ଶ୍ରୀମଦ ଭାଗବତ ଗୀତା ଉପାଖ୍ୟାନ,
କଥାରେ ଅଛି- ‘ବୁଝ୍ ନ ବୁଝ୍ ପଢ଼ ଗୀତା, ରୁଚୁ କି ନ ରୁଚୁ ଖାଆ ପିତା।’ ପିତା ଯେମିତି ଶରୀରର ଜୀବାଣୁ ନାଶ କରି ଶରୀରକୁ ସୁସ୍ଥ ରଖିଥାଏ, ଠିକ୍ ସେମିତି ଗୀତା ଆମ ମନକୁ ସୁସ୍ଥ ରଖିଥାଏ। କୁହାଯାଏ ଯେ, ଗୀତା ପାଠ ଆମର ମନର ମଇଳାକୁ ଦୂର କରିବା ସହ ଚରିତ୍ରକୁ ସଂଶୋଧନ ଓ ମାର୍ଜିତ କରିଥାଏ। ଗୀତା ପାଠର ଯୁକ୍ତାତ୍ମକ ପ୍ରଭାବ ଆମର କାର୍ଯ୍ୟଶୈଳୀ ଉପରେ ପଡ଼ିଥାଏ। ଫଳରେ ଜୀବନର ପ୍ରତିଟି ସୋପାନକୁ ସାମ୍ନା କରିବାକୁ ଆମକୁ ଶକ୍ତି ମିଳିଥାଏ। ତେବେ ବଡ଼ କଥା ହେଉଛି, ଗୀତା ପାଠ ଦ୍ୱାରା କ’ଣ ଲାଭ ମିଳେ ତାହା ଅନୁଭବୀ ହିଁ କହିପାରିବ। ଗୀତା ପାଠ କରିବା ଦ୍ୱାରା ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି। ହିନ୍ଦୁ ଧର୍ମର ଏହା ହେଉଛି ପବିତ୍ର ଧର୍ମଗ୍ରନ୍ଥ। ଗୀତାର ଅଠର ତମ ଅଧ୍ୟାୟକୁ ନିୟମିତ ପଢିଲେ ଦୈନନ୍ଦିନ ଜୀବନରେ ସମସ୍ତ ଅସୁବିଧାରୁ ମୁକ୍ତି ମିଳିବାର କୁହାଯାଏ। କିନ୍ତୁ ଆଜି କାଲି ବ୍ୟସ୍ତ ବହୁଳ ଜୀବନରେ ଲୋକମାନଙ୍କୁ ଭଗବତ୍ ଗୀତା ପାଠ କରିବାର ସମୟ ମିଳୁନାହିଁ। ଏହାର ଏକ ବିକଳ୍ପ ରହିଛି। ଏମିତି ୪ଟି ମନ୍ତ୍ର ଅଛି ଯାହାକୁ ଜପ କରିବା ଦ୍ୱାରା ଆପଣଙ୍କୁ ପୂରା ଶ୍ରୀମଦ୍ ଭାଗବତ ଗୀତା ପାଠର ପୁଣ୍ୟ ମିଳିବ। ଆସନ୍ତୁ ସେହି ୪ଟି ଶ୍ଲୋକ ବିଷୟରେ ଜାଣିବା।
ଅହମେବାସମେବାଗ୍ରେ ନାନ୍ୟଦ ଯତ୍ ସଦସତ ପରମ ପଶ୍ଚାଦହଂ ୟଦେତଚ୍ଚ ଯୋ ବଶିଷ୍ୟତେ ସୋ ସମ୍ୟହମ୍।
ଶ୍ରୁତୋ ଥଁ ୟତ୍ ପ୍ରତୀୟେତ ନ ପ୍ରତୀୟେତ ଚାତ୍ମନି ନଦ୍ବିଦ୍ୟାଦାତ୍ମନୋ ମାୟା ଯଥା ଭାସୋ ଯଥା ତମ।
ଯଥା ମହାନ୍ତି ଭୂତାନି ଭୂତେଷୂଚ୍ଚାବଚେଷ୍ୱନୁ ପ୍ରବିଷ୍ଟାନ୍ୟପ୍ରବିଷ୍ଟାନି ତଥା ତେଷୁ ନ ତେଷ୍ୱହମ୍।
ଏତାବଦେବ ଜିଜ୍ଞାସ୍ୟଂ ତତ୍ତ୍ୱଜିଜ୍ଞାସୁନାତ୍ମନଃ ଅନ୍ୱୟବ୍ୟତିରେକାଭ୍ୟାଂ ଯତ୍ ସ୍ୟାତ୍ ସର୍ବତ୍ର ସର୍ବଦା
ଭଗବାନ କହିଲେ ଯେଉଁମାନେ ମୋଠାରେ ଚିତ୍ତ ନିବେଶ କରି ନିତ୍ୟନିରନ୍ତର ମୋ ଠାରେ ସଂଲଗ୍ନ ହୋଇ ପରମଶ୍ରଦ୍ଧାସମ୍ପନ୍ନ ହୋଇ ମୋର ଉପାସନା କରନ୍ତି ସେମାନେ ହିଁ ଶ୍ରେଷ୍ଠଯୋଗୀ ବୋଲି ମୋର ମତ।
ଯେଉଁମାନେ ମତେ ଅକ୍ଷର,ଅଦୃଶ୍ୟ,ଅବ୍ୟକ୍ତ,ଅଚିନ୍ତ୍ୟ,ସର୍ବବ୍ୟାପକ,ଅପରିଣାମୀ,ଅଚଳ,ନିତ୍ୟ ଭାବେ ଇନ୍ଦ୍ରିୟଗଣଙ୍କୁ ସଂଯମକରି ସର୍ବତ୍ର ସମତ୍ୱଭାବେ ଯୁକ୍ତହୋଇ ସକଳ ଜୀବଗଣଙ୍କ ହିତରେ ରତହୋଇ ମୋର ଉପାସନା କରନ୍ତି ସେମାନେ ମତେ ପ୍ରାପ୍ତ ହୁଅନ୍ତି ।
ଯେଉଁମାନେ ଅବ୍ୟକ୍ତବ୍ରହ୍ମ ପ୍ରତି ଆସକ୍ତ ସେମାନଙ୍କୁ ସାଧନାରେ ଅଧିକ କ୍ଲେଶ ହୁଏ । କାରଣ ଦେହାଭିମାନୀଙ୍କ ଦ୍ୱାରା ବହୁ କଷ୍ଟରେ ଅବ୍ୟକ୍ତ ବିଷୟକ ଗତି ପ୍ରାପ୍ତ ହୋଇଥାଏ।
ଯେଉଁମାନେ ସମସ୍ତକର୍ମ ମୋଠାରେ ସମର୍ପଣକରି ମତ୍ ପରାୟଣ ହୋଇ ଅନନ୍ୟଯୋଗରେ ମତେ ଧ୍ୟାନକରି ମୋର ଉପାସନା କରନ୍ତି।
ହେ ଅର୍ଜୁନ ମୋଠାରେ ଯେଉଁମାନେ ଚିତ୍ତ ନିବେଶ କରିଥାନ୍ତି ମୁଁ ସେମାନଙ୍କର ମୃତ୍ୟୁ ସଂସାର ସାଗରରୁ ଅବିଳମ୍ୱେ ଉଦ୍ଧାରକର୍ତ୍ତା ହୋଇଥାଏ ।