ଦେଶ ସ୍ୱାଧୀନ ହେଲା ନୂଆ ନୂଆ ଆଇନି ହେଲା. ଜନତା ବି ସରକାର ର ସବୁ କଥା ମାନି ଚାଲିଲେ ଯିଏ ନ ମାନିଲା ଦଣ୍ଡ ପାଇଲା. କିନ୍ତୁ ଦେଶରେ ବେଳେ ବଡ଼ ବଡ଼ ଲୋକ ରାଜ ନେତା ପ୍ରଭାବଶାଳୀ ବ୍ୟକ୍ତି ମାନେ ଆଇନି ଅବମାନନା କରୁଥିବା ଦେଖିବାକୁ ମିଳିଲା.. ହୁଏତ ସମସ୍ତେ ନୁହନ୍ତି ଅନେକ ବଡ଼ ବଡ଼ ଲୋକମାନେ ଆଇନି ବିଷୟରେ ସଜାଗ ରହି ସରକାରୀ କାର୍ଯ୍ୟକୁ ସ୍ୱାଗତ କଲେ
ବର୍ତମାନ ଏକ ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଛି ପାଟନାରେ ପାଟନା ସମେତ ବିହାରର ସମସ୍ତ ଜିଲାରେ ସାଧାରଣ ଲୋକେ ଟ୍ରାଫିକ ନିୟମକୁ ଅବମାନନା କରୁଥିବା ଦେଖିବାକୁ ମିଳୁଛି। ଟ୍ରାଫିକ ପୁଲିସ ସେମାନଙ୍କ ଚାଲାଣ ମଧ୍ୟ କାଟୁଛି। ଏବେ ଜଣେ ଖାସ୍ ବ୍ୟକ୍ତିଙ୍କ ଗାଡ଼ିର ଚାଲାଣ କଟିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହି ଖାସ୍ ବ୍ୟକ୍ତି ଆଉ କେହି ନୁହନ୍ତି, ବରଂ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ନୀତିଶ କୁମାରଙ୍କ ସରକାରୀ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟର ବୈଧତା ଶେଷ ହୋଇଥିଲେ ମଧ୍ୟ ନିୟମ ଉଲ୍ଲଂଘନ କରି ଏହା ରାସ୍ତାରେ ବେଧଡ଼କ ଚାଲୁଛି.