Spread the love

କନ୍ଧମାଳ : ନୂତନ ବର୍ଷ 2024 ଉପଲକ୍ଷେ 4 ଜଣ ଦୃଷ୍ଟିବାଧିତ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ଲାପ୍ ଟପ୍ ପ୍ରଦାନ କରାଯାଇଛି

 

କନ୍ଧମାଳ ଜିଲ୍ଲା ଅଧିନସ୍ତ ( 4 ) ଜଣ ଦୃଷ୍ଟିବାଧିତ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କୁ ରାଜ୍ୟ ସରକାର ଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଲାପ୍ ଟପ୍ ଅନୁମଦିତ ହେଇଥିଲା l ଉକ୍ତ ଲାପ୍ ଟପ୍ ଟିକୁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପଟେଲ୍ ଙ୍କ ଦ୍ୱାରା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବଳରାମ ସେଠି ମହୋଦୟ ଙ୍କ ଉପସ୍ତିତ ରେ ନୂତନ ବର୍ଷ ତା :01/01/2024 ଉପଲକ୍ଷେ ଉପହାର ସ୍ୱରୂପ ବିତରଣ କରାଯାଇଛି l ଉକ୍ତ ଛାତ୍ର ଛାତ୍ରୀ ମାନେ ହେଲେ ଟୁଇଁଙ୍କୀଲ୍ କହଁର , କରନସିଂ ଦିଗାଲ, କାଁହୁଚରଣ ସାହୁ ଏବଂ ଜ୍ୟୋତିରଞ୍ଜନ ମଲ୍ଲିକ l ଏହି ଲାପ୍ ଟପ୍ ବିତରଣ କାର୍ଯ୍ୟଟିକୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବଡ଼ସେଟ୍ ଏବଂ ସମସ୍ତ କର୍ମଚାରି ଯଥା ରଶ୍ମିରେଖା , ଶୁଭ, ଇତିରାଣୀ, ସୁଜିତ୍ ପ୍ରମୁଖ ଯୋଗ ଦେଇଥିଲେ l ଛାତ୍ର ଛାତ୍ରୀ ମାନେ ଉକ୍ତ ଲାପ୍ ଟପ୍ ପାଇବା ପରେ ଓଡ଼ିଶାର ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲ ଏବଂ କନ୍ଧମାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ସମସ୍ତ ଷ୍ଟାପ୍ ଙ୍କୁ ଧନ୍ୟବାଦ ଦେବାସହିତ କୃତଜ୍ଞତା ଜଣେଇଛନ୍ତି l କନ୍ଧମାଳ ଜିଲ୍ଲା ରୁ କୁନା ଦିଗାଲ ଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *