କଟକ ଜିଲ୍ଲା ଶିକ୍ଷା ମଣ୍ଡଳର ଅତିରିକ୍ତ ଶିକ୍ଷା ଅଧିକାରୀ ବ ଡକ୍ଟର ସନ୍ତୋଷ କୁମାର ରାଉତ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ଅବସ୍ଥାପିତ ହୋଇଛନ୍ତି। ତାଙ୍କୁ ପଦୋର୍ଣ୍ଣତି ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ଶ୍ରୀ ରାଉତ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ତାଙ୍କୁ ଶିକ୍ଷା ମଣ୍ଡଳ କାର୍ଯ୍ୟାଳୟ ଠାରେ କର୍ମ ଚାରି ଏବଂ ସହ କର୍ମୀ ମାନେ ସ୍ଵାଗତ କରି ସମ୍ବର୍ଦ୍ଧନା ଦେଇଥିଲେ। ଶ୍ରୀ ରାଉତ ଗତ କିଛି ବର୍ଷ ହେବ ନିଆଳି, କଟକ ସଦର ବି ଇ ଓ ଭାବରେ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ପରବର୍ତ୍ତି କାଳରେ ସରକାରଙ୍କ ପକ୍ଷରୁ ତାଙ୍କର କାର୍ଯ୍ୟ ଦକ୍ଷତା କୁ ଦୃଷ୍ଟିରେ ରଖି ତାଙ୍କୁ କଟକ ଜିଲ୍ଲା ର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ କଟକ ଅବସ୍ଥାପିତ କରିଥିଲେ। ଆଜି ସେ କଟକ ଜିଲ୍ଲା ଶିକ୍ଷା ମଣ୍ଡଳ ର ଅଧିକାରୀ ଭାବରେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ଶ୍ରୀ ରାଉତ ଶିକ୍ଷା ବିଭାଗରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟ କରି ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ଶ୍ରୀ ରାଉତ 2005-2013 ମସିହା ପର୍ଯ୍ୟନ୍ତ ନୋଇଡା ସ୍ଥିତ ଆମିତ୍ ୟୁନଭରସିଟିରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ଶ୍ରୀ ରାଉତ କାର୍ଯ୍ୟ ଭାର ଗ୍ରହଣ କରିବା ପରେ କହିଲେ କଟକ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଭାବରେ ବିବେଚିତ। ତେଣୁ ମୁଁ ନିଷ୍ଠାପର ଭାବରେ ଶିକ୍ଷା ର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିବି। ଏଥି ପାଇଁ ମୋର ସହକର୍ମୀ ଓ ଶିକ୍ଷା ବିଭାଗ କର୍ମ ଚାରି ମାନଙ୍କ ସହଯୋଗର ଆବଶ୍ୟକତା ରହିଛି।
