Spread the love

*🦋 କାହା ଉପରେ ଅତ୍ୟଧିକ ଭରଷା କରିବା ମୂର୍ଖାମି,କାରଣ ଅନ୍ଧାରରେ ନିଜ ଛାଇ ବି ସାଥୀରେ ରହେନାହିଁ । ଯଦି ସ୍ୱପ୍ନ ପୁରା ହେଉ ନାହିଁ ତେବେ ରାସ୍ତା ବଦଳାନ୍ତୁ, ସିଦ୍ଧାନ୍ତ ନୁହେଁ । କାରଣ ଗଛ ସର୍ବଦା ପତ୍ର ବଦଳେଇ ଥାଏ ମୂଳ ନୁହେଁ ।*

*🦋 ମାଆ ଭଳି ଭଲ ପାଉଥିବା, ବୁଝି ପାରୁଥିବା ଆଉ ବୁଝାଇ ପାରୁଥିବା ସାଥିଟିଏ ମିଳିବା ବହୁତ କଷ୍ଟ । ସେଥିପାଇଁ ତ କୁହାଯାଏ ଯେ,ମାଆ ଠାରୁ ବଡ ବନ୍ଧନ ଏବଂ ମାଆ ଠାରୁ ବଡ ବିକଳ୍ପ ଏ ସଂସାରେ ଆଉ କିଛି ନାହିଁ।*

*🦋 ଜୀବନଟା କେବଳ ସଫଳତାର ପରିଭାଷା ନୁହେଁ,ବରଂ ଛାଇ ଆଲୁଅର ମିଛ ଲୁଚକାଳି କାହା ପାଇଁ ଉପଭୋଗର ପଶାପାଲି ତ କାହା ପାଇଁ ଭାଗ୍ୟର ସାପଶିଡି଼ ଖେଳ,କୃତଜ୍ଞତାର ସ୍ଵର ଅଛି,କୃତଘ୍ନର ରଙ୍ଗବି ରହିଛି,କେବଳ ହସଖୁସିରେ ବଞ୍ଚିଯିବା କଥା।*

*🦋 ସମୟ ମାଗଣାରେ ମିଳିଥାଏ କିନ୍ତୁ ଏହା ଅମୂଲ୍ୟ ,ସମୟକୁ କେହି ଅଟକାଇ ରଖିପାରିବା ନାହିଁ କିନ୍ତୁ ଖର୍ଚ୍ଚ କରିପାରିବା,ହେଲେ ଥରେ ଯଦି ଏହି ସମୟକୁ ହାତଛଡା କରି ଦେଲେ ତ ଆଉ ମିଳିବ ନାହିଁ।*

.

.
.

.

Leave a Reply

Your email address will not be published. Required fields are marked *