Spread the love

💐 *ଶାସନ କ୍ଷମତା ଅକ୍ତିଆର କରିବାକୁ ନେଇ ସୁଦାନରେ ବ୍ୟାପକ ହିଂସାକାଣ୍ଡ; ୨ଶହ ଲୋକଙ୍କ ମୃତ୍ୟୁ , ଘରୁ ନ ବାହାରିବାକୁ ଭାରତୀୟଙ୍କୁ ପରାମର୍ଶ।*

*ଅଶାନ୍ତ ହୋଇ ପଡ଼ିଛି ସୁଦାନ । ଶାସନ କ୍ଷମତା ଅକ୍ତିଆର କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ସେନା ଓ ଅର୍ଦ୍ଧ ସାମରିକ ବାହିନୀ। ଏହି ସଂଘର୍ଷରେ ପ୍ରାୟ ୨ଶହ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୧୮ଶହ ଲୋକ ଗୁରୁତର ହୋଇ ପଡ଼ିଛନ୍ତି। ଏପରି ସମୟରେ ସୁଦାନର ସ୍ଥିତି ଚିନ୍ତାଜନକ ଥିବା ବେଳେ ସେଠାରେ ରହୁଥିବା ଭାରତୀୟ ଘରୁ ନ ବାହାରିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି।*

*ପ୍ରାୟ ସପ୍ତାହେ ଧରି ଚାଲିଥିବା ଏହି ସଂଘର୍ଷରେ ଉଭୟ ପକ୍ଷରୁ ଗୁଳି ବର୍ଷା ସାଙ୍ଗକୁ ବୋମା ବି ଫିଙ୍ଗା ଯାଉଛି। ଏଥିଯୋଗୁ ସୁଦାନର ପ୍ରଭୁତ କ୍ଷୟକ୍ଷତି ଘଟୁଥିବା ବେଳେ ବହୁ ମେଡିକାଲ ମାଟିରେ ମିଶି ଯାଇଛି। ଫଳରେ ଆହତଙ୍କୁ ଚିକିତ୍ସା ସେବା ଯୋଗାଇବା ଏବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଏହା ସହିତ ଖାଦ୍ୟ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି।*

*କ୍ଷମତାକୁ ଅକ୍ତିଆର କରିବାକୁ ସଶସ୍ତ୍ର ବାହିନୀର କମାଣ୍ଡର ଅବଦେଲ ଫତେହ ଅଲ-ବୁରହାନ ଏବଂ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ର ପ୍ରମୁଖ ଜେନେରାଲ ମହମ୍ମଦ ହାମଦାନ ଦାଗଲୋଙ୍କ ମଧ୍ୟରେ ପ୍ରାୟ ସପ୍ତାହେ ହେଲା ଏହି ହିଂସାକାଣ୍ଡ ଘଟି ଚାଲିଛି।*

Related Post

Leave a Reply

Your email address will not be published. Required fields are marked *

You Missed