Spread the love

ଜାତୀୟ ବିଜ୍ଞାନ ଦିବସ ପାଳିତ
କଟକ: ଆଜି ଖାନନଗର ସରକାରୀ ଉଚ୍ଚବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଅଛି ! ପ୍ରତିବର୍ଷ ଭଳି ଚଳିତ ବର୍ଷ ଫେବୃୟାରୀ ୨୮ତାରିଖ କୁ ସମଗ୍ର ଭାରତ ବର୍ଷରେ ଜାତୀୟ ବିଜ୍ଞାନ ଦିବସ ରୁପେ ବିଭିନ୍ନ ଅନୁଷ୍ଠାନ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷର ବିଷୟ ରହିଛି “ବିକଶିତ ଭାରତ ପାଇଁ ସ୍ୱଦେଶୀ ଜ୍ଞାନକୌଶଳ” ! ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଏବଂ ପ୍ରବନ୍ଧଲିଖନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ! ବିଜ୍ଞାନ ଦିବସର ଚଳିତ ବର୍ଷ ର ବିଷୟବସ୍ତୁ ଉପରେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ଖୁଣ୍ଟିଆ,ଶିକ୍ଷୟିତ୍ରୀ ଦୀପିକା ବିନ୍ଧାଣୀ,କାଞ୍ଚନ ନାୟକ,ପ୍ରିୟମ୍ବଦା ବେହେରା , କଲ୍ପନା ସାହୁ,ତପସ୍ଵିନୀ ଦାଶ, ସୌଦାମିନୀ ନାୟକ ତ୍ରିନାଥ ସେଠୀ ପ୍ରମୁଖ ବିସ୍ତୃତ ଆଲୋଚନା କରିଥିଲେ ! ପ୍ରଧାନ ଶିକ୍ଷକ ଶ୍ରୀ ଷଡ଼ଙ୍ଗୀ ବୈଦିକ ପରମ୍ପରା, ଭାରତୀୟ ଗଣିତ ଓ ବିଜ୍ଞାନ ର ସମୃଦ୍ଧ ବୈଦିକ ଓ ପୌରାଣିକ ବିଷୟ ବସ୍ତୁର ଅବତାରଣା କରି ବିଜ୍ଞାନ କ୍ଷେତ୍ରରେ ସ୍ଵଦେଶି ଜ୍ଞାନକୌଶଳ ର ସଫଳପ୍ରୟୋଗ ଦ୍ବାରା ଏକ ସମୃଦ୍ଧ ବିକଶିତ ଭାରତ ଗଠନ କରିବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା o ପରାମର୍ଶ ପ୍ରଦାନ କରିଥିଲେ ! ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ସାହୁ, ମିତlଲି ମହାନ୍ତି,ସୁଶ୍ରୀ ପ୍ରିୟମ୍ବଦା ବିଶ୍ବାଳ, ମନୀଷା ନାୟକ, ପ୍ରତିଭା ପାଣିଗ୍ରାହୀ, କଲ୍ପନା ମିଶ୍ର ଅଞ୍ଜଳି ସାହୁ,ନମିତା ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରି ଏହି ରାଷ୍ଟ୍ରୀୟ ଦିବସକୁ ସଫଳତାର ସହ ସମ୍ପନ୍ନ କରିଥିଲେ ! ପରିଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଧାନ କରଯାଇଥିଲା !

Leave a Reply

Your email address will not be published. Required fields are marked *