Spread the love

💐ଜୀବନ ରହସ୍ୟ💐

କେବେବି ନିଜ ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ, କାହିଁକିନା ଭଗବାନ ସର୍ବଦା ଏକ ପ୍ରଭାବଶାଳୀ ବ୍ୟକ୍ତିକୁ ହିଁ କଷ୍ଟ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇଥାନ୍ତି ।

👉 ୪୦ ବର୍ଷ ରେ ଉଚ୍ଚ ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଭିତରେ ବିଶେଷ କିଛି ପାର୍ଥକ୍ୟ ନଥାଏ ।
ବେଳେବେଳେ ମୂର୍ଖ ଲୋକମାନେ ମଧ୍ୟ ଶିକ୍ଷିତମାନଙ୍କ ଠାରୁ ବେଶୀ ଅର୍ଥ ରୋଜଗାର କରନ୍ତି ।

👉 ୫୦ ବର୍ଷରେ ସୁନ୍ଦର ଓ ଅସୁନ୍ଦର ସବୁ ସମାନ । ଆପଣଙ୍କ କମନୀୟ ରୂପକାନ୍ତି ଫିକା ପଡିଯାଏ । ଯେତେ ସୁନ୍ଦର ହୁଅନ୍ତୁ ନା କାହିଁକି, ଆପଣଙ୍କ ମୁଖ ମଣ୍ଡଳ ରେ wrinkles ଓ କଳା ଚିହ୍ନ ଆସେ, ଶତଚେଷ୍ଟା କଲେବି ଆପଣ ଏହାକୁ ଲୁଚାଇ ପାରିବେ ନାହିଁ ।

👉 ୬୦ ବର୍ଷରେ ଉଚ୍ଚ ପଦବୀ, ନିମ୍ନ ପଦବୀ ଦୁଇଟି ଯାକ ଏକା କଥା । ଅବସର ପରେ, କି ପିଅନ କି ଅଫିସର । ସମସ୍ତେ ଜଗନ୍ନାଥ ମନ୍ଦିର ଆଳତି ରେ ଭେଟ ହେବେ।

👉 ୬୫ ବର୍ଷ ରେ ବଡଘର ଓ ଛୋଟ ଘରର ମାନେ କିଛି ନଥାଏ । ଶରୀର ଦୁର୍ବଳ ହୁଏ । ଆଣ୍ଠୁ ଯନ୍ତ୍ରଣା ବଢେ । ଇନ୍ଦ୍ରିୟମାନେ ଶକ୍ତିହୀନ ହୁଅନ୍ତି । ସ୍ମୃତି ଶକ୍ତି ହ୍ରାସ ପାଏ ।

👉 ୭୦ ବର୍ଷରେ ଧନ ଥାଉ କି ନଥାଉ, କିଛି ଫରକ ନାହିଁ । ପାଖରେ ପ୍ରଚୁର ସଂପତ୍ତି ଥିଲେବି ,ଆପଣ ନିଜ ଇଛାରେ କିଛି ଖର୍ଚ୍ଚ କରିପାରିବେ ନାହିଁ ।

👉 ୮୦ ବର୍ଷରେ ଶୋଇବା ଚେଇଁବା ଏକକଥା । ନିଦରୁ ଉଠି କଣ କରିବେ ଆପଣ ନିଜେବି ଜାଣି ପାରିବେ ନାହିଁ ।

ଆଜିର ତାରିଖ ରେ ୮୦ ବର୍ଷ ବହୁତ । ତାପରେ, ଆଉ scene ନାହିଁ । ଶେଷରେ Last fighting । ଲିଆ ଫିଙ୍ଗିଦେବେ ।

ତେଣୁ ଅନୁରୋଧ, 🙏
👉ଜୀବନକୁ ଭଲ ପାଆନ୍ତୁ ।
👉ଅହଂକାର କରନ୍ତୁ ନାହିଁ।
👉ସବୁ ଦୁଶ୍ଚିନ୍ତାକୁ ଦୁରେଇ ଦେଇ ଜୀବନ ର ଭରପୁର ମଜା ଉଠାନ୍ତୁ ।
👉ଅର୍ଜିତ ଧନକୁ ନିଜ ଇଛା ଅନୁଯାୟୀ ଖର୍ଚ୍ଚ କରନ୍ତୁ ।
👉ଅନ୍ୟର ଦୋଷତ୍ରୁଟି ନଖୋଜି ନିଜର ଖୋଜନ୍ତୁ ।
👉କାହାକୁ ମାନସିକ କଷ୍ଟ ଦିଅନ୍ତୁ ନାହିଁ ।
👉ଧର୍ଯ୍ୟ,ଦୟା, କ୍ଷମା ଓ ବିନମ୍ରତା ଓ ପରୋପକାର ଗୁଣ ଆଦିର ଅଧିକାରୀ ହୁଅନ୍ତୁ ।

କାରଣ …ଏହି ଗୁଣ ଗୁଡିକୁ ବାର୍ଦ୍ଧକ୍ୟ ଆଦୌ ସ୍ପର୍ଶ କରେ ନାହିଁ ।

ଜୟ ଜଗନ୍ନାଥ 🚩

Leave a Reply

Your email address will not be published. Required fields are marked *