Spread the love

“ମୁକ୍ତଅବସ୍ଥା ଆମମାନଙ୍କର ସ୍ଵଭାଵ। ସୁତରାଂ ତାହା ଲାଭ କରିବା ଯାବତୀୟ କାର୍ଯ୍ୟ ଅପେକ୍ଷା ସହଜ। ଧର୍ମଲାଭ କରିବାକୁ ବିଦ୍ୟାବୁଦ୍ଧି, ମୂଳଧନ କିମ୍ବା ବଳବୀର୍ଯ୍ୟର ପ୍ରୟୋଜନ ହୁଏ ନାହିଁ। କେବଳ ପ୍ରାଣଭରା ବିଶ୍ୱାସ ଓ ଭକ୍ତିର ପ୍ରୟୋଜନ ହୁଏ।”

କାହାକୁ କିଛିବା ଦିଅକି ନଦିଅ
କରନାହିଁ କେବେ ହିଂସା,
ନିଜର ଯେତିକି ସେତିକିରେ ରହି
ଅଧିକ କରନି ଆଶା ।

ରାତି ପାହିଗଲା ପରେ ଯେପରି ସକାଳ ଆସେ ସେହିପରି ଦୁଃଖ ପରେ ସୁଖ ନିଶ୍ଚିତ ଆସେ, କେବଳ ପାର୍ଥକ୍ୟ ଏତିକି ସୁଖ ଜୀବନରେ ଅହଙ୍କାର ଭରିଦିଏ ଦୁଃଖ କିଛି ଶିକ୍ଷା ଦେଇଯାଏ ଓ ଜୀବନର ପ୍ରକୃତ ମୂଲ୍ୟ ଚିହ୍ନେଇ ଦେଇ ଯାଏ ।

ମଣିଷ ହିଁ ମଣିଷକୁ ଦୁଃଖ ଓ କଷ୍ଟ ଦେଇଥାଏ କିନ୍ତୁ ବିଚରା ମଣିଷ ଭଗବାନଙ୍କୁ ଦୋଷ ଦେଇଥାଏ ।

Life ରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଯଦି ଲୋକଙ୍କ କଥା ପ୍ରତି ବଧିର ହୋଇଯାଆନ୍ତୁ, ଯଦି ଲୋକଙ୍କ କଥା ଶୁଣିବେ ମନୋବଳ ଓ ହୃଦୟ ଭାଙ୍ଗିଯାଏ

ସହନଶୀଳତା ଏକ ମୂଲ୍ୟବାନ ଗୁଣ ଅଟେ,କିନ୍ତୁ ନିଜର ଆତ୍ମସମ୍ମାନ କୁ ହଜେଇ ଦେଇ ସହିଲେ ମୃତ୍ୟୁ ସାଙ୍ଗରେ ସମାନ ହୋଇଥାଏ।

ଭିନ୍ନ ଭାବରେ କାମ କରିବାର ଶୈଳୀକୁ ଆପଣେଇବା ଉଚିତ। ଏଥିପାଇଁ ନିଜକୁ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ।*

Life ରେ ଏକ Delete ବଟମ୍ Sure ରଖ । କିଛି ସମ୍ପର୍କ,କିଛି ମିଥ୍ୟା ଲୋକ ଏବଂ ଆଉ କିଛି ସ୍ମୃତିକୁ ନିହାତି Delete କରନ୍ତୁ।

ଯଦି ତୁମେ ଠିକ ରାସ୍ତାରେ ଅଛ।ପ୍ରମାଣ ଦେବା କିଛି ଦରକାର ନାହିଁ।ସମୟ ହିଁ ଠିକ ସମୟରେ ଜବାବ ଦେବ।*

 

Related Post

Leave a Reply

Your email address will not be published. Required fields are marked *

You Missed