Spread the love

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ। ପଦୁ ଗଡ଼ୁଛି ମକରନ୍ଦ॥
ସେ ମକରନ୍ଦ ପାନ କରି। ହେଳେ ତରିଲେ ବ୍ରଜନାରୀ॥
ସେ ବ୍ରଜନାରୀଙ୍କ ପୟରେ । ମନ ମୋ ରହୁ ନିରନ୍ତରେ ॥
ମନ ମୋ ନିରନ୍ତରେ ଥାଉ। ହା କୃଷ୍ଣ ବୋଲି ଜୀବ ଯାଉ ॥

କଳିର ଆଗମନରେ କିପରି ହୋଇବ ଲୋକଙ୍କ ବେଭାର। ଶ୍ରଦ୍ଧା ଛାଡିବେ ଅତି ଦୁରେ । ଶରୀର ଦୁର୍ବଳ ହୋଇବ। ବୁଦ୍ଧି ହୋଇବ ଲୋଭରେ ବଶ। ସ୍ବଭାବେ ଅଳ୍ପ ଆୟୁଷ ହେବେ । ସମସ୍ତେ ଦୁର୍ଭାଗ୍ୟ ହେବେ । ଭଗବାନ ଜାଣିଲେ ଯୋଗବଳେ। ବ୍ରାହ୍ମଣ ଆଦି ଚାରିବର୍ଣ୍ଣ କିପରି ବଞ୍ଚିବେ ଯେଉଁ ଧର୍ମରେ। ବେଦ ଉଚିତ ଶୁଦ୍ଧ କର୍ମ କରି ଆଶ୍ରମ ରେ ଭିନ୍ନ ଭିନ୍ନ ଧର୍ମରେ ଆଚରିବେ। ଧର୍ମ ସାଧିବେ ଯଜ୍ଞ ମତେ। ବେଦ କୁ ଚାରିଖଣ୍ଡ କଲେ ଯଥା ଋକ ସାମ ଯର୍ଦୁ ଓ ଅର୍ଥବ। ଅଷ୍ଟାଦଶ ପୁରାଣ ସୃଷ୍ଟି କଲେ। ଅଳ୍ପ ବୁଦ୍ଧି ଜନ ମାନେ ବେଦ ଧରିବେ ଦୃଢ ଚିତ୍ତେ। ତେଣୁ ଏ ବେଦକୁ ଭାଗ କଲେ ଯାହାର ମତି ଅନୁସାରେ। ଏ ଜଗତେ ସ୍ତ୍ରୀ ଓ ଶୁଦ୍ର ଜନମାନେ ଯୋଗ୍ୟ ନୁହନ୍ତି ବେଦପଥରେ। ତାହାଙ୍କ ନିସ୍ତାର ନିମନ୍ତେ ପୁରାଣ ସୃଜନ କଲେ।କଳିଯୁଗରେ ଜ୍ଞାନୀ ବୋଲାଉଥିବା ଲୋକମାନେ ଅଜ୍ଞାନୀ ହେବେ,, ବଡ଼ ବଡ଼ ଆସନଗ୍ରହଣ କରିଥିବା ବ୍ୟକ୍ତି ମାନେ ସେମାନଙ୍କ ଭୁଲ ଜାଣିପାରିବେନି,,, ସେମାନଙ୍କ ମର୍ଯ୍ୟାଦା ପୁର୍ଣ ଆସନ ରେ କଳି ବସିବେ, ସେମାନଂକୁ ଅଜ୍ଞାନ କରେଇ ଗାଦିଚୁତ କରେଇବେ,, ଅଳ୍ପବୁଦ୍ଧି ମାନେ ସିଙ୍ଗାହାସନ ରେ ଅଧିଷ୍ଠିତ ହେବେ,,,

Related Post

Leave a Reply

Your email address will not be published. Required fields are marked *

You Missed