ଓଡିଶା ବିଜେପି କୁ ଖୋଲା ଚାଲେଞ୍ଜ ଦେଲେ ଦଳର ବରିଷ୍ଟ ନେତା କାଳୁ ଖଣ୍ଡାୟତ ରାୟ, ଖଣ୍ଡାୟତରାୟଙ୍କ ସମର୍ଥକଙ୍କ ଅଭିଯୋଗ ଯେ, ସାଂସଦ ଖୋର୍ଦ୍ଧା ବିଜେପିକୁ ଭାଗଭାଗ କରିଛନ୍ତି । ତାଙ୍କରି ପାଇଁ ଦଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଶେଷ ରିପୋର୍ଟ ଅନୁସାରେ କାଳୁ ଖଣ୍ଡାୟତରାୟ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମଧ୍ୟରେ ଆଲୋଚନା ସମାପ୍ତ ହୋଇଛି । କାଳୁ ଖଣ୍ଡାୟତରାୟଙ୍କୁ ଖୋର୍ଦ୍ଧାରୁ ବିଧାୟକ ପ୍ରାର୍ଥୀ କରିବାକୁ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ପ୍ରତିସ୍ରୁତି ଦେଇଛନ୍ତି ବୋଲି ତାଙ୍କ ସମର୍ଥକ ଦାବି କରିଛନ୍ତି!.
ଅପରାଜିତାଙ୍କ ବିରୋଧରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଜଳିଲା ଅସନ୍ତୋଷ ଓ ଆକ୍ରୋଶର ନିଆଁ । ଓଡ଼ିଶା ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଦଳର ବରିଷ୍ଠ ନେତା କାଳୁଚରଣ ଖଣ୍ଡାୟତରାୟ । ସେ ଖୋଲା ଚ୍ୟାଲେଞ୍ଜ କରି କହିଛଁନ୍ତି ୫ ବର୍ଷ ହେଲା କାମ କରିଛି ଟିକେଟ୍ ନେଇକି ରହିବି । ଟିକେଟ୍ ନମିଳିଲେ କ’ଣ ହେବ ସମସ୍ତେ ଜାଣିଛନ୍ତି । ମୁଁ ସାଧାରଣ ଲୋକ ଝାଳବୁହା ପରିଶ୍ରମ କରିଛି ଦଳ ପାଇଁ । ବିଜେପି ରାଜ୍ୟ କାର୍ଯ୍ୟାଳୟ ଭିତରେ ଛିଡା଼ ହୋଇ ଦଳକୁ ଏମିତି ଚେତାବନୀ ଦେଇଛନ୍ତି କାଳୁ ଖଣ୍ଡାୟତରାୟ ।
।ଅପରାଜିତାଙ୍କ ବିରୋଧରେ ଉଗ୍ର ହୋଇଛି ଦଳୀୟ କନ୍ଦଳ । ଏଥର ଆଉ କେଉଁଠି ନୁହେଁ ଖୋଦ୍ ରାଜ୍ଯ ବିଜେପି କାର୍ଯ୍ୟାଳୟରେ ବିଜେପି ଖୋର୍ଦ୍ଧାର ବିଜେପି ଟିକେଟ ଆଶାୟୀ କାଳୁ ଚରଣ ଖଣ୍ଡାୟତ ରାୟଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଏକାଠି ହୋଇ ଅପରାଜିତାଙ୍କୁ ବିରୋଧ କରିଛନ୍ତି । ଅପରାଜିତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରୁ ବିଧାୟକ ପ୍ରାର୍ଥୀ ବୋଲି ଅନେକ ସ୍ଥାନରେ ଘୋଷଣା କରୁଛନ୍ତି । ପ୍ରାର୍ଥୀ ଘୋଷଣା କରିବାକୁ ଅପରାଜିତାଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି କର୍ମୀ!.
ତାଙ୍କର ଏଭଳି ମନମୁଖି ନିଷ୍ପତ୍ତିକୁ ବିରୋଧ କରିବା ସହ ନିଆଁ ହୋଇଛନ୍ତି ବିଜେପି କର୍ମୀ । ପ୍ରତିବାଦରେ ଖୋର୍ଦ୍ଧା ମ୍ୟୁନିସିପାଲଟି, ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ପ୍ରାୟ ୩ ହଜାରରୁ ଅଧିକ କର୍ମୀ ବିଜେପି କାର୍ଯ୍ୟାଳୟ ଆଗରେ କଡ଼ା ପ୍ରତିବାଦ କରିଛନ୍ତି । ଅପରାଜିତାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି । ଟିକେଟ ଆଶାୟୀ କାଳୁ ଚରଣ ଖଣ୍ଡାୟତ ରାୟ ବିଜେପିକୁ ଶୁଣାଇଛନ୍ତି ଚରମବାଣୀ । ବିଜେପି ପାର୍ଟି ଅଫିସ ଛାତିରେ ଛିଡ଼ା ହୋଇ କାଳୁ ଖଣ୍ଡାୟତ ରାୟ ଅଲଟିମେଟମ ଶୁଣାଇଦେଇଛନ୍ତି । କାଳୁ କହିଛନ୍ତି, ୫ ବର୍ଷ ହେଲା କାମ କରିଛି ଟିକେଟ୍ ନେଇକି ହିଁ ରହିବି । ମୁଁ ସାଧାରଣ ଲୋକ, ଝାଳବୁହା ପରିଶ୍ରମ କରିଛି । ଟିକେଟ୍ ନମିଳିଲେ ଯାହା ହେବ ସମସ୍ତେ ଜାଣିଛ ।