କନ୍ଧମାଳ : ନୂଆ ଓଡ଼ିଶା, ଯୁବଓଡ଼ିଶା, ନବୀନ ଓଡ଼ିଶା ର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ
କନ୍ଧମାଳ ଜିଲ୍ଲା ଟିକାବାଲି ଏ ଏମ. ସି. ଏସ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ରଦନ ମଳି ଯୋଗ ଦେଇଥିଲେ l ସେହିପରି ମୁଖ୍ୟ ବକ୍ତା ଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କଂହର, ସମ୍ମାନିତ ଅତିଥିଭାବେ ଅଧ୍ୟାପକ ବିଷ୍ଣୁପ୍ରସାଦ ରଥ, ବନମାଳି ବେହେରା, ବିରୂପାକ୍ଷ ତ୍ରିପାଠୀ ଯୋଗଦେଇ ଥିଲେ, ନୋଡାଲ ଅଫିସର ଅଧ୍ୟାପକ ରତନ ଦିଗାଲ, ଜ୍ଞାନ ରଞ୍ଜନ ଭୋଇ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ସ୍ନାତକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ନୃତ୍ୟ, ସଂଗୀତ, ପ୍ରବନ୍ଧ ତର୍କ, ରଙ୍ଗୋଲି, ସୁନ୍ଦରୀ ଏହିପରି ଅନେକ ପ୍ରତିଯୋଗିତା ର ମାନପତ୍ର ସହ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ, କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ l