ନମଇଁ ନୃସିଂହ ଚରଣ ଅନାଦି ପରମ କାରଣ ପବିତ୍ର ଏହି ଭାଗବତ ବାଣୀ ଜୀବ ନିସ୍ତାର ହୁଏ ତାହା ଶୁଣି।
ଶୁକଦେବ କହୁଛନ୍ତି ମହାନଦୀ ରେ ଏକ ଦିନ ରାଜା ସ୍ନାନ ଆହ୍ନିକ କ୍ରିୟା ସାରି ଭରତ ଗୋବିନ୍ଦ ସୁମରିଲେ। ସେ ତିନି ମୁହୁର୍ତ୍ତ ଜଳରେ ରହି ଏକାନ୍ତ ରେ ବିଷ୍ଣୁ ଙ୍କୁ ଭଜନ କଲେ। ସେ ତକ୍ଷଣେ ଦେଖିଲେ ଯେ ଏକ ହରିଣ ତୃଷିତ ହୋଇ ଜଳାଶୟ ରେ ଜଳ ପିଉଛି। ଏହି ସମୟରେ ସିଂହ ର ଗର୍ଜନ ଶୁଭିଲା। ମୃଗ ଭୟରେ ପଳେଇଲା। ସେ ହରିଣୀ ର ଜଳ ପାନରେ ତୃଷ୍ଣା ପୂର୍ଣ୍ଣ ହୋଇଲା। ତାହାର ନିକଟରେ ସିଂହ ମଣି ଡେଇଁଲା ମରଣ କାତରେ। ସେ ସ୍ବଭାବ ରେ ଗର୍ଭବତୀ ହୋଇଥିଲେ। ତାହାର ଗର୍ଭ ଜଳରେ ପଡ଼ିଲା। ଗର୍ଭ ନିପାତ ଦେଖି ସେ ପ୍ରାଣ ତେଜିଲେ। ଭରତ ମହୀପାଳ ମୃଗ ଶିଶୁ କୁ ଧରି ଆଶ୍ରମକୁ ଫେରିଲେ। ସେ ମାୟା ରେ ପଡି ତା’ର ସେବା କରନ୍ତି । ତାଙ୍କର ନିୟମ ସନ୍ଧ୍ୟା ଓ ତପ ବିସ୍ମରଣ ହେଲା।
ଅତ୍ୟନ୍ତ ଶୋକକରି ମନେ। ପ୍ରାଣ ଛାଡିଲା ତତକ୍ଷଣେ ॥
ମୃଗର ତହିଁ ମନ ଥିଲା। ତେଣୁ ସେ ମୃଗଜନ୍ମ ହେଲା
ସେ ଅତ୍ୟନ୍ତ ଶୋକରେ ପ୍ରାଣ ଛାଡ଼ିଲେ ତତକ୍ଷଣାତ୍। ତହିଁ ମୃଗର ମନ ଥିଲା ତେଣୁ ସେ ମୃଗ ଜନ୍ମ ପାଇଲେ। ଓମ ନମଃ ଭଗବତେ ବାସୁଦେବାୟ
ନମଃ ଭଗବତେ ବାସୁଦେବାୟ
ଶ୍ରୀରାମ ଚରିତ ମାନସ
꧁ବାଲ କାଣ୍ଡ꧂
ଏ ଯେ ଦାନବ ଦୈତ୍ୟରାଜା। ନିଜ ସ୍ଵଭାବେ ମହାତେଜା। ଅସୁରବୁଦ୍ଧି ନ ଘେନିଲା। ଗୁରୁବଚନ ନ ମାନିଲା।
ବନ୍ଧୁ ବାନ୍ଧବ ଜ୍ଞାତି ଯେତେ। ଏହାଙ୍କୁ ଛାଡ଼ିଲେ ସମସ୍ତେ। କେବେହେଁ ସତ୍ୟ ନ ଛାଡ଼ିଲା। ମୋର ବଚନେ ମନ ଦେଲା।
ଏ ଭୂମିଦାନ ଦେଲା ମୋତେ। ଏ ଲୋକେ ଥିବ ଏ କେମନ୍ତେ। ଏହାକୁ ଦେବି ଦିବ୍ୟସ୍ଥାନ। ସ୍ଵର୍ଗହୁଁ ଦୁର୍ଲ୍ଲଭ ଭୁବନ।
ନିର୍ମିତ ବିଶ୍ଵକର୍ମା ପୁର। ଦେବ- ଦାନବେ ଅଗୋଚର। ଯେ ପୁରେ ଆଧି ବ୍ୟାଧି ନାହିଁ। କାଳର ତେଜ ନ ଲାଗଇ।
ସେ ପୁରେ ଥିବ ଏ ନିଶ୍ଚିନ୍ତେ। ସାବର୍ଣ୍ଣିମନୁ ପରିଯନ୍ତେ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଅଷ୍ଟମ ସ୍କନ୍ଧ , ଏକବିଂଶ ଅଧ୍ୟାୟ )
ପ୍ରସଙ୍ଗ – ବଳି ବାମନ ସମ୍ବାଦ
– ଶ୍ରୀଭଗବାନ ବ୍ରହ୍ମାଙ୍କୁ କହିଲେ , ହେ ବିଧାତା ! ଦାନବ ଓ ଦୈତ୍ୟ ମାନଙ୍କର ଅଧିପତି ଏହି ତେଜସ୍ଵୀ ରାଜା ବଳି ନିଜର ଉତ୍ତମ କର୍ମ ଦ୍ଵାରା ଉଭୟ କୁଳର କୀର୍ତ୍ତି ବର୍ଦ୍ଧନ କରିଛନ୍ତି। ଦାନବକୁଳରେ ଜାତ ହୋଇ ମଧ୍ୟ ସେ ଆସୁରିକ ପ୍ରବୃତ୍ତି ଉପରେ ବିଜୟ ଲାଭ କରିଛନ୍ତି। ମୋତେ ତିନିପାଦ ଭୂମି ଦାନ ଦେବାପାଇଁ ଗୁରୁ ଶୁକ୍ରାଚାର୍ଯ୍ୟ ବାରଣ କଲେ ମଧ୍ୟ ତାଙ୍କ କଥା ନମାନି ତାଙ୍କ ଠାରୁ ଶାପ ପାଇବା ସତ୍ତ୍ଵେ ଏହି ସତ୍ୟସନ୍ଧ ରାଜା ବଳି ମୋତେ ତିନିପାଦ ଭୂମି ଦାନ ଦେବାପାଇଁ କରିଥିବା ସକଳ୍ପରେ ଅଟଳ ରହିଲେ। ଏହି ରାଜା ବଳିଙ୍କର ବନ୍ଧୁ ବାନ୍ଧବ ଓ ଜ୍ଞାତିଜନମାନେ ଏହାଙ୍କୁ ଛାଡ଼ି ଚାଲିଗଲେ ମଧ୍ୟ ସେ ମୋତେ ଭୂମି ଦାନ ଦେବାକୁ କରିଥିବା ସକଳ୍ପରୁ ବିଚଳିତ ନହୋଇ ମୋତେ ଭୂମି ଦାନ ଦେଲେ। ତେଣୁ ଏହି ସତ୍ୟସନ୍ଧ ରାଜା ବଳି ଆଉ ଏହି ଲୋକରେ ରହିବେ ନାହିଁ। ମୁଁ ତାଙ୍କୁ ଏଭଳି ଏକ ଦିବ୍ୟସ୍ଥାନ ପ୍ରଦାନ କରିବି ଯାହାକି ସ୍ଵର୍ଗର ଦେବତାମାନଙ୍କୁ ମଧ୍ୟ ଦୁର୍ଲ୍ଲଭ ଅଟେ। ଦେବତା ଓ ଦାନବ ମାନଙ୍କୁ ଅଗୋଚର ହୋଇଥିବା ବିଶ୍ଵକର୍ମାଙ୍କ ଦ୍ବାରା ନିର୍ମିତ ସେହି ସୁତଳଲୋକ ମୁଁ ଏହି ସତ୍ୟସନ୍ଧ ରାଜା ବଳିଙ୍କୁ ପ୍ରଦାନ କରିବି। ମୋ କୃପାରୁ ସେହିପୁରରେ କାଳର ଭୟ ନାହିଁ ଓ ସେଠାରେ ନିବାସ କରୁଥିବା ଲୋକମାନଙ୍କୁ ଶାରୀରିକ ଓ ମାନସିକ ରୋଗ ସ୍ପର୍ଶ କରେନାହିଁ । ସେହି ଦିବ୍ୟ ସୁତଳଲୋକରେ ଏହି ରାଜା ବଳି ସାବର୍ଣ୍ଣିମନ୍ଵନ୍ତର ପର୍ଯ୍ୟନ୍ତ ନିର୍ବିଘ୍ନରେ ବାସ କରିବେ।
ଭାବାର୍ଥ – ଅସୁର ରାଜା ବଳି ସାବର୍ଣ୍ଣିମନ୍ଵନ୍ତର ପର୍ଯ୍ୟନ୍ତ ବିଶ୍ଵକର୍ମାଙ୍କ ଦ୍ବାରା ନିର୍ମିତ ସୁତଳଲୋକରେ ନିବାସ କରିବେ ବୋଲି ଭଗବାନ ବ୍ରହ୍ମାଙ୍କୁ କହିଲେ।
L
ବୟସ ଯାହା ବି ହୋଉ, ହୋଇପାରେ କମ-ବେଶି… ସମ୍ମାନ ସମସ୍ତଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଓ ଗୁରୁତ୍ୟପୂର୍ଣ୍ୟ ହୋଇଥାଏ….
ସଂମ୍ମାନ ଦେଇ ନ ଜାଣିଲେ ଫେରି ପାଇବାର ଆଶା ରଖିବା ବୃଥା
ଭଲ ସମୟଟା ମିଳିଛି ବା ଯଦି
ହାତଛଡା କରନାହିଁ,
ସଂପୂର୍ଣ୍ଣ ଖୂସୀ ଓ ଆନନ୍ଦରେ ରୁହ
ସଦା ଏ ରହିବ ନାହିଁ।
ଜୀବନ ସ୍ୱଳ୍ପ ସମୟ
ଆନନ୍ଦେ ଜୀବନ ଜିଇଁବା ପ୍ରଣାଳୀ
ସହଜରେ ଶିଖିନିଅ।
ଦୁନିଆଁରେ ଯେତେ ତୀର୍ଥ ବୁଲିଲେ ଆଉ ଯେତେ ଓଷା କଲେ ବି ବାପା ଆଉ ମାଆଙ୍କ ସେବା ଠାରୁ ଆଉ କୈାଣସି ସେବା ବଡ଼ ନୁହେଁ ।
ଚୁପ୍ ରହିବା କୈାଣସି ବ୍ୟକ୍ତିର କମଜୋର୍ ନୁହେଁ ତାଙ୍କର ଧୈର୍ଯ୍ୟର ପରିଚୟ ଦେଇଥାଏ ନଚେତ୍ ଯାହାକୁ ସହିବା ଆସେ ତାକୁ ମଧ୍ୟ କହିବା ଆସେ ।
କେତୋଟି ସାର୍ଟିଫିକେଟ ଧରି ଯେଉଁମାନେ ଆଜି ଲୋକଙ୍କୁ ନୀଚ୍ଚ ନଜରରେ ଦେଖୁଛନ୍ତି ସେହିମାନେ କେବେ ସମ୍ମାନର ସହିତ ନିଜ ବାପା ମା’ଙ୍କୁ ପଚାରି ଦେଖୁଛନ୍ତି କି,ଆଜି ତୁମେ ବଡ଼ ଲୋକ ହେବା ପଛରେ ସେମାନେ କ’ଣ କ’ଣ ତ୍ୟାଗ ଆଉ କେମିତି ଜୀବନ ଅତିବାହିତ କରିଥିଲେ ।