Spread the love

କନ୍ଧମାଳ : ଗୁମାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଭାଷା, ସାହିତ୍ୟ ଓ ସୁଜନଶିଳତାର ଉତ୍ସବ ପାଳିତ.

କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଗୁମାଗଡ଼ ଗ୍ରାମରେ ଥିବା ନୃସିହନାଥ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ତଥା ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନ ଶିଳତା କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି l ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଙ୍ଗୀତ ଗାନ କରି ପୁଷ୍ପଗୋଛ ଦେଇ ସ୍ୱାଗତ କରିଥିଲେ l ଏହି କାର୍ଯ୍ୟ କ୍ରମ ଟିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ପ୍ରତିନିଧି ତଥା ଏହି ସ୍କୁଲ ର ସଭାପତି ନୀଳାମ୍ବର କହଁର, ଗୁମାଗଡ଼ ପଞ୍ଚାୟତ ର ସରପଞ୍ଚ ପ୍ରତାପ ଚନ୍ଦ୍ର କହଁର ,ସାମ୍ବାଦିକ ବାଳକୃଷ୍ଣ କହଁର ଯୋଗଦେଇଥିଲେ l ଏହି କାର୍ଯ୍ୟ କ୍ରମ ଟି ପ୍ରଧାନ ଶିକ୍ଷକ ହୃଦରଞ୍ଜନ ପାଣିଗ୍ରାହୀ ଅଧ୍ୟକ୍ଷତା କରୁଥିବା ବେଳେ ଶିକ୍ଷକ ମହେଶ୍ୱର ସାହୁ ପରିଚାଳନା କରିଥିଲେ l ଏଥିରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରଜେକ୍ଟ ତିଆରି କରି ଅଭିଭାବକ ମାନଙ୍କୁ ପ୍ରଦର୍ଶନ ଦେଖେଇଥିଲେ l ଏହା ଏକ ସରକାର ଙ୍କ ଅଭିନଵ ପ୍ରୟାସ ଏହା କରିବା ଦ୍ଵାରା ପିଲାମାନଙ୍କ ର ଭାଷା, ଜ୍ଞାନ, କୌଶଳ ବୃଦ୍ଧି ପାଇବା ସହ ଉର୍ନତି ହେଇପାରିବ l ଏହି ଭାଷା, ଜ୍ଞାନ, ସୃଜନ ଶିଳତା ର ଭାଗନେଇ ଯେଉଁ ଛାତ୍ର ଛାତ୍ରୀ ମାନେ ଭଲ ଦର୍ଶାଇ ଥିଲେ ସେମାନ ଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ଦିଆଯାଇଥିଲା l ଶେଷରେ କାଳିନ୍ଦୀ ଚରଣ ରାଉତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l କନ୍ଧମାଳ ଜିଲ୍ଲା ରୁ କୁନା ଦିଗାଲ ଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *