Spread the love

*ଘଟଣା ଟି 1939ମସିହାରେ ସେତେବେଳେ ଦୁତୀୟ ବିଶ୍ୱ ଯୁଦ୍ଧ୍ୟ ର ଆରମ୍ଭ ହେଇଛି ରୁଷ ଆମେରିକା ଇଟାଲୀ ଫ୍ରାନ୍ସ ସମସ୍ତଙ୍କୁ ଜର୍ମାନୀ ର ପ୍ରକୋପ ବେଶୀ ଡରେଇଥିଲା.. ସେଇବର୍ଷ ଯାହା ଘଟିଥିଲା ଆଜି ବି ଇତିହାସ ହିଟଲର ନାଜି ସେନା ବିଷୟରେ ମନେପକେଇ କୋଉଠି ନାଁ କୋଉଠି କାହାଣୀ ଉପରେ ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଉଛି.ସେଇବର୍ଷ ହିଟଲର ଦେଢଲକ୍ଷ୍ୟ ସନ୍ୟ ସହିତ ପୋଲାଣ୍ଡ ଆକ୍ରମଣ କରନ୍ତି ବହୁତ ଲୋକଙ୍କୁ ମାରନ୍ତି ପୁରା ପୋଲାଣ୍ଡ ରେ ଭୟ ର ପରିସ୍ଥିତି ବହୁତ ପିଲାମାନେ ଅନାଥ ହେଇ ବିଭିନ୍ନ ପାଖ ଦେଶ ସରଣାର୍ଥୀ ହୁଅନ୍ତି.ସେହିଭଳି ଏକ ବଡ଼ ପାଣିଜାହାଜ ବାପା ମା ଙ୍କୁ ହରେଇଥିବା ଛୁଆ ମାନଙ୍କୁ ଧରି ରୁଷିଆ ପଳେଇ ଆସି ସରଣାର୍ଥୀ ହୋଇ ପାଖା ପାଖି ସାତ ମାସ ରହିବା ପରେ ରୁଷିଆ ବି ସେମାନଂକୁ ସେଠାରୁ ବିଦା କରେ ଜାହାଜ ଟି ବୁଲି ବୁଲି ଆସି ବମ୍ବେ ରେ ଲାଗେ ସେତେବେଳେ ଭାରତରେ ବ୍ରିଟିଶ ସରକାର ଥିବାରୁ ସିଏ ମନା କରେ କାରଣ ଜର୍ମାନୀ ମାନେ ଜାଣିଲେ ଆକ୍ରମଣ କରିଦେବେ ପାଣି ଜାହାଜରେ ହଜାରେ ଅନାଥ ପିଲା ଯାହାଙ୍କ ବୟସ ପାଞ୍ଚ ରୁ ସତର ମାତ୍ର କଣ କରାଯିବ ଗୁଜୁରାଟ ଜାମନଗର ର ରାଜା ଦିଗବିଜୟ ସିଂ ଙ୍କ ପାଖକୁ ଖବର ଆସେ ସେ ପିଲାଙ୍କୁ ରଖିବାପାଇଁ ବ୍ରିଟିଶ ସହିତ ଯୁକ୍ତି କରନ୍ତି ଶେଷକୁ ବ୍ରିଟିଶ ରାଜିହୁଏ ଓ ଜାହାଜଟି ଗୁଜୁରାଟ ବନ୍ଦର କୁ ଅଣାଯାଏ ଓ ରାଜା ଅନାଥ ପିଲାଙ୍କୁ ସବୁ ସାହାଯ୍ୟ କରନ୍ତି ପୁଣି ପୋଲାଣ୍ଡ ରୁ ଆଉ ଦୁଇଟି ଜାହାଜରେ ରୋଷେଇଆ ପୋଲାଣ୍ଡ ର ଶିକ୍ଷକ ମାନଙ୍କୁ ଆଣନ୍ତି ଅନାଥ ପିଲାଙ୍କୁ ଯେମିତି କିଛି ଅସୁବିଧା ନ ହୁଏ ଖାଇବା ପାଠ ପଢ଼ିବାର ଦାଇତ୍ୱ ନେଇ ସେଠାରେ ଦେଢ଼ ବର୍ଷ ରଖି 1943ରେ ସେମାନଂକୁ ସେମାନଙ୍କ ଦେଶ ପୋଲାଣ୍ଡ କୁ ଇଜତ ର ସହିତ ଖାଦ୍ୟ ବସ୍ତ୍ର ଦେଇ ବିଦାକରନ୍ତି . ଏଇ ଅଳ୍ପଦିନ ତଳେ ଇଉକ୍ରେନ ରୁଷିଆ ଯୁଧ୍ୟରେ ଚାରିଆଡୁ ରାସ୍ତା ବନ୍ଦ ହେବା ବେଳେ ପୋଲାଣ୍ଡ ତାର ଦ୍ୱାର ଭାରତ ପାଇଁ ଖୋଲିଥିଲା ତାହାର କାରଣ ଜାଣିଲେ ପୁଣି ସେଇ ଇତିହାସ ମନେପକେଇବାକୁ ପଡିବ କିପରି ଭାରତର ରାଜା ଦିଗବିଜୟ ସିଂ ଓରଫ ରଞ୍ଜିତ ସିଂ ପୋଲାଣ୍ଡ ର ହଜାରେ ଅନାଥ ପିଲାଙ୍କୁ ବ୍ରିଟିଶ ସରକାର ମନା କଲା ପରେ ମଧ୍ୟ୍ୟ ଶରଣ ଦେଇଥିଲେ ଓ ସେମାନଙ୍କ ଖାଇବା ପିଇବା ଶିକ୍ଷା ସବୁର ବ୍ୟବସ୍ତା କରିଥିବାରୁ ଏବେ ପୋଲାଣ୍ଡ ବି ଆମ ଭାରତୀୟ ପିଲାମାନଙ୍କ ପାଇଁ ବିନା ଭିଜା ତାଙ୍କ ଦେଶକୁ ଆଣି ଖାଇବା ପିଇବା ଦାଇତ୍ୱ ନେଇ ଅପରେସନ ଗଙ୍ଗା ଉଡ଼ାଜାହାଜ ରେ ବସେଇକି ଭାରତ ପଠେଇଲେ. 80ବର୍ଷ ତଳୁ ପୋଲାଣ୍ଡ ସରକାର ଏକ ସହର ରାଜା ଦିଗବିଜୟ ସିଂ ନାମରେ ରଖି ପାର୍କ ପ୍ରତିଷ୍ଠା କରି ରାଜାଙ୍କୁ ସନମାନ ଦେଉଛି ସବୁଠୁ ବଡ଼ କଥାହେଉଛି ଆଜି ଭାରତରେ ଯେଉଁ କ୍ରିକେଟ ଇତିହାସ ସ୍ଵର୍ଣ କୁହାଯାଉଛି “ରଂଜିତଟ୍ରଫି “ସେଇ ମହାନ ରାଜା ଙ୍କ ନାମରେ କରାଯାଇଛି..ତେଣୁ କର୍ମର ଫଳ ଦିନେ ନାଁ ଦିନେ ମିଳେ..*

Leave a Reply

Your email address will not be published. Required fields are marked *