Spread the love

ଅପ୍ରିୟ କଥା !
*ସାବଧାନ* *ମାନବ* *ସମାଜ* !

ବୃକ୍ଷ ବି କଥା କହେ । ଜୀବନ ଦାନ କରେ । ହୁଏତ ଦୁଷ୍ଟ ମାନବ ନିଜର ଅହଙ୍କାର ବଶବର୍ତ୍ତୀ ହୋଇ ଭୁଲି ଯାଇଥିଲା ।କରୋନା ତାଣ୍ଡବ ଲୀଳା କଲା ପରେ ମୁଢ଼ ମାନବ ବୃକ୍ଷର ମହତ୍ୱ ବୁଝିଲା। ଅମ୍ଳଜାନ ଦେଉଥିବା ଗଛକୁ କାଟିବାର ଫଳ ଭୋଗୁଛି ମାନବ ସମାଜ ।ଯେତେବେଳେ Oxygen ସିଲିଣ୍ଡର୍ ପାଇଁ ହା ହା କାର ପଡ଼ିଥିଲା,ସହରରେ ଘରେ ଘରେ ସମସ୍ତେ କୁଜି ଡାକ୍ତର ବନିଗଲେ ।ବଜାରରୁ ଚଢ଼ା ଦରରେ Oxegen ସିଲିଣ୍ଡର କିଣି ଘରେ ବ୍ୟବହାର କରିବା ଆରମ୍ଭ କଲେ। ନଭଶ୍ଚୁମ୍ଭି ଉଚ୍ଚ ଅଟ୍ଟାଳିକା ଓ ଦାମୀ ଫ୍ଲାଟ୍ ବାହାନାରେ ସହରୀ ବାବୁ ମାନେ ଜୀବନ ଦାନ ଦେଉଥିବା ବୃକ୍ଷ ପ୍ରଦାନ କରୁଥିବା ଅମ୍ଳଜାନ ଅନୁଭୂତିକୁ ଭୁଲି ଯାଇଥିଲା । ବୋତଲ ପାଣି ପରି Oxygen ସିଲିଣ୍ଡର୍ କିଣିବାକୁ ପଡୁଥିଲା ।ଏକର ଏକର ସବୁଜ ଚାଷଜମି ଉପରେ ଉଚ୍ଚ ନଭ ଶ୍ଚୁମ୍ଭୀ ଅଟାଲିକା ଓ ହାଇ ଷ୍ଟାଟସ୍ ଆଉ କାମ ଦେଲାନି ।କୋଟି ପତି ଯେଉଁଠି ଭିକାରୀ ବି ସେଇଠି ।ମେଡ଼ିକାଲରେ ଉଭୟଙ୍କ ଶଯ୍ୟା ପାଖା ପାଖି ।କୋଟି ପତି ଅହଙ୍କାର ଛାଡ଼ି ଗରୀବ ସହିତ ମନ ଖୋଲି ଦି ପଦ କଥା ହେଲା ।କଥା ନହେବାର ଚାରା ନାହିଁ । କଣ ଲାଭ ଅଛି ଗଛ କାଟି ସବୁଜ ଭୂମିରେ ଫ୍ଲାଟ୍ /ଅଟ୍ଟାଳିକା ବନେଇବା ? ତଥାପି ମଣିଷ ବୁଝି ପାରୁନି ।ବୃକ୍ଷର ମହତ୍ୱ ବୁଝିବାକୁ ଚେଷ୍ଟା କରନ୍ତୁ ।ଆଜି Oxegen ପାଇଁ ବାଉଳି ହେଲେ ଲାଭ କଣ ?

ହିନ୍ଦୁ ଧର୍ମ ଅନୁସାରେ ପୁର୍ବଜ ବୃକ୍ଷ ପୂଜା କରୁଥିଲେ ।ଶାସ୍ତ୍ର ବିଧି ଅନୁସାରେ ଚାଲିଥିଲା । କୁଆଡୁ ଇଂରେଜ ଆସିଲେ ଓ ନିର୍ଜୀବ ଗଛକୁ ଆଲୋକରେ ସଜେଇ X MAS TREEE ନାଁ ଦେଇ ଆମ ଭାରତୀୟ ସଂସ୍କୃତିକୁ ଠେଲି ଦେଇ ପଛକୁ କରିଦେଲେ ।ଅମ୍ଳଜାନ ଦେଉଥିବା ଗଛକୁ କାଟି ବିଦେଶୀ ଜଡ ବୃକ୍ଷକୁ ପୂଜା କଲେ । ପରିଣାମ ଆପଣଙ୍କ ସାମ୍ନାରେ । ବରଗଛ, ନିମ ଗଛ,ଓସ୍ତ ଗଛ, ଜାମୁ ଗଛ,ଅଶୋକ ଗଛ, ଅର୍ଜ୍ଜୁନ ଗଛ, କଦମ୍ବ ଗଛ … ଔଷଧିୟ ଗୁଣ ତଥା ପ୍ରଚୁର ପରିମାଣରେ ଅମ୍ଳଜାନ ଦେଇଥାଏ। ପୁର୍ବଜ ମାନେ ସେଥିପାଇଁ ବୃକ୍ଷ ପୂଜା କରୁଥିଲେ ଓ ସୁସ୍ଥ ଜୀବନ ଯାପନ କରୁଥିଲେ । ମା ସୀତା ଅଶୋକ ବୃକ୍ଷ ତଳେ ରହି ପୁରା ସଂସାରକୁ ଏକ ବାର୍ତ୍ତା ଦେଇଛନ୍ତି। ଭଗବାନ ଶ୍ରୀକୃଷ୍ଣ କଦମ୍ବ ବୃକ୍ଷ ତଳେ ବିଶ୍ରାମ ନେଇ ଏକ ସୁନ୍ଦର୍ ବାର୍ତ୍ତା ଦେଇଛନ୍ତି।ମହାଭାରତ ଧର୍ମଯୁଦ୍ଧ ସମୟରେ କୁରୁକ୍ଷତ୍ରରେ ବଟବୃକ୍ଷ ମୂଳେ ଗୀତା ଜ୍ଞାନ ଦେଇଥିଲେ ସାରା ଦୁମିଆକୁ ।ଭଗବାନ ବୁଦ୍ଧ ଜଙ୍ଗଲରେ ଗଛ ମୂଳେ ତପସ୍ୟା କରି ବାର୍ତ୍ତା ଦେଇଛନ୍ତି ଅହିଂସା ପରମ ଧର୍ମ। ସେ ବାର୍ତ୍ତାକୁ ବୁଝି ନପାରି ଆଜି ମାନବ ସମାଜ ନିଜକୁ ବିପଦ ମୁହଁକୁ ଟାଣି ନେଇଛି ।

ତେଣୁ ଛୋଟ ମୁହଁରେ ବଡ଼ କଥା ।ଆପଣଙ୍କୁ ବିନମ୍ର କରପତ୍ର ଯୋଡ଼ି ଦଣ୍ଡବତ ପ୍ରଣାମ, ଦୟାକରି ଗଛ କାଟନ୍ତୁ ନାହିଁ।ଅତି କମରେ ନିଜେ କିଛି ଗଛ ନିଜ ହାତରେ ଆଖ ପାଖରେ ରୋପଣ କରନ୍ତୁ। କିଛି ନହେଲେ ଆତ୍ମ ସନ୍ତୋଷ ମିଳିବ ନିଶ୍ଚିତ ।କିଏ ଜାଣେ ଆପଣଙ୍କର ଏ ମହାନ କାର୍ଯ୍ୟ ପରୋକ୍ଷରେ କାହାର ଜୀବନ ବଞ୍ଚେଇ ପାରିବ। କବିତା ମାଧ୍ୟମରେ ଏ ଛୋଟ ଅନୁରୋଧ ।
ବୃକ୍ଷ ହିଁ ଜୀବନ ।ସଚେତନତା ମାଧ୍ୟମରେ ସର୍ବ ସାଧାରଣଙ୍କୁ ବୁଝେଇ ବୃକ୍ଷ ରୋପଣ କରିବା ସହିତ ପରିବେଶ ସୁରକ୍ଷିତ ରଖନ୍ତୁ ଓ ପ୍ରାଣୀଙ୍କ ଜୀବନ ବଞ୍ଚାନ୍ତୁ।
🙏

Leave a Reply

Your email address will not be published. Required fields are marked *