Spread the love

ଘଟଣା ଟି ଘଟିଛି ମୁମ୍ବାଇ ରେ ଗୋଟିଏ ପରିବାରରେ ମା ଓ ଝିଅ ଦୁଇ ଜଣ ରହୁଥିଲେ ମା ପ୍ରମିଳା ପରିଡା ଝିଅ କ୍ରିଷ୍ଣା ପରିଡା ବୟସ 27ବର୍ଷ. କ୍ରିଷ୍ଣା ର ପୂର୍ବରୁ ଯୋଡିଏ ହିନ୍ଦୀ ସିନେମା ରେ ଅଭିନୟ କରୁଥିବା ବେଳେ କରୋନା ପରେ ଆଉ କୌଣସି କାମ ନ ମିଳିବାରୁ ସମସ୍ୟା ଦେଖାଦିଏ ଆଗରୁ ବାଟଳାହାଉସ ଓ ସଡ଼କ( 2)ଦୁଇଟି ଚଳ ଚିତ୍ର ରେ ଅଭିନୟ କରିଥିଲେ.. ଏଇ ଗଲା ମାର୍ଚ୍ଚ ମାସରେ କ୍ରିଷ୍ଣା ଙ୍କ ମୋବାଇଲ କୁ ଏକ ମ୍ୟାସେଜ ଆସେ କି ଦୁବାଇ ରେ ଗୋଟିଏ ବଡ଼ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାରେ ବହୁତ ଆର୍ଟିଷ୍ଟ ଦରକାର ସିଲେକ୍ସନ ହେଲେ ରିଅଲଇଷ୍ଟେଟ ର ଵିଜ୍ଞାପନ ପାଇଁ ନିଆଯିବ ଏବଂ ମୋଟା ଅଙ୍କର ଅର୍ଥ ମିଳିବ.. ଏହାକୁ ପଢି ମା ଝିଅ ଦୁହେଁ ଯୋଗା ଯୋଗ କରି ଫୋନ କରନ୍ତି ସାମ୍ନାରେ ଜଣେ ରବି ବୋଲି ବ୍ୟକ୍ତି ଫୋନ ଉଠାନ୍ତି ସେ ନିଜକୁ ସେ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସହ ସହାୟକ ଅଛନ୍ତି ଓ ଭାରତ ରେ ତାଙ୍କ ସଂସ୍ଥା ଟ୍ୟାଲେଣ୍ଟ ପୁଲ ନାମରେ ଅଛି .ତାଙ୍କ କମ୍ପାନୀ ମୁମ୍ବାଇ ର ଗ୍ରାଣ୍ଡ ହାୟତ ହୋଟେଲ ରେ ଅଡିସନ ହେବ. ଏହା ଶୁଣି ମା ଝିଅ ଦୁହେଁ ଆଗଭର ଓ ଉତ୍ସାହିତ ହେଇ ରବି କୁ ତାଙ୍କ ଅଫିସରେ ଦେଖା କରନ୍ତି. ଅଡିସନ ଦିନ ମା ଝିଏ ଦୁଇଜଣ ବି ହୋଟେଲ ରେ ପହଂଚି ଅଡିସନ ହୁଏ ଓ ତା ପରଦିନ କ୍ରିଷ୍ଣା ର ସିଲେକ୍ସନ ବି ହୁଏ.. ମା ଝୁଅ ଆନନ୍ଦିତ ହୁଅନ୍ତି. ତାର ତିନିଦିନ ପରେ ଫୋନ ଆସେ ଦୁବାଇ ଯିବାକୁ ପଡିବ ସେଠାରେ ମୁଖ୍ୟ ଅଡିସନ ଅଛି ଦେଶ ବିଦେଶରୁ ମଡେଲ ମାନେ ଆସିବେ ପ୍ରଥମ ପର୍ଯାୟରେ ତିନିଜଣ ଙ୍କୁ କମ୍ପାନୀ ରେ ଚାକିରୀ ର ସୁଯୋଗ ମିଳିବ ଯିବା ଆସିବା ଦୁବାଇ ରେ ରହିବା ସବୁ ଖର୍ଚ୍ଚ ଟ୍ୟାଲେଣ୍ଟ ପୁଲ କମ୍ପାନୀ ଦେବ. ମା ପ୍ରମିଳା ଝିଅ କ୍ରିଷ୍ଣା ବି ଆହୁରି ଖୁସି. କିନ୍ତୁ ଏକା ଝିଅ ଜୀବ ମା ରାଜି ହେଲେ.ଦୁଇ ଦିନ ପରେ ଦୁବାଇ ସ୍ଥିତ ସାର୍ଜହ ର ଏଆରପୋର୍ଟ ର ଟିକେଟ ବି ରବି ଧରେଇଲେ.ଯିବା ଦିନ ମୁମ୍ବାଇ ଅନ୍ତର୍ଜାତୀୟ ଏଆରପୋର୍ଟ ରବି ଆସି ଦେଖା କରି ଏକ ଟ୍ରଫି ଦେଇ କହିଲେ ଏଇଟା ଅଡିସନ ଦିନ ସେଠାରେ ଷ୍ଟେଜ ଶୋରେ କାର୍ଯ୍ୟରେ ଆସିବ ଓ ଆପଣ ଙ୍କ ନେବାକୁ ଏଆରପୋର୍ଟ ସଂସ୍ଥା ର କର୍ମଚାରୀ ଆସିବେ କ୍ରିଷ୍ଣା ବି ଖୁସିରେ ଗ୍ରହଣ କରି ଦୁବାଇ ଚାଲିଲେ. ତିନି ଘଣ୍ଟା ର ଉଡାନପରେ କ୍ରିଷ୍ଣା ସାର୍ଜାରେ ପଂହଁଚି ଦେଖିଲେ କେହି ନେବାକୁ ଆସିନାହାନ୍ତି ରବି କୁ ଫୋନ କରିବାରୁ ସୂଇଚୀଫ ଦେଖାଉଛି. ମା କୁ ଜଣେଇ ଏଆରପୋର୍ଟ ରୁ ବାହାରିବା ବେଳେ ପୋଲିସ ହାତରେ ଧରାହେଲେ ସେ ଟ୍ରଫି ଭିତରେ ଡ୍ରଗ୍ସ ଥିଲା.. ତିନି ଦିନ ପରେ ଦୂତବାସ ରୁ ମେଲ ଆସିଲା କ୍ରିଷ୍ଣା ଗିରଫ ହେଇଛନ୍ତି.. ମା ମୁଣ୍ଡ ଖରାପ ହେଇ ରବି ଅଫିସ ରେ ଯାଇ ଦେଖନ୍ତି ଅଫିସ ନାହିଁ..ସଙ୍ଗେ ସଙ୍ଗେ ମୁମ୍ବାଇ ପୋଲିସ କୁ ଜଣାନ୍ତି. ପ୍ରଥମ ପ୍ରଥମ ପୁଲିସ ଏତେ ଟା ବିଷୟରେ ଗୁରୁତ୍ୱ ଦିଅନ୍ତିନି କିନ୍ତୁ ଏଇ ଅଳ୍ପ ଦିନ ତଳେ ଏକ ସୋତନ୍ତ୍ର ଟିମ ଗଠନ କରାଯଇଛି. ଦାଇତ୍ୱ ଜଣେ ଦକ୍ଷତାଥିବା IPS ନେବାରୁ ଖୋଜ ଖବର ଚାଲିଲା ରବି କୁ ଗିରଫ କଲେ ମୁମ୍ବାଇ ଠୁ ଚାଳିଶ କିଲୋମିଟର ଦୂରରେ ତାର ଗୋଟିଏ ଷ୍ଟେସନାରୀ ଦୋକାନ ଅଛି. ସେ ଆଉଜଣଙ୍କ ନାଁ କହିଲା ଆନ୍ତୋନି ବୋଲି ଜଣେ ମୁମ୍ବାଇ ର ଲୋକଙ୍କୁ ପୋଲିସ ଆଣି ପଚାରିବା ପରେ ଯାହା ଜଣା ପଡିଲା ସମସ୍ତ ପୋଲିସ ଟିମ କୁ ଆଶ୍ଚର୍ଯ୍ୟ ଲାଗିଲା ଏମାନେ କେହି ଡ୍ରଗ୍ସ ବେପାରୀ ନୁହନ୍ତି କୌଣସି ଏକ ବଦଲା ନେବାକୁ ଆଣ୍ଠୁନି ଦୁଇ ଲକ୍ଷ୍ୟ ଖର୍ଚ୍ଚ କରି ଫସେଇଛି.. ତାଜା ଖବର ଦୁଇ ଦେଶର ଦୂତବାସ ଯୋଗା ଯୋଗ ଆରମ୍ଭ ହେଇଛି UAE ର ନିୟମ ଅନୁଯାଇ ଏ ଦୁଇଜଣ ଗିରଫ ହେଲେ ଯେହେତୁ ଇନଭେଷ୍ଟିଗେସନ ଚାଲିଛି ସମ୍ପୂର୍ଣ ଗୁପ୍ତ ରଖାଯାଇଛି ବାକି ଯାହା ନିୟମ ରେ ହେବ ବୋଲି ପୋଲିସ ଅଧିକାରୀ କହିଛନ୍ତି.. ତେଣୁ ଅପରାଧୀ ଯେତେ ବୁଦ୍ଧି ଖଟେଇଲା ବି ଶେଷକୁ ଧାରା ପଡିବା ଥୟ.. Spl crime reporter mumbai..

Leave a Reply

Your email address will not be published. Required fields are marked *