Spread the love

_*🥀🌸ମିଥ୍ୟା ଖବର ଗଣତନ୍ତ୍ରକୁ ପ୍ରଭାବିତ କରେ: ଜଷ୍ଟିସ୍ ନାଗରତ୍ନା*_

_🥀ବିଜ୍‌ନେସ୍ ଷ୍ଟାଣ୍ଡାର୍ଡ ଦ୍ବାରା ଆୟୋଜିତ ସୀମା ନଜାରେତ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦାନ କରି ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା ବୈଦ୍ୟୁତିକ ଗଣମାଧ୍ୟମ ଦ୍ବାରା ଲୋକପ୍ରିୟ ହୋଇଥିବା ‘ନୂଆ ଯୁଗର ସାମ୍ବାଦିକତା’ ପାଇଁ ଏକ ନିୟାମକ ବ୍ୟବସ୍ଥା ଗଠନ ନିମନ୍ତେ ପ୍ରସ୍ତାବ ଦେଇଛନ୍ତି।_

_🥀ନାଗରତ୍ନା କହିଛନ୍ତି ଯେ ମିଥ୍ୟା ଖବର ପ୍ରସାରଣ ଦ୍ବାରା ଗଣତନ୍ତ୍ର ପ୍ରଭାବିତ ହେଉଛି। ବୈଦ୍ୟୁତିକ ଗଣମାଧ୍ୟମର ଆତ୍ମନିୟମନ ବ୍ୟବସ୍ଥା ପ୍ରଭାବହୀନ ହୋଇଥିବାରୁ ଆଜିର ସାମ୍ବାଦିକତା ପାଇଁ ଏକ ନିୟାମକ ବ୍ୟବସ୍ଥା ଗଠନର ଆବଶ୍ୟକତା ରହିଛି।_

_🥀ମୁକ୍ତ ଓ ସନ୍ତୁଳିତ ଗଣମାଧ୍ୟମ ଶୀର୍ଷକ ଉପରେ ଆଲୋଚନା କଲାବେଳେ ଜଷ୍ଟିସ୍ ନାଗରତ୍ନା କହିଲେ ଯେ, ଆଗରୁ ଲୋକମାନେ ଏତେ ଖବର ପାଉ ନ ଥିଲେ। ଏବେ ସବୁ ଖବର ସେମାନଙ୍କ ପାଖରେ ପହଞ୍ଚୁଛି। କିନ୍ତୁ ନିର୍ଭୁଲ ଓ ସତ୍ୟ ଖବର ପ୍ରସାରଣରେ ସାଲିସ କରାଯିବା ଉଚିତ ନୁହେଁ। ଗଣମାଧ୍ୟମକୁ ନିୟନ୍ତ୍ରିତ କରିବା ପାଇଁ ପ୍ରେସ୍ କାଉନ୍‌ସିଲ ଅଫ୍ ଇଣ୍ଡିଆ ରହିଛି କିନ୍ତୁ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ନିଜେ ନିଜକୁ ନିୟନ୍ତ୍ରଣ କରିଥାନ୍ତି। ଏପରି ଆତ୍ମନିୟନ୍ତ୍ରଣ ବ୍ୟବସ୍ଥା ଯଥେଷ୍ଟ ନୁହେଁ। ଏହାକୁ ନିୟନ୍ତ୍ରିତ କରିବା ପାଇଁ ଏକ ନିୟାମକ ବ୍ୟବସ୍ଥା ରହିବା ଜରୁରୀ।_

_🥀ନିଜ ଭାଷଣରେ ନାଗରତ୍ନା କହିଥିଲେ ଯେ, ଗଣମାଧ୍ୟମର ଅଭିବ୍ୟକ୍ତି ପ୍ରକାଶ କରିବାର ସ୍ବାଧୀନତା ରହିବା ଆବଶ୍ୟକ। ତାକୁ କେହି ମନା କରୁନାହାନ୍ତି। କିନ୍ତୁ ତାହା ବୋଲି ମିଥ୍ୟା ଖବର ପ୍ରକାଶ କରିବାର ଅଧିକାର କାହାର ରହିବା ଉଚିତ ନୁହେଁ। ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବଂ ଏହା ପକ୍ଷପାତହୀନ ହେବା ଆବଶ୍ୟକ। ସରକାରଙ୍କ ତୋଷାମୋଦକାରୀ ହେବା କୌଣସି ଗଣମାଧ୍ୟମର ଏକମାତ୍ର ଲକ୍ଷ୍ୟ ହେବା ଅନୁଚିତ। ଏହା ଗଠନମୂଳକ ସମାଲୋଚନା ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ନାଗରତ୍ନା କହିଥିଲେ।_

Leave a Reply

Your email address will not be published. Required fields are marked *