Spread the love

ଆଜି ଓଡିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ସଂଘ ର ସଭାପତି ଶ୍ରୀ ଦଶରଥ ଦାସ ଙ୍କ ସଭାପତିତ୍ବରେ କଟକ ଜିଲ୍ଲା ସ୍ବାସ୍ଥ୍ୟ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲାର ବହୁ ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ ଓ ଓ୍ବେବ୍ ଏବଂ ଡିଜିଟାଲ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।ଏହି‌ ସମ୍ମିଳନୀରେ ବର୍ତ୍ତମାନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟମାନେ ବହୁ ସମସ୍ୟାର ସମ୍ମୁଖୀନ ହେବା ଓ ବାରମ୍ବାର ସମସ୍ୟା ର ସମାଧାନ ଲାଗି ସରକାର ଙ୍କ ନିକଟରେ ଦାବି କରି ନିଷ୍ଫଳ ହେବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀର ଆୟୋଜନ ବୋଲି ସମ୍ପାଦକ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା ମତ ଦେଇଥିଲା ବେଳେ ସଂଘ ଦ୍ୱାରା ୫ ଦଫା ବିଶିଷ୍ଟ ଦାବି ଯଥା ଫାର୍ମାସିଷ୍ଟ ମାନଙ୍କର ଦରମା ବୃଦ୍ଧି, କ୍ୟାଡ଼ର ନିୟମ କୁ ପରିବର୍ତ୍ତନ କରି ସରକାରୀ ଫାର୍ମାସିଷ୍ଟ ବଦଳରେ ସରକାରୀ ଫାର୍ମାସିଷ୍ଟ ଅଫିସର କରାଯିବା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦିଆଯିବା,ଠିକାରେ କାର୍ଯ୍ୟରତ ଫାର୍ମାସିଷ୍ଟମାନଙ୍କୁ ସ୍ଥାୟୀ କରିବା ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଖାଲି ଥିବା ସ୍ଥାନରେ ଫାର୍ମାସିଷ୍ଟମାନଙ୍କୁ ନିଯୁକ୍ତି ଦେବା ଉପସ୍ଥାପିତ ହେବା ସହ ସରକାର ଏ‌ହାର ତୁରନ୍ତ ସମାଧାନ ଦିଗରେ ଚେଷ୍ଟା କରିବାକୁ ଦାବି କରିବା ସହ ଯଦି ଏହି ଦାବି ସମୟସୀମା ମଧ୍ୟରେ ପୁରଣ ନ ହୁଏ ତେବେ ତେବେ ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଥିଲେ।ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ରୁ ବହୁ ଫାର୍ମାସିଷ୍ଟ ଯୋଗଦେଇଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed