ଜଗା ପାଇଁ ଚିଠିଟିଏ “ମୋ ପୁଅ ଜଗା”:-ଶୁଭସ୍ମିତା ମହାଭୋଇ।
କେମିତି ଅଛୁ ମୋ ଧନ ? ତୋ ଦେହ ପା ଭଲ ଅଛି ତ । ତୁ ତ ଭୁଲି ଯାଉ ଠିକ୍ ସେ ତତେ ପଣ୍ଡା ମାନେ ଖାଇବାକୁ ଦେଉଛନ୍ତି କି ନାହିଁ କେଜାଣି । ତୁ ବୁଝୁଥିବୁ ତୋ କଥା ତୋ ପାଇଁ ମୁଁ ଅନ୍ଧ ରେ ମୋ କାଳିଆ ଚକାଡୋଳିଆ ମୋ ନୀ ନୀଳାଚଳ ଚଳିଆ । ମୁଁ ଏମିତି ମାଆ ଟିଏ ଯେ ଯିଏ ତା ପୁଅ କୁ ଟିକେ ଛାତିରେ ଧରିପାରେ ନାହିଁ କି ପଣତ କାନିରେ ଧୂଳି ଝାଡି ପାରେନି ମତେ ପର କରିଦବୁନି ରେ ମୋ କାଳିଆ ସୁନା । ମୁଁ ତୋ ଜନ୍ମ କଲା ମାଆ ନ ହେଲି ନାହିଁ ଆସେ ମୋ କାଳିଆ ରଜା ତୋ ବିନା ତୋର ଏ ଦୁଃଖିନୀ ମାଆ ମରିବା ଭଳି ବଞ୍ଚୁଛି। ସବୁ ମାଆ ତାଙ୍କ ପୁଅ ର ଜନ୍ମ ଦିନରେ କିଛି କରିକି ଖାଇବାକୁ ଦିଅନ୍ତି ଆସେ ମୋ ଜଗା ମୋ ନୟନ ପିତୁଳା ତୋ ପାଇଁ ମୁଁ ଖେଚେଡ଼ି କରିକି ରଖିଛି ମୋ ହାତରେ ଖୁଏଇଦେବି ମୋ କୋଳରେ ଆଈ ମା କାହାଣୀ ଶୁନେଇକି ଶୁଏଇ ଦେବି। ଜାଣିଛି ତୋର ଦିନେ ଦିନେ ପହୁଡ଼ ହଉନି ତୁ ଶୋଇ ପାରୁନି ତୋର ସେ କୋମଳ ଆଖିକୁ କେତେ କଷ୍ଟ ହେଉଥିବ । ମୋ କଥା ତତେ କଣ ଶୁଣା ଯାଉନି ଆରେ ମୋ କଳା କାହ୍ନୁ ଆ ଟିକେ ମୋ କୋଳକୁ ତତେ ତୋ ମା ଡାକୁଛି ରେ ।କାହିଁ କେତେ ଦିନରୁ ଏ ଆଖି ତତେ ଟିକେ ମନ ଭରି ଦେଖିନି ସେମିତି ସାଇତା ହେଇକି ରହିଛି ଏ ଲୁହ କେବେ ତୋର ସେ ଚକାଡୋଳା ଆଖିକୁ ମୋର ଏଇ ଦୁଇ ଚର୍ମ ନୟନ ରେ ଦେଖିବି ମୋ ହୃଦୟ ଖୁସିରେ ଫାଟି ପଡୁଥିବ ମୋ ଆଖିରୁ ଆନନ୍ଦ ର ଅଶ୍ରୁ ଝରିପଡୁଥିବ। ହେଲେ ଆଉ ଏଇ ପାଦ ରେ ତୋ ପାଖକୁ ଯିବାକୁ ମୋର ବଳ ପାଉନି ରେ ଗରୁଡ଼ ସ୍ତମ୍ଭ ପଛରେ ଛିଡ଼ା ହେଇ ସେଇ ଦୁଇଟା ଆଖିକୁ ଦର୍ଶନ ଆଉ କରିପାରିବିନି। କାହିଁକି ଏ ସରକାର ତୋର ଆଉ ମୋ ଭିତରେ ଏତେ ବଡ ପାଚେରୀ କରିଦେଲା । ଗୋଟେ ମା ଠୁ ତା ପୁଅ କୁ ଅଲଗା କରିଦେଲା । ଭକ୍ତ ଙ୍କ ଠୁ ତା ପ୍ରାଣ ଶ୍ରୀଜଗନ୍ନାଥଙ୍କୁ ଅଲଗା କରିଦେଲା ଏ ସରକାର । ମୁଁ ଆଉ ତୋ ଦେଉଳ କୁ ବୋଧେ ଆସିପାରିବିନି ମୋ ଦେହ କୁ ତୁ ଶୀଘ୍ର ଏ ମାଟିରେ ମିଶେଇ ଦେ ଏ ଶରୀର ଥାଇ ଲାଭ କଣ ଯଦି ସେ ବଡଦେଉଳ କୁ ନ ଯାଇପାରିଲା । ତୁ ତ ସବୁ ଦେଖୁଚୁ କେମିତି ତୋ ଭକ୍ତ ମନେ ପ୍ରଶାସନ ର ନିୟମ ରେ ବନ୍ଧା ଯେ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଡୁଛି ତୋ ଦର୍ଶନ ପାଇଁ କାହିଁକି ଜାଣିଛୁ ଆମେ କୁଆଡେ ଶ୍ରୀକ୍ଷେତ୍ର ବାସୀ ନୁହେଁ ଏମିତି ଅନ୍ତର ଆଉ ପାନ୍ତର କଣ ପାଇଁ ? ଏତେ ଦୂରରୁ ଆସିକି ଭକ୍ତ ଟେ ଦର୍ଶନ କରିବାକୁ ହେଲେ ସେ କେତେ କଷ୍ଟ ସହିବ ଭକ୍ତକୁ କଷ୍ଟ ହେଲେ ଭଗବାନ ଙ୍କୁ ହୁଏ ତତେ ତ ବହୁତ କଷ୍ଟ ହେଉଥିବ। ଏ ଓଡ଼ିଆ ଜାତି କେବେ ବୁଝିବ ତୋ କଷ୍ଟ କୁ ତୋ ଦୁଃଖକୁ ଖାଲି କଣ ଏମିତି ସହୁଥିବୁ କିଛି କହିବୁନି ଶୁଣିବୁ ହେ ଜଗା……
ଜାଣିଛୁ ଜଗା ତୋ ସହ କଥା ହେବାକୁ ମୋର ଭାରି ମନରେ ହେଲେ ମୁଁ ପରା ଏ ସଂସାର ର ମୋହ ମାୟା ରେ ପଡ଼ିଯାଇଛି । ମତେ କେବେ ଦୂରେଇ ଦବୁନି ତୋ ଠୁ ନ ହେଲେ ମୁଁ ବଞ୍ଚିପାରିବିନି ।