ୍ନିଶିଖା ଆଦ୍ୟାଶକ୍ତି ମା ହିଙ୍ଗୁଳା ପ୍ରକଟ ଲୀଳା !

ଅମିୟ ରସରେ ଶ୍ରୀମଦ୍ ଭଗବତ୍ ଗୀତାର ହିନ୍ଦୀ ଅନୁବାଦ (ନବାକ୍ଷରୀ ବୃତ୍ତରେ) ଆଗେଇ ଚାଲିଛି ଓ ଖୁବ ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି ।

ମୋକ୍ଷ ପୁରାଣ (ପୂର୍ବ ଜନ୍ମ ଶାପମୋଚନ ) ଖୁବ ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି ।
ମା ପ୍ରଗଳା ..ମା ଭଟ୍ଟାରିକା ପରି ଅନେକ ଶାସ୍ତ୍ର ପୁରାଣ କିମ୍ବଦନ୍ତୀ ଉପରେ ଆଧାରିତ ପୁସ୍ତକ (ସଙ୍ଗୀତ ରସରେ) ଆଗମୀ ଦିନରେ ପାଇ ପାରିବେ ।ଏହା ଉପରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ବଡ ଗାଡ଼ି, ମେଟ୍ରୋ ସହରରେ ଫ୍ଲାଟ୍, କ୍ରେଡିଟ କାର୍ଡ ଓ ବ୍ୟାଙ୍କ ନିକଟରେ ବନ୍ଧା ଷ୍ଟାଟସ୍ ପୂର୍ଣ୍ଣ ଭୋଗ ବିଳାସ ଜୀବନ କ୍ଷଣସ୍ଥାୟୀ । ୟୁକ୍ରେନ ବେସାହାରା ନାଗରିକ ଙ୍କ ଅବସ୍ଥା ପରି କାହା ଭାଗ୍ୟରେ କଣ ଅଛି ବୁଝି ହୁଏନା । ସବୁ ଥାଇ ବି ଶୂନ୍ୟ ହସ୍ତ । କଣ ଏ ଜୀବନର ମୂଲ୍ୟ ?

ତେଣୁ ଗୋଟିଏ ଶବ୍ଦରେ କହିବାକୁ ଗଲେ ” ଭକ୍ତି ହିଁ ଶକ୍ତି ” ଓ ଆଧ୍ୟାତ୍ମିକ ଆନ୍ଦୋଳନ ମାଧ୍ୟମରେ ଆଗାମୀ ଯୁବପିଢି ପାଇଁ ସଂସ୍କାର ଓ ସଂସ୍କୃତିକୁ ବଞ୍ଚାଇ ରଖିବାର ଛୋଟ ପ୍ରୟାସ ।
ଆଶୀର୍ବାଦ କରନ୍ତୁ,ଏମିତି ପ୍ରୟାସ ଆଗମୀ ଦିନରେ ମଧ୍ୟ ଜାରି ରହୁ !
ଜୟ ଶ୍ରୀକୃଷ୍ଣ ..ଜୟ ଜଗନ୍ନାଥ .. ହରେକୃଷ୍ଣ
🙏🙏👇🏾👇🏾

 

Leave a Reply

Your email address will not be published. Required fields are marked *